୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡକ ବନ୍ଦ ଓ ମିଶ୍ରଣ ନେଇ ସୋମବାର ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା । ଏନେଇ ସେ କେନ୍ଦ୍ର ଶିକ୍ଷା ବିଭାଗକୁ ପ୍ରଶ୍ନ କରି ବନ୍ଦ ହୋଇଥିବା ଓ ଅନ୍ୟ ସ୍କୁଲ ସହିତ ଯୋଡି ଦିଆଯାଇଥିବା ସ୍କୁଲଗୁଡିକର ତଥ୍ୟ ମାଗିଛନ୍ତି। ଏମ୍‌ପି ଉଲାକାଙ୍କ ଅଣତାରକା ପ୍ରଶ୍ନ ଆଧାରରେ କେନ୍ଦ୍ର ଶିକ୍ଷା ବିଭାଗ ଦେଇଥିବା ସୂଚନା ପ୍ରକାରେ, ଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ୬୮୬ଟି ସାଟେଲାଇଟ ସ୍କୁଲ ବନ୍ଦ କରିଦେଇଥିବା ଜଣାପଡିଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏମ୍‌ପି ଉଲାକା । ଏହି ସ୍କୁଲଗୁଡିକ ବନ୍ଦ କାରଣରୁ ଏହାର ସିଧାସଳଖ ପ୍ରଭାବ ଆଦିବାସୀ ସମ୍ପ୍ରଦାୟ ଓ ଗ୍ରାମୀଣ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ଉପରେ ପଡୁଛି । ପ୍ରାୟ ୮୮୫୪ଜଣ ଛାତ୍ରୀଛାତ୍ରଙ୍କ ପାଠପଢା ଉପରେ ଏହାର ପ୍ରଭାବ ଦେଖାଦେଇଛି । ଏହି ପିଲାଙ୍କ ମଧ୍ୟରୁ ଅଧିକାଂଶକୁ ଏବେ ଘର ନିକଟ ବଦଳରେ ଦୂରଦୂରାନ୍ତ ପାହା ଏବଂ ଜଙ୍ଗଲ ପାରି ହୋଇ ଦୁର୍ଗମ ଯାତ୍ରା କରିବାକୁ ପଡୁଥିବା କହିଛନ୍ତି ଏମପି ଉଲାକା । ମିଳିଥିବା ତଥ୍ୟ ଅନୁସାରେ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଅନେକ ବ୍ଲକ ମଧ୍ୟରୁ ରାୟଗଡା ଜିଲାର ବିଷମକଟକ ବ୍ଲକର ୫, ଚନ୍ଦ୍ରପୁର ବ୍ଲକର ୯, ଗୁଡାରି ବ୍ଲକର ୧୨, ଗୁଡାରି ଏନଏସିର ୧, ଗୁଣପୁର ବ୍ଲକର ୪, ଗୁଣପୁର ଏନଏସିର ୨, କଲ୍ୟାଣସିଂହପୁର ବ୍ଲକର ୧୫, କାଶୀପୁର ବ୍ଲକର ୧୧, କୋଲନରା ବ୍ଲକ ଓ ମୁନିଗୁଡା ବ୍ଲକର ୧୩ଟି ଲେଖାଏଁ ସ୍କୁଲ, ପଦ୍ମପୁର ବ୍ଲକର ୪, ରାମନାଗୁଡା ବ୍ଳକ ଓ ରାୟଗଡା ବ୍ଲକର ୧୬ଟି ଲେଖାଏଁ ସ୍କୁଲକୁ ଅନ୍ୟ ସ୍କୁଲରେ ମିଶାଇ ଦିଆଯାଇଛି । ସେହିଭଳି କୋରାପୁଟ ଜିଲାର ଦଶମନ୍ତପୁର (୪୬ ସ୍କୁଲ), ଲମତାପୁଟ (୩୫), କାଲିମେଳା (୨୭), ନନ୍ଦପୁର (୨୨), ଝରିଗାଁ (୨୦), ମୁନିଗୁ (୧୩) ଏବଂ ଅନ୍ୟାନ୍ୟ ସ୍କୁଲଗୁଡିକ ଭିତ୍ତିଭୂମି ସହିତ ସଂଘର୍ଷ କରିବା ସତ୍ତ୍ୱେ ଏଭଳି ସ୍କୁଲ ବନ୍ଦ କରିବା ଏବଂ ମିଶ୍ରଣ କରିବା ଆଦିବାସୀ ଅଧୁଷିତ ଅଂଚଳ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ଏମପି ଉଲାକା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri