୬୩.୨୫ କୋଟିର ହିସାବ ମିଳିନି

ଯାଜପୁର,୧୦।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌର ପରିଷଦରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ସମେତ ଏକ ମେଗା ପ୍ରକଳ୍ପ କାର୍ଯ୍ୟରେ ୧ କୋଟି ୩୦ ଲକ୍ଷ ୪୪ ହଜାର ୨୦୮ ଟଙ୍କା ଦେଣନେଣ ଉପରେ ଲୋକାଲ ଫଣ୍ଡ ଅଡିଟ୍‌(ଏଲ୍‌ଏଫ୍‌ଏ) ଆପତ୍ତି ଉଠାଇଛି। ଏହାବାଦ୍‌ ଟ୍ୟାକ୍ସ ଆଦାୟରେ ଜବତ ପରଓ୍ବାନା ଜାରି ନ କରିବା ଓ ଏହାର ତନଖି ପାଇଁ କୌଣସି ରେକର୍ଡ ବ୍ୟବହାର ନ ହେବା କାରଣରୁ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଇଛନ୍ତି। ଗତ ୩୧ା୩ା୨୦୨୨ ସୁଦ୍ଧା ଏହି ପୌର ପରିଷଦ କର୍ତ୍ତୃପକ୍ଷ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୬୩ କୋଟି ୨୫ ଲକ୍ଷ ୨୮ ହଜାର ୧୧ ଟଙ୍କାର ୟୁସି(ବିନିଯୋଗ ପତ୍ର) ହିସାବ ଦେଇ ପାରିନାହିଁ। ପୋଖରୀ, ଫେରିଘାଟ, କଂସେଇଖାନା, ପାର୍କିଂ ସ୍ଥାନ ଇତ୍ୟାଦିରୁ ଆବଶ୍ୟକ ସଂଗ୍ରହ ହୋଇ ପାରିନାହିଁ। ଅଡିଟ୍‌ ଟିମ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚ ଉପରେ ପ୍ରଶ୍ନ କରିଥିବାବେଳେ ନିର୍ବାହୀ ଅଧିକାରୀ ନୀରବ ରହି ଏଭଳି ଅନିୟମିତତାକୁ ପରୋକ୍ଷରେ ସହଯୋଗ କରିଥିବା ଅଡିଟ୍‌ ରିପୋର୍ଟରୁ ମନେହୋଇଛି ା
ୱାର୍ଡ ବିଶିଷ୍ଟ ବ୍ୟାସନଗର ପୌରପରିଷଦ ୩୫.୫ ବର୍ଗ କି.ମି. ଅଞ୍ଚଳକୁ ନେଇ ଗଠିତ। ଏଠାରେ ୨୦୧୧ ଜଣ ଗଣନା ଅନୁଯାୟୀ ୪୮,୯୧୧ ଲୋକସଂଖ୍ୟା ରହିଛି। ତେବେ ବର୍ତ୍ତମାନ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ କାରଖାନା ବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଗୁ ଏହି ସହରର ପରିସୀମା ଓ ଲୋକସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ପୌର ପରିଷଦର ପ୍ରମୁଖ ଭୂମିକା ରହିଛି। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହରର ବିକାଶ ପାଇଁ ବହୁ କୋଟି ଟଙ୍କାର ଅନୁଦାନ ଆସୁଛି। ଏହିକ୍ରମରେ ୨୦୨୧-୨୨ ଓ ୨୦୨୦-୨୧ ବର୍ଷର ଅଡିଟ୍‌ ୭ା୧୦ା୨୦୨୨ରୁ ୧୧ା୩ା୨୦୨୩ ପର୍ଯ୍ୟନ୍ତ ହୋଇଥିଲା। ଅଡିଟ୍‌ର ଭାରତୀ ମଲିକଙ୍କ ନେତୃତ୍ୱରେ ଶୁଭ୍ରଜିତ ଶତପଥୀ ଏହାର ଦାୟିତ୍ୱ ନେଇଥିଲେ। ଗତ ୧୦ା୭ା୨୦୨୩ରେ ଜିଲା ଅଡିଟ୍‌ ଅଧିକାରୀ ତ୍ରିଲୋଚନ ଓଝା ଏହି ଅଡିଟ୍‌ ରିପୋର୍ଟକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଅଡିଟ୍‌ ରିପୋର୍ଟ ଅନୁସାରେ ୨୦୨୧-୨୨ ବର୍ଷରେ ପୂର୍ବ ବର୍ଷର ବଳକାକୁ ମିଶାଇ ୬୫ କୋଟି ୯୮ ଲକ୍ଷ ୩୯୯ ଟଙ୍କା ରହିଥିଲା। ଅଡିଟ୍‌ ବର୍ଷରେ ଏଥିରୁ ୨୭ କୋଟି ୭୭ ଲକ୍ଷ ୯୧ ହଜାର ୪୪୪ ଟଙ୍କା ଖର୍ଚ୍ଚ ହୋଇଥିଲା। ସେଥିମଧ୍ୟରୁ ବ୍ୟାସସରୋବର ନିକଟରେ ୨ କୋଟି ୭୧ ଲକ୍ଷ ଟଙ୍କାର ୩୦ କେଏଲ୍‌ଡି କ୍ଷମତାବିଶିଷ୍ଟ ଏକ ମେଗା ପ୍ରକଳ୍ପ ସିପେଜ ଟ୍ରିଟମେଣ୍ଟ ଫାସିଲିଟି(ଏସ୍‌ଟିଏଫ୍‌) ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ନିର୍ମାଣ ସମୟରେ ଅଡିଟ୍‌ ହେବା ପର୍ଯ୍ୟନ୍ତ ଏଥିପାଇଁ ୪ଟି ପର୍ଯ୍ୟାୟରେ ଠିକାସଂସ୍ଥାର ସଞ୍ଜୀବ କୁମାର ପାତ୍ରଙ୍କୁ ୧ କୋଟି ୩୦ ଲକ୍ଷ ୪୪ ହଜାର ୨୦୮ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ କେଶ୍‌ ରେକର୍ଡରୁ ନିର୍ମାଣ ସାମଗ୍ରୀ ବିବରଣୀ ସଂଲଗ୍ନ ହୋଇ ନ ଥିବା ଜଣାପଡିଥିଲା। ଏହାସହ ବାଲି, ମାଟି, ସିମେଣ୍ଟ ଇତ୍ୟାଦି ନିର୍ମାଣ ସାମଗ୍ରୀରୁ ରୟାଲଟି, ଇସିବି ଇତ୍ୟାଦି ଆଦାୟ ହୋଇ ନ ଥିଲା। ଫଳରେ ରାଜ୍ୟ ସରକାରଙ୍କ ବିପୁଳ ଟଙ୍କାର ରାଜସ୍ବ ହାନି ହୋଇଥିଲା। ଏପରିକି ଏହି ଅନିୟମିତତା ସଂକ୍ରାନ୍ତରେ ସମ୍ପୃକ୍ତ ଅଧିକାରୀ କୌଣସି ଉତ୍ତର ଦେଇ ପାରି ନ ଥିଲେ। ଫଳରେ ଉପରୋକ୍ତ ଟଙ୍କା ଉପରେ ଅଡିଟ୍‌ ଆପତ୍ତି ଉଠାଇଥିଲା। ଏହାବାଦ୍‌ ୩୧ା୩ା୨୦୨୨ ସୁଦ୍ଧା ବହୁ କର୍ମଚାରୀ ଓ ଅଧିକାରୀଙ୍କ ନିକଟରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅଗ୍ରିମ ଆକାରରେ ପଡି ରହିଥିଲା। ଦୁର୍ବଳ ପରିଚାଳନା ଏବଂ ସଂପୃକ୍ତ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କ ଅବହେଳା କାରଣରୁ ସରକାରୀ ବଳକା ଅର୍ଥ ଉପଯୁକ୍ତ ସମୟରେ ଟ୍ରେଜେରିରେ ଜମା ହୋଇ ପାରି ନ ଥିଲା। ପ୍ରକଳ୍ପ କିମ୍ବା କାର୍ଯ୍ୟ ରେଜିଷ୍ଟର ଉପଯୁକ୍ତ ଭାବେ ବ୍ୟବହାର ହୋଇ ନ ଥିବାରୁ ରାଜସ୍ବ ସମ୍ପର୍କରେ ଠିକ୍‌ ତଥ୍ୟ ମିଳି ପାରି ନାହିଁ। ଏହାବାଦ ମଞ୍ଜୁର ଅର୍ଥ, ପ୍ରକଳ୍ପର ଆରମ୍ଭ ଓ ଶେଷ ତାରିଖ ଠିକ୍‌ ଭାବେ ଦର୍ଶାଯାଇ ନାହିଁ। ପ୍ରକଳ୍ପ କାର୍ଯ୍ୟ କେଶ ରେକର୍ଡ ସରକାରୀ ଗାଇଡ୍‌ ଲାଇନ ଅନୁସାରେ ପାଳନ କରାଯାଇ ନ ଥିଲା। ଏଭଳି ଭାବେ ସରକାରୀ ଅର୍ଥର ଉପଯୁକ୍ତ ବିନିଯୋଗ ଓ ତଦନ୍ତ ଅଭାବରୁ ବିପୁଳ ଟଙ୍କା ଅନିୟମିତତା ହୋଇଥିବା ଅଡିଟ୍‌ ରିପୋର୍ଟରେ ସନ୍ଦେହ କରାଯାଇଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ମଙ୍ଗଳବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?