Posted inଫୁରସତ

ଅମ୍ଳଜାନ ପାଇଁ ଚଢ଼ିଲେ ଗଛ

କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସାଧାରଣତଃ ଅମ୍ଳଜାନ ଅଭାବରୁ ସମସ୍ୟା ଦେଖା ଦେଇଥାଏ। ଏମିତିରେ କିଛି ଡାକ୍ତରଖାନାରେ ଅମ୍ଳଜାନ ଯୋଗାଇପାରୁ ନ ଥିବାରୁ ଅନେକ ରୋଗୀ ମୃତ୍ୟୁବରଣ ବି କରିଛନ୍ତି। ଏହି ସମସ୍ୟାକୁ ଦେଖି ଇନ୍ଦୋରର ଜଣେ ୬୮ ବର୍ଷୀୟ ବୃଦ୍ଧ ଅମ୍ଳଜାନ ପାଇବାର ଏକ ବହୁତ ବଢ଼ିଆ ଉପାୟ ଆପଣେଇଛନ୍ତି। ତାଜା ଅମ୍ଳଜାନ ପାଇବା ପାଇଁ ଘର ନିକଟରେ ଥିବା ଏକ ମସ୍ତବଡ଼ ଓସ୍ତ ଗଛ ଉପରେ ସେ ଡେରା ପକେଇ ରହୁଛନ୍ତି। ଗଛ ଉପରେ ବସି ଖାଇବା ସହ ସେ ଯୋଗ ବି କରୁଛନ୍ତି। ସକାଳ ସନ୍ଧ୍ୟା ମିଶାଇ ୭-୮ ଘଣ୍ଟା ସେ ଓସ୍ତ ଗଛ ଉପରେ ବସି ରହୁଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ରାଜେନ୍ଦ୍ର ପାଟିଦାର। ସେ ଯେବେ ଶୁଣିଲେ ଇନ୍ଦୋର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଅଭାବ ଯୋଗୁ ଅନେକ କୋଭିଡ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି, ସେ ଘରକୁ ଲାଗି ରହିଥିବା ଓସ୍ତଗଛ ଉପରେ କିଛି ସମୟ ବିତାଇ ତାଜା ଅମ୍ଳଜାନ ପାଇବାକୁ ନିଷ୍ପତ୍ତି ନେଲେ। ରାଜେନ୍ଦ୍ର ଗଛ ଚଢ଼ିବାରେ ବେଶ୍‌ ପାରଙ୍ଗମ। ସେ ଗଛ ଚଢ଼ିବାବେଳେ ଏକ ଚଉକି ବି ସାଙ୍ଗରେ ନେଇକି ଯାଆନ୍ତି। ଆଉ ଗଛର ଶାଖା ଭିତରେ ସନ୍ତୁଳନ ରକ୍ଷା କରି ଚେୟାରକୁ ରଖି ତା’ଉପରେ ବେଶ୍‌ ଆରାମରେ ବସନ୍ତି। ତା’ସହ ଯୋଗ ବି କରନ୍ତି। ସେ କୁହନ୍ତି, ଓସ୍ତ ଗଛ ଉପରେ ସମୟ ବିତାଇବା ଓ ଯୋଗ କରିବା ଯୋଗୁ ମୋର ଅମ୍ଳଜାନ ସ୍ତର ୯୯% ରହୁଛି। ତା’ସହ ଗଛ ଚଢ଼ିବା ଓହ୍ଲାଇବା ଯୋଗୁ ଶାରୀରିକ ବ୍ୟାୟାମ ବି ହୋଇ ଯାଉଛି। ରାଜେନ୍ଦ୍ରଙ୍କୁ ଦେଖି ଗାଁର ଅନ୍ୟ ଲୋକ ବି ଅମ୍ଳଜାନ ପାଇଁ ଏହି ରାସ୍ତା ଆପଣେଇବାକୁ ପ୍ରେରଣା ପାଇଛନ୍ତି। ସେହିଭଳି ଆଗ୍ରାର ବରୋଲି ଅହିର ଗ୍ରାମପଞ୍ଚାୟତର ନୌବରୀ ଗାଁରେ ମଧ୍ୟ ଓସ୍ତଗଛ ଉପରେ ମଞ୍ଚା କରାଯାଇଛି। ଆଉ ଗାଁଲୋକ ଗଛ ଉପରେ ଚଢ଼ି କିଛି ସମୟ ସେହି ମଞ୍ଚା ଉପରେ ବସି ତାଜା ଅମ୍ଳଜାନ ପାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri