ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ : ଡାକ୍ତର ପରିଚୟ ଦେଇ ଯୁବକ ଗିରଫ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ଜଣେ ବିବାହିତ ପୁରୁଷ ଅବିବାହିତା ଡାକ୍ତରାଣୀଙ୍କୁ ଠକେଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିବା ପରେ ତାଙ୍କୁ କମିଶନରେଟ୍‌ ପୋଲିସ ରବିବାର ଗିରଫ କରିଛି। ଅଭିଯୁକ୍ତ ବିରଞ୍ଚତ୍ ନାରାୟଣ ନାଥ (୩୮)ଙ୍କ ଘର ଅନୁଗୋଳ ଜିଲା ଛେଣ୍ଡିପଦାର ଖମାର। ସେ ଭୁବନେଶ୍ୱର ସାଲିଆ ସାହିର ତାରିଣୀ ନଗରରେ ଏକକୋଠରି ବିଶିଷ୍ଟ ଭଡ଼ାଘରେ ପରିବାର ସହ ରହନ୍ତି। ନାଥଙ୍କ ସ୍ତ୍ରୀ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ‘ସାଦି. କମ୍‌’ ମାଟ୍ରିମୋନିଆଲ ସାଇଟ୍‌ରେ ଜଣେ ଡାକ୍ତରାଣୀ ବିବାହ ପାଇଁ ବିଜ୍ଞାପନ ଦେଇଥିଲେ। ସେହି ସାଇଟ୍‌ରେ ନାଥ ନିଜକୁ ଏମ୍ସର ସ୍ନାୟୁରୋଗ ବିଶେଷଜ୍ଞ ବୋଲି ପରିଚୟ ଦେଇ ଏକ ଆକାଉଣ୍ଟ ଖୋଲିଥିଲେ। ତା’ ପରେ ସମ୍ପୃକ୍ତା ଯୁବତୀଙ୍କ ଫୋନ୍‌ ନମ୍ବର ନେଇ ତାଙ୍କ ସହ ସମ୍ପର୍କ ବଢାଇଥିଲେ। ନିଜକୁ ଥିଲାବାଲା ଘରର ପୁଅ ବୋଲି କହି ଡାକ୍ତରାଣୀଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତଙ୍କ ଏଭଳି କଥାରେ ଯୁବତୀ ଓ ତାଙ୍କ ପରିବାର ଲୋକେ ଫସିଯାଇଥିଲେ। ତେବେ ଡାକ୍ତରାଣୀଙ୍କ ସମ୍ପର୍କୀୟ ତଥା ରେଲଓ୍ବେ ଟ୍ରାଫିକ୍‌ ସର୍ଭିସରେ କାର୍ଯ୍ୟରତ ଅନୁପ କୁମାର ଶତପଥୀ ନାଥଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଲାଗିଲେ। ଏମ୍ସ ସହ ଯୋଗାଯୋଗ କରିବା ପରେ ଅନ୍ୟମାନେ ମଧ୍ୟ ଏହିଭଳି ନାଥଙ୍କ ବିଷୟରେ ପଚାରି ବୁଝୁଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଶତପଥୀ ଯୋଗାଯୋଗ କଲା ବେଳେ ନାଥ ନିଜ ଆକାଉଣ୍ଟ ବନ୍ଦ କରିଦେଇଥିଲେ। ସେତିକିରେ ତାଙ୍କ କାରନାମା ଶେଷ ହୋଇ ନ ଥିଲା। ସେ ପୁନଶ୍ଚ ଅନ୍ୟ ଏକ ଆକାଉଣ୍ଟ ଖୋଲିଥିଲେ। ସେଥିରେ ସେ ନିଜକୁ ଭୁବନେଶ୍ୱରର ଜଣେ ମେଡିକାଲ ପ୍ରଫେସର ବୋଲି ଦର୍ଶାଇଥିଲେ। ଏ ସମ୍ପର୍କରେ ଶତପଥୀ ଜାଣିବା ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲେ।
କିଛିଦିନ ଗଲା ପରେ ନାଥ ପୁଣି ଥରେ ପ୍ରୋଫାଇଲ ବଦଳାଇ ନିଜକୁ ୨୦୧୫ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଫିସର ଓ ସେ ଚଣ୍ଡିଗଡ଼ରେ ରହୁଥିବା ଦର୍ଶାଇଥିଲେ। ପୁନର୍ବାର ସମ୍ପୃକ୍ତା ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାକୁ ବାରମ୍ବାର ମିଛର ଆଶ୍ରୟ ନେଇଥିଲେ। ନାଥଙ୍କ ଠକାମି ବିଷୟରେ ଜାଣିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ତାଙ୍କୁ ଧରିବାକୁ ଯୋଗାଯୋଗ କରାଯାଇଥିଲା। ଯୋଜନାବଦ୍ଧ ଭାବେ ନାଥ ଏବଂ ଡାକ୍ତରାଣୀଙ୍କ ମଧ୍ୟରେ ଭୁବନେଶ୍ୱରର ଏକ ହୋଟେଲରେ ଦେଖାସାକ୍ଷାତ୍‌ କରିବା ଲାଗି ଶନିବାର ରାତିରେ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ସମୟରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା। ଏ ନେଇ ଏକ ମାମଲା (ନଂ. ୩୭୩/୧୯) ଆଇପିସି ଦଫା ୪୧୯, ୪୨୦ ଓ ୫୧୧ରେ ରୁଜୁ କରାଯାଇ ତାଙ୍କୁ କୋର୍ଟଚାଲାଣ କରାଯାଇଛି।ପ


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ଉପରେ ଫୋକସ୍‌

ଭୁବନେଶ୍ୱର, ୩ା୩(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲଙ୍କ...

ସୂର୍ଯ୍ୟମନ୍ଦିରରୁ ବାଲିକଢ଼ାକୁ ନେଇ ସଂଶୟ

ପୁରୀ ଅଫିସ,୧୦।୯: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଗଲେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଛି। ବାଲି କଢାଯିବା ପ୍ରକ୍ରିୟା...

ଅବହେଳିତ କାଣ୍ଡେ ସାହି: ୪୦ରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢାରେ ଡୋରି

ତେଲକୋଇ, ୩୧।୧(ଡି.ଏନ.ଏ.)-ତେଲକୋଇ ଆଦିବାସୀ ବହୁଳ ବହୁ ଅଞ୍ଚଳରେ ଯୋଜନା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ସିରିଆବାହାଳ ଗ୍ରାମ ସଂଲଗ୍ନ ୬ନଂ ୱାର୍ଡ କାଣ୍ଡେ ସାହି ଅବହେଳିତ...

ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର ଅଫିସ,୨ା୮: ପ୍ରାୟ ୩ ମାସର ବ୍ୟବଧାନ ପରେ ଯାଜପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଙ୍ଗଳବାରଠାରୁ ଖୋଲିବ। ଏନେଇ ଯାଜପୁର ଜିଲାପାଳ...

ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ପ୍ରଭାବ ହ୍ରାସ ନିମନ୍ତେ...

‘ମୁଁ ନିଜ ଭିତରେ ପଦ୍ମାବତୀଙ୍କୁ ଦେଖୁଛି’

ସେ ନୃତ୍ୟରେ ନିଜକୁ ହଜାଇ ଦିଅନ୍ତି। କଥାବାର୍ତ୍ତା ହେଉ କି ଚାଲିଚଳନ, ପ୍ରତିଟି କାର୍ଯ୍ୟରେ ନିଜକୁ ଜଣେ ନୃତ୍ୟାଙ୍ଗନାର ପରିଚୟ ଦେବାକୁ ଚାହାନ୍ତି। ସବୁକ୍ଷେତ୍ରରେ ନୃତ୍ୟର...

ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ...

ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ଅପରାଧ ରିପୋର୍ଟ ପ୍ରକାଶ : ଭୁବନେଶ୍ୱର ପୋଲିସ ଜିଲାରେ ସର୍ବାଧିକ ମାମଲା

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ରାଜ୍ୟର ୪ ପୋଲିସ ଜିଲାର ଅପରାଧ ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ୨୦୧୭ ରୁ ୨୦୧୮ ମେ’...

Advertisement
Archives

Model This Week