୬୩.୨୫ କୋଟିର ହିସାବ ମିଳିନି

ଯାଜପୁର,୧୦।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌର ପରିଷଦରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ସମେତ ଏକ ମେଗା ପ୍ରକଳ୍ପ କାର୍ଯ୍ୟରେ ୧ କୋଟି ୩୦ ଲକ୍ଷ ୪୪ ହଜାର ୨୦୮ ଟଙ୍କା ଦେଣନେଣ ଉପରେ ଲୋକାଲ ଫଣ୍ଡ ଅଡିଟ୍‌(ଏଲ୍‌ଏଫ୍‌ଏ) ଆପତ୍ତି ଉଠାଇଛି। ଏହାବାଦ୍‌ ଟ୍ୟାକ୍ସ ଆଦାୟରେ ଜବତ ପରଓ୍ବାନା ଜାରି ନ କରିବା ଓ ଏହାର ତନଖି ପାଇଁ କୌଣସି ରେକର୍ଡ ବ୍ୟବହାର ନ ହେବା କାରଣରୁ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଇଛନ୍ତି। ଗତ ୩୧ା୩ା୨୦୨୨ ସୁଦ୍ଧା ଏହି ପୌର ପରିଷଦ କର୍ତ୍ତୃପକ୍ଷ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୬୩ କୋଟି ୨୫ ଲକ୍ଷ ୨୮ ହଜାର ୧୧ ଟଙ୍କାର ୟୁସି(ବିନିଯୋଗ ପତ୍ର) ହିସାବ ଦେଇ ପାରିନାହିଁ। ପୋଖରୀ, ଫେରିଘାଟ, କଂସେଇଖାନା, ପାର୍କିଂ ସ୍ଥାନ ଇତ୍ୟାଦିରୁ ଆବଶ୍ୟକ ସଂଗ୍ରହ ହୋଇ ପାରିନାହିଁ। ଅଡିଟ୍‌ ଟିମ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚ ଉପରେ ପ୍ରଶ୍ନ କରିଥିବାବେଳେ ନିର୍ବାହୀ ଅଧିକାରୀ ନୀରବ ରହି ଏଭଳି ଅନିୟମିତତାକୁ ପରୋକ୍ଷରେ ସହଯୋଗ କରିଥିବା ଅଡିଟ୍‌ ରିପୋର୍ଟରୁ ମନେହୋଇଛି ା
ୱାର୍ଡ ବିଶିଷ୍ଟ ବ୍ୟାସନଗର ପୌରପରିଷଦ ୩୫.୫ ବର୍ଗ କି.ମି. ଅଞ୍ଚଳକୁ ନେଇ ଗଠିତ। ଏଠାରେ ୨୦୧୧ ଜଣ ଗଣନା ଅନୁଯାୟୀ ୪୮,୯୧୧ ଲୋକସଂଖ୍ୟା ରହିଛି। ତେବେ ବର୍ତ୍ତମାନ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ କାରଖାନା ବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଗୁ ଏହି ସହରର ପରିସୀମା ଓ ଲୋକସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ପୌର ପରିଷଦର ପ୍ରମୁଖ ଭୂମିକା ରହିଛି। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହରର ବିକାଶ ପାଇଁ ବହୁ କୋଟି ଟଙ୍କାର ଅନୁଦାନ ଆସୁଛି। ଏହିକ୍ରମରେ ୨୦୨୧-୨୨ ଓ ୨୦୨୦-୨୧ ବର୍ଷର ଅଡିଟ୍‌ ୭ା୧୦ା୨୦୨୨ରୁ ୧୧ା୩ା୨୦୨୩ ପର୍ଯ୍ୟନ୍ତ ହୋଇଥିଲା। ଅଡିଟ୍‌ର ଭାରତୀ ମଲିକଙ୍କ ନେତୃତ୍ୱରେ ଶୁଭ୍ରଜିତ ଶତପଥୀ ଏହାର ଦାୟିତ୍ୱ ନେଇଥିଲେ। ଗତ ୧୦ା୭ା୨୦୨୩ରେ ଜିଲା ଅଡିଟ୍‌ ଅଧିକାରୀ ତ୍ରିଲୋଚନ ଓଝା ଏହି ଅଡିଟ୍‌ ରିପୋର୍ଟକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଅଡିଟ୍‌ ରିପୋର୍ଟ ଅନୁସାରେ ୨୦୨୧-୨୨ ବର୍ଷରେ ପୂର୍ବ ବର୍ଷର ବଳକାକୁ ମିଶାଇ ୬୫ କୋଟି ୯୮ ଲକ୍ଷ ୩୯୯ ଟଙ୍କା ରହିଥିଲା। ଅଡିଟ୍‌ ବର୍ଷରେ ଏଥିରୁ ୨୭ କୋଟି ୭୭ ଲକ୍ଷ ୯୧ ହଜାର ୪୪୪ ଟଙ୍କା ଖର୍ଚ୍ଚ ହୋଇଥିଲା। ସେଥିମଧ୍ୟରୁ ବ୍ୟାସସରୋବର ନିକଟରେ ୨ କୋଟି ୭୧ ଲକ୍ଷ ଟଙ୍କାର ୩୦ କେଏଲ୍‌ଡି କ୍ଷମତାବିଶିଷ୍ଟ ଏକ ମେଗା ପ୍ରକଳ୍ପ ସିପେଜ ଟ୍ରିଟମେଣ୍ଟ ଫାସିଲିଟି(ଏସ୍‌ଟିଏଫ୍‌) ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ନିର୍ମାଣ ସମୟରେ ଅଡିଟ୍‌ ହେବା ପର୍ଯ୍ୟନ୍ତ ଏଥିପାଇଁ ୪ଟି ପର୍ଯ୍ୟାୟରେ ଠିକାସଂସ୍ଥାର ସଞ୍ଜୀବ କୁମାର ପାତ୍ରଙ୍କୁ ୧ କୋଟି ୩୦ ଲକ୍ଷ ୪୪ ହଜାର ୨୦୮ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ କେଶ୍‌ ରେକର୍ଡରୁ ନିର୍ମାଣ ସାମଗ୍ରୀ ବିବରଣୀ ସଂଲଗ୍ନ ହୋଇ ନ ଥିବା ଜଣାପଡିଥିଲା। ଏହାସହ ବାଲି, ମାଟି, ସିମେଣ୍ଟ ଇତ୍ୟାଦି ନିର୍ମାଣ ସାମଗ୍ରୀରୁ ରୟାଲଟି, ଇସିବି ଇତ୍ୟାଦି ଆଦାୟ ହୋଇ ନ ଥିଲା। ଫଳରେ ରାଜ୍ୟ ସରକାରଙ୍କ ବିପୁଳ ଟଙ୍କାର ରାଜସ୍ବ ହାନି ହୋଇଥିଲା। ଏପରିକି ଏହି ଅନିୟମିତତା ସଂକ୍ରାନ୍ତରେ ସମ୍ପୃକ୍ତ ଅଧିକାରୀ କୌଣସି ଉତ୍ତର ଦେଇ ପାରି ନ ଥିଲେ। ଫଳରେ ଉପରୋକ୍ତ ଟଙ୍କା ଉପରେ ଅଡିଟ୍‌ ଆପତ୍ତି ଉଠାଇଥିଲା। ଏହାବାଦ୍‌ ୩୧ା୩ା୨୦୨୨ ସୁଦ୍ଧା ବହୁ କର୍ମଚାରୀ ଓ ଅଧିକାରୀଙ୍କ ନିକଟରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅଗ୍ରିମ ଆକାରରେ ପଡି ରହିଥିଲା। ଦୁର୍ବଳ ପରିଚାଳନା ଏବଂ ସଂପୃକ୍ତ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କ ଅବହେଳା କାରଣରୁ ସରକାରୀ ବଳକା ଅର୍ଥ ଉପଯୁକ୍ତ ସମୟରେ ଟ୍ରେଜେରିରେ ଜମା ହୋଇ ପାରି ନ ଥିଲା। ପ୍ରକଳ୍ପ କିମ୍ବା କାର୍ଯ୍ୟ ରେଜିଷ୍ଟର ଉପଯୁକ୍ତ ଭାବେ ବ୍ୟବହାର ହୋଇ ନ ଥିବାରୁ ରାଜସ୍ବ ସମ୍ପର୍କରେ ଠିକ୍‌ ତଥ୍ୟ ମିଳି ପାରି ନାହିଁ। ଏହାବାଦ ମଞ୍ଜୁର ଅର୍ଥ, ପ୍ରକଳ୍ପର ଆରମ୍ଭ ଓ ଶେଷ ତାରିଖ ଠିକ୍‌ ଭାବେ ଦର୍ଶାଯାଇ ନାହିଁ। ପ୍ରକଳ୍ପ କାର୍ଯ୍ୟ କେଶ ରେକର୍ଡ ସରକାରୀ ଗାଇଡ୍‌ ଲାଇନ ଅନୁସାରେ ପାଳନ କରାଯାଇ ନ ଥିଲା। ଏଭଳି ଭାବେ ସରକାରୀ ଅର୍ଥର ଉପଯୁକ୍ତ ବିନିଯୋଗ ଓ ତଦନ୍ତ ଅଭାବରୁ ବିପୁଳ ଟଙ୍କା ଅନିୟମିତତା ହୋଇଥିବା ଅଡିଟ୍‌ ରିପୋର୍ଟରେ ସନ୍ଦେହ କରାଯାଇଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ମଙ୍ଗଳବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri