ମହାକାଳପଡ଼ା ଦେଇ ଯିବ ଗ୍ରୀନ୍‌ଫିଲ୍ଡ ରାଜପଥ

ମହାକାଳପଡ଼ା,୮ା୮ (ଡି.ଏନ୍‌. ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ଦେଇ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ରାଜପଥ। ଏହି ରାଜପଥ ନିର୍ମାଣ ହେଲେ ସମୁଦ୍ର ଉପକୂଳ ଅଞ୍ଚଳ ପଶ୍ଚିମବଙ୍ଗର କୋଲକାତା ପର୍ଯ୍ୟନ୍ତ ପରିବହନ, ଗମନାଗମନ ସୁଦୃଢ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ବ୍ଲକର ପାଟୁକି ପଙ୍କ, ଦେକଣି, କୋରଡପଙ୍କା, ନଳଦିଆ ଶାସନ, ଗତାନଈ, ନାରାୟଣପୁର, ମଶାକଣି, ଯଦୁପୁର, ନୂଆଗଁା, ଓସ୍ତର, ତେରଗଁା, ସାମନ୍ତସିଂହାରପୁର, ମଙ୍ଗଳପୁର, ବଉଳପଡ଼ା, ତିଥି, କିଆରବାଙ୍କ, ବିଜୟନଗର, ବାବର, ପୋଟିଆ, ରାମଚନ୍ଦ୍ରପୁର ଆଦି ଗଁାର ଚାଷଜମି ଉପରେ ଏହି ରାଜପଥ ନିର୍ମାଣ ହେବ ବୋଲି କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜ ମାର୍ଗ ମନ୍ତ୍ରଣାଳୟ ଜାତୀୟ ରାଜପଥ ଗ୍ରୀନ ଫିଲ୍ଡ ହାଇୱେ ପ୍ରକଳ୍ପ ଓଡ଼ିଶା କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ଦୈନିକ ଓଡ଼ିଆ ଖବର କାଗଜ ଧରିତ୍ରୀରେ ରବିବାର ବିଜ୍ଞାପିତ ପ୍ରକାଶିତ ପାଇଛି। ଏହାପରେ ସ୍ଥାନୀୟ ଲୋକମାନେ ଖୁସି ପ୍ରକଟ କରିଛନ୍ତି। ରାଜପଥ ନିର୍ମାଣ ହେଲେ ଜମି ଅଧିଗ୍ରହଣ କରାଯାଇ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଉଚିତ ମୂଲ୍ୟ ମିଳିବ। ରାଜପଥ ନିର୍ମାଣ ହେଲେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବହୁ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିବା ସହ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ଜାତୀୟ ରାଜପଥ ଗ୍ରୀନ ଫିଲ୍ଡ ହାଇୱେ ପ୍ରକଳ୍ପ ନିର୍ମାଣ ହେଲେ ମହାକାଳପଡ଼ା ବ୍ଲକ ବିକାଶର ନୂଆ ଯୁଗ ଆରମ୍ଭ ହେବ ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦଶା ଆଣିଲା ଝଡ଼ବର୍ଷା

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ...

କେନ୍ଦ୍ରାପଡାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଅଫିସ, ୧୬।୬- କେନ୍ଦ୍ରାପଡା ଜିଲାରେ ମଙ୍ଗଳବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛିା...

ରାଜ୍ୟରେ କୁକୁଡ଼ା ଚାଷ ପ୍ରଭାବିତ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଗତ ତିନିବର୍ଷ ହେଲା ରାଜ୍ୟର କୁକୁଡା ଚାଷ ଉପରେ ବାର୍ଡ ଫ୍ଲୁ ଦାଉ ସାଧୁଛି। ଏଥିଯୋଗୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି।...

ଫିଟ୍‌ନେସ୍‌ ପରୀକ୍ଷା କରିବ ମେଶିନ

ଭୁବନେଶ୍ୱର୧୨।୧୦(ବ୍ୟୁରୋ): ରାଜ୍ୟ ପରିବହନ ବିଭାଗ ଦ୍ୱାରା ଚଳିତ ମାସ ୨୩ ତାରିଖରୁ ଅଟୋମେଟେଡ୍‌ ଇନ୍ସପେକ୍ସନ ଆଣ୍ଡ ସାର୍ଟିଫିକେଶନ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ...

ଉପଭୋକ୍ତାଙ୍କ ଠାରୁ ଦୂରେଇଯାଉଛି ବିଏସ୍‌ଏନଏଲ୍‌

ଭଞ୍ଜନଗର,୬।୭(ଡି.ଏନ.ଏ.)-ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ସରକାରୀ ସଂସ୍ଥା ବିଏସ୍‌ଏନଏଲ୍‌କୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଦେଶର ଅଧିକାଶଂ ଅଞ୍ଚଳରେ ୪ଜି ମୋବାଇଲ ସେବା...

ଇ-ପଞ୍ଜୀକରଣରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ୨ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ସାରା ଦେଶରୁ ୪ କୋଟିରୁ ଅଧିକ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଶ୍ରମିକ ପଞ୍ଜୀକରଣ କରିବାରେ...

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ

ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁକ୍ରବାର ରାତି ପ୍ରାୟ ୯ଟା ୧୦ରେ ଶାହା...

ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଗଲା

ଦେବଗଡ,୧୩।୫(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଅନ୍ତେବାସୀଙ୍କୁ ସାନିଟାଇଜର, ସାବୁନ...

Advertisement
Archives

Model This Week