Posted inଜାତୀୟ

ହଜ୍‌ ପାଇଁ ୬,୫୦୦ କି.ମି. ଚାଲିଲେ

ଲଣ୍ଡନ,୧୨।୭: ବ୍ରିଟେନରେ ରହୁଥିବା ଇରାକୀ-କୁରଦିଶ ବଂଶୋଦ୍ଭବ ଆଦମ ମହମ୍ମଦ (୫୨) ହଜ୍‌ ପାଇଁ ୬,୫୦୦ କି.ମି. ଦୂର ଚାଲିକରି ମକ୍କାରେ ପହଞ୍ଚିଛନ୍ତି। ସାଉଦି ଆରବରେ ପହଞ୍ଚିବା ପାଇଁ ଆଦମ ନେଦରଲ୍ୟାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ହଙ୍ଗେରି, ସର୍ବିିଆ, ବୁଲଗେରିଆ, ତୁର୍କୀ, ଲେବାନନ ଏବଂ ଜୋର୍ଡାନ ଦେଶ ଅତିକ୍ରମ କରି ଆସିଛନ୍ତି। ସାଉଦି ଆରବ ମକ୍କାରେ ପହଞ୍ଚିବାକୁ ତାଙ୍କୁ ୧୦ ମାସ ୨୫ ଦିନ ସମୟ ଲାଗିଥିଲା। ଗତବର୍ଷ ଅଗଷ୍ଟ ୧ରୁ ଆଦମ ବ୍ରିଟେନରୁ ନିଜର ଏହି ଯାତ୍ରା ଆରମ୍ଭ କରିଥିଲେ। ପ୍ରତ୍ୟେକ ଦିନ ସେ ୧୭.୮ କି.ମି. ଦୂର ଅତିକ୍ରମ କରୁଥିବାବେଳେ ନିଜ ସାଥୀରେ ସେ ଏକ ଘରତିଆରି ଟ୍ରଲି ଆଣିଥିଲେ, ଯାହାର ଓଜନ ୩୦୦ କେ.ଜି.। ଉକ୍ତ ଟ୍ରଲିରେ ସ୍ପିକର ଖଞ୍ଜା ଯାଇଥିବାବେଳେ ଇସଲାମିକ୍‌ ପ୍ରାର୍ଥନା ଶୁଣି- ଶୁଣି ସେ ଏହି ଯାତ୍ରାକୁ ପୂରା କରିଥିବା କହିଛନ୍ତି। ଆଦମଙ୍କ ଏ ପ୍ରକାର ନିଆରା ପ୍ରୟାସର ମୂଳ କାରଣ ଦୁନିଆରେ ଶାନ୍ତି ଏବଂ ସମାନତାର ମନ୍ତ୍ର ପ୍ରଚାର କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌-ଉଲ୍‌-ଜୁହା ଉପଲକ୍ଷେ ବାଂଲାଦେଶ ସୀମାରେ ମିଠା ଅଦଳବଦଳ କଲେ ସେନା

ଫୁଲବାରି,୧୨।୮: ସାରା ବିଶ୍ୱରେ ସୋମବାର ପାଳନ କରାଯାଉଛି ‘ଇଦ୍‌-ଉଲ୍‌-ଜୁହା’। ଏହି ଅବସରରେ ଭାରତ-ବାଂଲାଦେଶ ସୀମାରେ ଥିବା ଫୁଲବାରିଠାରେ ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌) ଯବାନମାନେ ପରସ୍ପର...

ଝିଅ ଜନ୍ମ ହେବାରୁ ମାଗଣାରେ ସେବା ଯୋଗାଇଲେ ସଲମାନ୍‌

ଆମ ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଅନେକ ଭେଦଭାବ ରହିଛି। ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ କେବଳ ପୁତ୍ର ସନ୍ତାନ ହେଉ ବୋଲି...

ଏଲ୍‌ଏସିରେ ଆଣ୍ଟି ଏୟାରକ୍ରାଫ୍ଟ୍‌ ଏଲ୍‌-୭୦ ତୋପ ମୁତୟନ କଲା ଭାରତ…

ନୂଆଦିଲ୍ଲୀ,୨୧।୧୦: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ଅରୁଣାଚଳପ୍ରଦେଶଠାରେ ଥିବା ଏଲ୍‌ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଆଣ୍ଟି...

ସାମ୍ବାର ଅନ୍ତର୍ଜାତୀୟ ସୀମାରେ ରାତ୍ରକାଳୀନ କର୍ଫ୍ୟୁ: ଆଲର୍ଟରେ ସୁରକ୍ଷାକର୍ମୀ

ଜମ୍ମୁ,୩।୧: ଜମ୍ମୁ-କଶ୍ମୀରର ସାମ୍ବା ଜିଲାରେ ଅନ୍ତର୍ଜାତୀୟ ସୀମାଠାରୁ ଏକ କିଲୋମିଟର ଦୂରତା ମଧ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଏହି ଅଞ୍ଚଳରେ...

ସୋନିଆଙ୍କ ଏକ ବ୍ୟକ୍ତି ଏକ ପଦବୀ ରଣନୀତି: ବରିଷ୍ଠ ନେତାଙ୍କ ପଦବୀ ଯିବା ସମ୍ଭାବନା

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷା ଭାବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡୋର ଧରିଛନ୍ତି। ସେ ଦଳର ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆଣିବା ପାଇଁ ରଣନୀତି...

ଇସିଙ୍କ କ୍ଷମତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୫ା୧୧: ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନ ଉପରେ ଶୁକ୍ରବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ...

ଚାରଧାମ ଯାତ୍ରା: ୪୬ ଦିନରେ ଗଲାଣି ୧୭୫ ପ୍ରାଣୀଙ୍କ ଜୀବନ

ଋୁଦ୍ରପ୍ରୟାଗ,୨୩ ।୬: କେଦାରନାଥ ଯାତ୍ରାରେ ପ୍ରାଣୀଙ୍କ ମୃତ୍ୟୁ ଲଗାତାର ଜାରି ରହିଛି । କଥା କହିପାରୁ ନ ଥିବା ଏହି ପ୍ରାଣୀ ମାଲିକଙ୍କ ପଟେକ ଭରିବା...

ଚକା ଜାମ୍‌ କରିବେ ଚାଷୀ

ଭୁବନେଶ୍ୱର,(ବ୍ୟୁରୋ)/ନୂଆଦିଲ୍ଲୀ, ୬।୨(ପି.ଟି.): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଶନିବାର ଦେଶବ୍ୟାପୀ ‘ଚକା ଜାମ୍‌’ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ...

Advertisement
Archives

Model This Week