ଶିଶୁଙ୍କ ପୁଷ୍ଟିସାଧନ, ମାନସିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଶିଶୁମାନେ ହେଉଛନ୍ତି ଦେଶ ଓ ଜାତିର ଭବିଷ୍ୟତ। ଶିଶୁର ସାମଗ୍ରିକ ବିକାଶ କ୍ଷେତ୍ରରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଅଙ୍ଗନଓ୍ବାଡ଼ି କର୍ମୀ, ସୁପରଭାଇଜର, ଶିଶୁ ସୁରକ୍ଷା ଅଧିକାରୀ ସମସ୍ତେ ସହଯୋଗ କଲେ ପ୍ରତ୍ୟେକ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ଜୀବନ୍ତ ହୋଇ ଉଠିବ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ସୋମବାର ଲକ୍ଷ୍ମୀସାଗରସ୍ଥିତ ହୋମ୍‌ ଏଜୁକେଶନ ଟ୍ରେନିଂ ସେଣ୍ଟରରେ ରାଜ୍ୟସ୍ତରୀୟ ଆଦ୍ୟଶୈଶବ ଯତ୍ନ ଓ ଶିକ୍ଷା ଦିବସ ‘ଅଙ୍କୁର’ ଅନୁଷ୍ଠିତ ହୋଇଥିଲା। ଏହାକୁ ମନ୍ତ୍ରୀ ସାହୁ ଉଦ୍‌ଘାଟନ କରି କହିଲେ, ଶିଶୁଙ୍କ ପୁଷ୍ଟିସାଧନ ସହ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ସରକାରଙ୍କ ଉଦ୍ୟମର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।
ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, ଶିଶୁଙ୍କ ପୁଷ୍ଟି ସାଧନ ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଶୈଶବର ପ୍ରଥମ ଦୁଇବର୍ଷ ମଧ୍ୟରେ ପ୍ରତ୍ୟେକ ଶିଶୁ ମସ୍ତିଷ୍କର ୮୦ ପ୍ରତିଶତ ବିକାଶ ହୋଇଥାଏ। ଏହାକୁ ଉପଲବ୍ଧି କରି ଜନ୍ମରୁ ୩ବର୍ଷ ମଧ୍ୟରେ ଶିଶୁଙ୍କ ସମନ୍ବିତ ବିକାଶ ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ସଶକ୍ତ କରିବାକୁ ଚେଷ୍ଟା କରାଯାଉଛି। ଆଗାମୀ ଦିନରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଘରକୁ ଘର ଯାଇ ମାତାପିତାଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିବେ ବୋଲି ସଚିବ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ମାତାପିତା ସମ୍ପୃକ୍ତି ମଡ୍ୟୁଲ୍‌, ଶିକ୍ଷା ଓ ଶିକ୍ଷଣ ପୁସ୍ତିକା, ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ଫ୍ଲିପ୍‌ ବୁକ୍‌ ଏବଂ ପୋଷ୍ଟର, ନୂଆ ଅରୁଣିମାର ଦ୍ବିତୀୟ ସଂସ୍କରଣ, ପିଲାଙ୍କ ପାଇଁ ସଚିତ୍ର ପୁସ୍ତିକା ଏବଂ ପ୍ରାକ୍‌ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳନ ହ୍ୟାଣ୍ଡ୍‌ ବୁକ୍‌ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ଶିଶୁଙ୍କ ପାଇଁ ସ୍ବଳ୍ପ ମୂଲ୍ୟର ଖେଳଣା, ଶିକ୍ଷା ଏବଂ ଶିକ୍ଷଣୀୟ ଉପକରଣ ସମ୍ବନ୍ଧୀୟ ଏକ ଆକର୍ଷଣୀୟ ପ୍ରଦର୍ଶନୀ ‘ପ୍ରାରମ୍ଭିକ’କୁ ଉଦ୍‌ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଓପେପାର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ବର୍ନାଡ୍‌ ଭ୍ୟାନ୍‌ଲିନ୍‌ ଫାଉଣ୍ଡେସନ୍‌ର କଣ୍ଟ୍ରିହେଡ୍‌ ମିସ୍‌ ରୁସ୍‌ଦା ମାଜିଦ୍‌, ୟୁନିସେଫ୍‌ କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନିଲେସନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ ସ୍ବାଗତ ଭାଷଣ ଓ ଏମ୍‌ଟିଇଏଲ୍‌ଇପିର ପ୍ରୋଗ୍ରାମ ମ୍ୟାନେଜର ପ୍ରିୟଦର୍ଶିନୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଲକ୍ଷ୍ମୀସାଗର ଅଙ୍ଗନଓ୍ବାଡ଼ି କେନ୍ଦ୍ରର କୁନିକୁନି ଶିଶୁଙ୍କ ଦ୍ୱାରା ପରିବେଷିତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ମୋ ଟିକି ପ୍ରଜାପତି’ ଆକର୍ଷଣୀୟ ହୋଇଥିଲା। ଉତ୍ସବରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?