୩୪ଲକ୍ଷ ଚାଷୀଙ୍କୁ ୬୯୩.୯୪କୋଟି

ଭୁବନେଶ୍ୱର, ୨ା୪(ବ୍ୟୁରୋ):୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ‘କାଳିଆ’ ଯୋଜନାରେ ୪ର୍ଥ ପର୍ଯ୍ୟାୟ ଅର୍ଥ ପ୍ରଦାନ କରିଛନ୍ତି। ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ରବି ଋତୁ ଲାଗି ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଛି। ପିପିଲିରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବା କାରଣରୁ ପୁରୀ ଜିଲାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଜିଲାର ଚାଷୀଙ୍କୁ ଏହି ସହାୟତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶା ଦିବସ। ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆନନ୍ଦର ଦିନ। ଏହି ଅବସରରେ ସେ ଚାଷୀ ଭଉଣୀଭାଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ନୂଆ ଆର୍ଥିକ ବର୍ଷ
ଆରମ୍ଭ କରୁଛି। କାଳିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଗୁରୁବାର ୩୪ଲକ୍ଷ ଚାଷୀଙ୍କ ଖାତାରେ କାଳିଆ ଟଙ୍କା ପ୍ରାୟ ୭୦୦ କୋଟି ଟଙ୍କା ଜମା କରାଗଲା। ଏହି ଯୋଜନା ଦ୍ୱାରା ଏଯାବତ୍‌ ପ୍ରାୟ ୩୭ଲକ୍ଷ ଚାଷୀ ଉପକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୭ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି। ଦେଶର ଏକମାତ୍ର ଯୋଜନା ଭାବେ କାଳିଆ ରାଜ୍ୟର ଭୂମିହୀନ ଏବଂ ଗରିବ ଚାଷୀଙ୍କୁ ସାହାଯ୍ୟ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଏମ୍‌ଏସ୍‌ପି ଏବଂ ସ୍ବାମୀନାଥନ କମିଟି ରିପୋର୍ଟ କଥା ଉଠାଇ କେନ୍ଦ୍ର ଆଡକୁ ସେ ଟାର୍ଗେଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ରାଜ୍ୟର ସ୍ବାଭିମାନ ବୃଦ୍ଧି କରିଛି। ଓଡିଶାର ଚାଷୀ ବର୍ତ୍ତମାନ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛନ୍ତି। ରାଜ୍ୟକୁ କୃଷି କର୍ମଣ ପୁରସ୍କାର ମିଳିପାରିଛି। ଚାଷୀ ରାଜ୍ୟ ଅର୍ଥନୀତିର ମହାଶକ୍ତି। କୋଭିଡ ସମୟରେ ଚାଷୀମାନେ ଆମ ଅର୍ଥନୀତିକୁ ରକ୍ଷା କରିଛନ୍ତି। ତେଣୁ ସେମାନଙ୍କୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ ବୋଲି ସେ କହିଛନ୍ତି। ସବୁବେଳେ ଚାଷୀ ଭଉଣୀଭାଇଙ୍କ ସହ ରହିଛି। ସେମାନଙ୍କ ଲାଗି କାମ କରୁଛି ଏବଂ କରି ଚାଲିବି। ଚାଷୀଙ୍କୁ ଦେଢ ଗୁଣା ଏମ୍‌ଏସ୍‌ପି(ସର୍ବନିମ୍ନ ସହାୟକ ମୂଲ୍ୟ) ମିଳିବା କାହାରି ଦୟା ନୁହେଁ, ଏହା ଚାଷୀଙ୍କ ହକ୍‌। ଚାଷୀଙ୍କୁ ସେମାନଙ୍କ ହକ୍‌ ଦେବା ଲାଗି ଆମ ଲଢେଇ ଜାରି ରହିଛି। ଏମ୍‌.ଏସ୍‌ ସ୍ବାମୀନାଥନ କମିଟି କମିଟି ରିପୋର୍ଟ ଲାଗୁ ପାଇଁ ଦାବି ଜାରି ରହିବ। ସବୁ ପ୍ରକାର କଠିନ ପରିସ୍ଥିତିରେ ଚାଷୀ ଦେଶ ପାଇଁ ତାର ଯେଉଁ ଦାୟିତ୍ୱ ରହିଛି ତାହା ନିଷ୍ଠାର ସହ କରିଚାଲିଛି। ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଇଛନ୍ତି। ମାଟି, ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆ ଦେଶ ପାଇଁ ଏକ ମଡେଲ ଯୋଜନା। ଚାଷୀଙ୍କୁ ଆଗକୁ ବଢିବା ଲାଗି କାଳିଆ ଯୋଜନା ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି ଅରୁଣ କହିଛନ୍ତି। କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?