Posted inଜାତୀୟ

ଓଡ଼ିଶାର ୬,୯୯୯ ଗାଁରେ ନାହିଁ ଇଣ୍ଟରନେଟ ସୁବିଧା

ନୂଆଦିଲ୍ଲୀ,୨୯।୩: ପ୍ରଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ସୋମବାର ବିଜେଡି ଏମ୍‌ପି ଅମର ପଟ୍ଟନାୟକ ପାର୍ଲାମେଣ୍ଟରେ ଏହାର ପ୍ରଶଂସା କରିଛନ୍ତି। ତେବେ ଓଡ଼ିଶାର ୨୫ ପ୍ରତିଶତ ଗ୍ରାମକୁ ଇଣ୍ଟରନେଟ ସଂଯୋଗ ନ ଥିବା ନୈରାଶ୍ୟଜନକ ବୋଲି ସେ କହିଛନ୍ତି।

ଅର୍ଥ ବିଲ୍‌, ୨୦୨୨ ଉପରେ ଆଲୋଚନା ବେଳେ ପଟ୍ଟନାୟକ କହିଥିଲେ, ଆମେ ଏବେ ପ୍ରଯୁକ୍ତି ଦୁନିଆରେ ବାସ କରୁଛେ, ଅଥଚ ଓଡ଼ିଶାର ୨୫,୦୦୦ ଗ୍ରାମ ମଧ୍ୟରୁ ୬,୯୯୯ଟିରେ ଇଣ୍ଟରନେଟ୍‌ ସଂଯୋଗ ନାହିଁ। ଏହି ଲକ୍ଷ୍ୟ ପୂରଣ ଲାଗି ୨,୫୦୦ ମୋବାଇଲ ଷ୍ଟେଶନ/ଟାଓ୍ବାର ଆବଶ୍ୟକ।

ବିଜେଡି ଏମ୍‌ପି କହିଥିଲେ, ଜିଏସ୍‌ଟି କ୍ଷତିପୂରଣର ୧,୬୨୩ କୋଟି ଟଙ୍କା ପଡ଼ିରହିଛି। ଧାନ କିଣା ବାବଦ ସବ୍‌ସିଡି ଏଫ୍‌ସିଆଇ ନିକଟରେ ରହିଛି। କେନ୍ଦ୍ର ସରକାର ୧୫ ଲକ୍ଷ ଟନ୍‌ ଉଷୁନା ଚାଉଳ ଉଠାଇବା ନେଇ ସ୍ପଷ୍ଟ କରୁ ନ ଥିବା ପଟ୍ଟନାୟକ କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ୧୨ ଲକ୍ଷ ହିତାଧିକାରୀ ଅପେକ୍ଷା କରିଛନ୍ତି। ବଜେଟ ପ୍ରସ୍ତୁତି ବେଳେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ କାହିଁକି ବୋଲି ପଟ୍ଟନାୟକ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..

ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି...

ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୫ା୫: ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ଲାଗି ସରକାର ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି।...

ଘରୋଇ ବିମାନ ପାଇଁ ଏୟାର ଇଣ୍ଡିଆ ଜାରି କଲା ନୂଆ ମେନୁ

ନୂଆଦିଲ୍ଲୀ,୪।୧୦: ବର୍ତ୍ତମାନ ଭାରତରେ ପର୍ବର ମାହୋଲ ରହିଛି। ଏହାକୁ ନେଇ ଟାଟାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି। ଏୟାରଲାଇନ୍ସ ନିଜର ସମସ୍ତ...

ମୋଦିଙ୍କ ଆତ୍ମନିର୍ଭର ଅଭିଯାନ: ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ଜୁନ୍‌ ୧ରୁ ବିକ୍ରି ହେବ ସ୍ବଦେଶୀ ଉତ୍ପାଦ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…

ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି...

ଯାଯାବର ଜୀବନ ବିତେ ଶଗଡ଼ ଉପରେ…

ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ...

ଜେଏନ୍‌ୟୁ ଛାତ୍ର ନେତା ଶରଜିଲ୍‌ଙ୍କ ମୁଣ୍ଡକାଟ କଲେ ମିଳିବ ଏକ କୋଟି: ହିନ୍ଦୁ ନେତା କଲେ ଘୋଷଣା

ନୂଆଦିଲ୍ଲୀ,୨୬।୧: ହିନ୍ଦୁତ୍ୱବାଦୀ ନେତା ଅମିତ ଜାନିଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ସେ ଜେଏନ୍‌ୟୁ ଛାତ୍ର ନେତା ଶରଜିଲ୍‌ ଇମାମ୍‌ଙ୍କ ମୁଣ୍ଡକାଟ...

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ

ଭୋପାଳ,୧।୮: ମଧ୍ୟପଦେଶ ଜବଲପୁର ସ୍ଥିତ ନ୍ୟୁଲାଇଫ୍‌ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି...

Advertisement
Archives

Model This Week