ହୋହଲ୍ଲାରେ ୬୯୦ କୋଟିର ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ବିଏମ୍‌ସିର ନୂତନ କାର୍ଯ୍ୟାଳୟ ବିଏମ୍‌ସି ଆଇସିଓଏମ୍‌ସି ଟାଓ୍ବାରରେ ସୋମବାର କର୍ପୋରେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୩-୨୪ ପାଇଁ ଚିଠା ବଜେଟ୍‌ ମଞ୍ଜୁର ହେବାକୁ ନିର୍ଦ୍ଧାରିତ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ମାତ୍ର ବୈଠକ ଆରମ୍ଭରୁ ଉଭୟ ବିଜେଡି ଓ ଭାଜପା କର୍ପୋରେଟରଙ୍କ ମଧ୍ୟରେ ହଟଗୋଳ ଦେଖିବାକୁ ମିଳିଥିଲା। ତେବେ ହୋ-ହଲ୍ଲା ହଟଗୋଳ ମଧ୍ୟରେ ବି ଚିଠା ବଜେଟ୍‌ ଉପରେ ମୋହର ବାଜିଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ୬ଶହ ୯୦କୋଟି ୨ଲକ୍ଷ ଟଙ୍କାର ବଜେଟ୍‌କୁ ମଞ୍ଜୁରୀ ମିଳିଛି। ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ ଏହି ବଜେଟକୁ ଉପସ୍ଥାପନା କରିଥିଲେ। ଚଳିତବର୍ଷ ଆୟ ୭ଶହ ୮ କୋଟି ୫୪ଲକ୍ଷ ଟଙ୍କା ହୋଇଥିବାବେଳେ ଏହା ଏକ ସମତୁଲ ଓ ବଳକା ବଜେଟ ବୋଲି ମେୟର କହିଥିଲେ। ଚଳିତ ବଜେଟରେ ନୂଆ ଭାବେ ଭୁବନେଶ୍ୱର ମହାନଗର ନିଗମ ସହ ଯୋଡି ହୋଇଥିବା ଅନୁନ୍ନତ ପଞ୍ଚାୟତର ଭତ୍ତିଭୂମି, ମୌଳିକ ସୁବିଧା ଯେପରିକି – ରାସ୍ତାଘାଟ, ଡ୍ରେନ ଓ ଆଲୋକୀକରଣ ସଂଯୋଗ ଭଳି ସୁବିଧାଗୁଡ଼ିକୁ ପ୍ରାଧାନ୍ୟ ଦିଆଯିବ। ପ୍ରତି ଓ୍ବାର୍ଡରେ ଓ୍ବାର୍ଡ ଅଫିସ ନିର୍ମାଣ କରାଯିବ। ଏଥିସହ ମହାନଗର ନିଗମରେ ଥିବା ବଡ଼ବଡ଼ ମାର୍କେଟଗୁଡିକର କଳେବର ବୃଦ୍ଧି ସହ ଭେଣ୍ଡିଂ ଜୋନ କରାଯିବ। ୟୁପିଏସ୍‌ସି କନ୍‌ଷ୍ଟ୍ରକ୍‌ସନ୍‌ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି। ଏହାବାଦ୍‌ ଏଥର ବିଶେଷ ଭାବେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ବାୟୋମାଇନିଂ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ତେଣୁ ବାୟୋମାଇନିଂ, ବାୟୋ ଗ୍ୟାସ୍‌ ପ୍ଲାଣ୍ଟ ଏବଂ ନିର୍ମାଣଧିନ ଏମ୍‌ସିସିର କାଯର୍ର୍‌ୟ ସମ୍ପୂର୍ଣ୍ଣ କରିବା ଆଦି ଦିଗରେ ଗୁରୁତ୍ୱ ଦିଆଯାଉଛି। ଏହାବାଦ୍‌ ସହରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିବ ବୋଲି ମେୟର ସୂଚନା ଦେଇଛନ୍ତି। ସେହିପିର ଏହାଏକ ସନ୍ତୁଳିତ ବଜେଟ ହୋଇଥିବାରୁ ସମସ୍ତଙ୍କୁ ସୁହାଇବ ବୋଲି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା କହିଛନ୍ତି। ବଜେଟ୍‌ ଅନୁମୋଦନ ପରେ କେତେଜଣ କର୍ପୋରେଟର ନିଜ ନିଜ ଓ୍ବାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri