ଝାରସୁଗୁଡ଼ା ଉପକାରାଗାରର ୬୮ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଜିଲାରେ ପ୍ରତିଦିନ ୩ ଶହରୁ ୫ଶହ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଶନିବାର ଝାରସୁଗୁଡ଼ା ଉପକାରାଗାରର ୬୮ଜଣ ଅନ୍ତେବାସୀ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ଅନ୍ତେବାସୀ ସୁସ୍ଥ ଥିବା ବେଳେ ସେମାନଙ୍କୁ ଜେଲ୍‌ର ୨ଟି ଓ୍ବାର୍ଡରେ ଆଇସୋଲେଶନରେ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜେଲ କର୍ତ୍ତୃପକ୍ଷ ଜେଲ୍‌ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ।

ସୂଚନାଯୋଗ୍ୟ ଜେଲରେ ୨୮୨ଜଣ ଅନ୍ତେବାସୀ ରହିଥିବା ବେଳେ ଗତ ୧,୨,୫ ଏବଂ ୬ ତାରିଖରେ ପର୍ଯ୍ୟାୟ କ୍ରମେ କରୋନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬୮ଜଣ ଅନ୍ତେବାସୀଙ୍କ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ଜେଲର ଦେବେନ୍ଦ୍ର ଥାର୍ଟୀଙ୍କ ସୂତ୍ରରୁ ଜଣାପଡ଼ିଛି। ଜେଲର ଦେବେନ୍ଦ୍ର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୮ ତାରିଖରୁ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ଏକାସାଙ୍ଗରେ ଏତେ ସଂଖ୍ୟକ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଜେଲ୍‌ ସୁରକ୍ଷାକୁ ନେଇ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି

ବରଗଡ଼ ଅଫିସ୍‌,୪।୫: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଅଧୀନ ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି ଦେଖାଯାଇଛି । ଲକ୍‌ ଡାଉନ୍‌ ଅବଧିରେ କାର୍ଯ୍ୟ କରିଥିଲେ...

କ୍ଷତିପୂରଣ ଦାବିରେ ଚାଷୀଙ୍କ ଧାରଣା

କଣ୍ଟାପଡା,୧୮।୯(ଡି.ଏନ.ଏ.): ଲଘୁଚାପ ବର୍ଷାରେ ହୋଇଥିବା ଫସଲହାନୀ ଜନିତ କ୍ଷତିପୂରଣ ଦାବିରେ କଣ୍ଟାପଡା ବ୍ଲକ ଅଞ୍ଚଳର କେତେଜଣ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣାରେ...

ଢେଙ୍କାନାଳରେ ଫିକା ପଡ଼ିଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ ଅଫିସ,୧୯।୧୦:ଗଜଲକ୍ଷ୍ମୀ ପୂଜା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ ମଧ୍ୟ କେବଳ ବିଧି ରକ୍ଷା...

ଏସ୍‌ଡିିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୨।୧୨: ବହୁ ଚର୍ଚ୍ଚିତ ଡା.ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ବିବାଦ ଏବେ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ନ୍ୟାୟ ଭିକ୍ଷା କରି ବୋହୂ ତପସ୍ବିନୀ...

୬୦ ଶ୍ରମିକଙ୍କୁ ଅଟକାଇଲା ହାତୀବାରୀ ପୋଲିସ

ରାଉରକେଲା/ନୂଆଗଁ।,୧ା୪: ସୁନ୍ଦରଗଡ ଜିଲା ହାତୀବାରୀ ଥାନା ସମ୍ମୁଖରେ ବୁଧବାର ବିଶାଖାପାଟଣାରୁ ଫେରୁଥିବା ୬୦ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ କାନପୁର...

ଘାରିଲାଣି କର୍ଲାପାଟ ଭୟ

ଢେଙ୍କାନାଳ ଅଫିସ, ୨୧।୨ : ଢେଙ୍କାନାଳ ବନ ବିଭାଗକୁ ଘାରିଛି କର୍ଲାପାଟ ଅଭୟାରଣ୍ୟ ହାତୀ ମଡ଼କ ଭୟ। ହେମୋରେଜ୍‌ ସେପ୍ଟିସେମିଆ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯିବା...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୨୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ରାଜପୁର ରୋଡ଼ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଟିମ ଚଢ଼ାଉ...

ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ: ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ

ବାଲିଗୁଡ଼ା,୧୪।୨(ଡି.ଏନ.ଏ.): ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କନ୍ଧମାଳ ଜିଲାରେ...

Advertisement
Archives

Model This Week