ଗୁପ୍ତଧନ ଆଶା ଦେଖାଇ ଠକି ନେଇଥିଲେ ୬୨ ଲକ୍ଷ

କଟକ ଅଫିସ,୨୯।୪: କଟକ ସହରରେ ବି ଲୋକେ ଅନ୍ଧବିଶ୍ୱାସରେ ବୁଡ଼ି ରହିଛନ୍ତି। ଗୁଣିଗାରେଡ଼ି ମାଧ୍ୟମରେ ଗୁପ୍ତଧନ ପାଇବା ଆଶାରେ ଠକ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ ରାଣୀହାଟ ଅଞ୍ଚଳର ଜଣେ ମହିଳା। ତାନ୍ତ୍ରିକ ସାଜି ମହିଳାଙ୍କଠାରୁ ୬୨ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଯୁବକଙ୍କୁ ମଙ୍ଗଳାବାଗ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେଶରପୁର ଅଞ୍ଚଳର ମୌଲାନା କୈଫି ଖାନ୍‌(୨୭)। ତାଙ୍କ ନିକଟରୁ ନଗଦ ୨,୭୬,୪୧୦ ଟଙ୍କା, ୨ଟି ଦାମୀ କାର୍‌, ୭୦ ଦାମୀ ମୋବାଇଲ ଫୋନ୍‌, ୨୦ ଦାମୀ ହାତଘଣ୍ଟା, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ ବୁକ୍‌, ବୀମା ପଲିସି ମିଶି ୧୩ଟି, ହୀରା ଭଳି ଦେଖାଯାଉଥିବା ୨ଟି ଧାତୁ, ୨ଟି ପିତ୍ତଳ ଇଟା, ୩ଟି ଲକ୍ଷ୍ମୀଙ୍କ ପିତ୍ତଳରେ ତିଆରି ପାଦ, ୨ଟି ହଳଦିଆ ଓ ନୀଳ ରଙ୍ଗର ହୀରା ସଦୃଶ ଧାତୁ, ଗୋଟିଏ ପିତ୍ତଳ ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ପିତ୍ତଳ ହଣ୍ଡା, ପିତ୍ତଳର ୨ଟି ଲକ୍ଷ୍ମୀପାଦ, ହୀରା ଭଳି ଦେଖାଯାଉଥିବା ଗୋଟିଏ କାଚଖଣ୍ଡ, ୪ଟି ପିତ୍ତଳ ପାତ୍ର ଓ ୧୦ଟି ଧାତବ ଲକେଟ୍‌ ଜବତ କରାଯାଇଛି। ଏନେଇ ଏକ ମାମଲା(ନଂ.୧୧୪/୨୩) ରୁଜୁ ହୋଇଥିବା ମଙ୍ଗଳାବାଗ ଥାନାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ, ଠକାମିିର ଶିକାର ହୋଇଥିବା ରାଣୀହାଟ ଅଞ୍ଚଳର ମହିଳା ଓ ତାଙ୍କ ବୃଦ୍ଧା ମା’ଙ୍କ ସମେତ ସମସ୍ତ ସଦସ୍ୟ ଘରେ ଭୟଭୀତ ଅବସ୍ଥାରେ ରହୁଥିଲେ। ସେମାନେ ତାଙ୍କ ଘରେ ଏକ ଦୁଷ୍ଟଶକ୍ତିର ଉପସ୍ଥିତିକୁ ଅନୁଭବ କରୁଥିଲେ। ଯେଉଁଥିପାଇଁ ସେମାନେ ଶାନ୍ତିରେ ରହିପାରୁ ନ ଥିଲେ କି ଶୋଇପାରୁ ନ ଥିଲେ। ଏଥିରୁ ରକ୍ଷା ପାଇବା ପାଇଁ ସେମାନେ ବହୁ ପୂଜାର୍ଚ୍ଚନା କରିଥିଲେ। ଏକଥା ତାଙ୍କ କାର୍‌ ଡ୍ରାଇଭର ସେକ୍‌ ଅସ୍‌ପାକ୍‌ଙ୍କୁ ଜଣାଥିଲା। ୨୦୨୨ ଅଗଷ୍ଟ ଶେଷ ସପ୍ତାହରେ ଅସ୍‌ପାକ୍‌ ନିଜେ ଅନୁପସ୍ଥିତ ରହି ଅନ୍ୟ ଜଣେ ଡ୍ରାଇଭର ସେକ୍‌ ଇସ୍ରାଇଲଙ୍କୁ ଗୋଟିଏ ଦିନ ପାଇଁ ପଠାଇଥିଲେ। କାର୍‌ରେ ଯାଉଥିବାବେଳେ ମହିଳା ଜଣଙ୍କ ତାଙ୍କ ଘରେ ଥିବା ଦୁଷ୍ଟ ଶକ୍ତି ବିଷୟରେ ଇସ୍ରାଇଲ୍‌ଙ୍କୁ କହିଥିଲେ। କେଶରପୁରର କୈଫି ଖାନ୍‌ ନାମକ ମୌଲାନା ଏହି ଦୁଷ୍ଟ ଶକ୍ତିକୁ ବିତାଡ଼ିତ କରିଦେବେ ବୋଲି ଇସ୍ରାଇଲ୍‌ ମହିଳାଙ୍କୁ କହିଥିଲେ। ସେହିଦିନଠାରୁ ମହିଳା ଜଣକ କୈଫି ଖାନ୍‌ଙ୍କ ସହ ସମ୍ପର୍କରେ ରହିଲେ। କୈଫି ସମ୍ପୃକ୍ତା ମହିଳାଙ୍କ ଘର ପରିଦର୍ଶନ କରି ଏକ ଦୁଷ୍ଟ ଶକ୍ତି ସ୍ପିରିଟ୍‌ ଆକାରରେ ରହିଥିବା କହିଥିଲେ। ତାଙ୍କ ଘରର ମାଟି ତଳେ କିଛି ଗୁପ୍ତଧନ ରହିଛି ସେଗୁଡ଼ିକ ବାହାର କରିବାକୁ ପଡ଼ିବ। ନ ହେଲେ ସେହି ଦୁଷ୍ଟ ଶକ୍ତି ବହୁତ ବଡ଼ କ୍ଷତି କରିପାରେ। ଏପରି କି ପରିବାରର କାହାର ଜୀବନ ବି ନେଇପାରେ ବୋଲି କୈଫି ଚେତାଇ ଦେଇଥିଲେ। ତେଣୁ ତୁରନ୍ତ ଏହାର ପ୍ରତିକାର ନିମନ୍ତେ ପରାମର୍ଶ ଦେଇଥିଲେ। ସେହି ଦୁଷ୍ଟଶକ୍ତିକୁ ଘରୁ ବାହାର କରିବା ପାଇଁ ସେ ପ୍ରଥମେ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ। ମହିଳା ଜଣଙ୍କ ୧୫ ଲକ୍ଷ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରେ ବିଭିନ୍ନ ସମୟରେ ସମ୍ପୃକ୍ତ ମହିଳା ମୋଟ ୬୨ ଲକ୍ଷ ଟଙ୍କା ଅଭିଯୁକ୍ତଙ୍କ ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ହେଲେ ମହିଳା ଜଣଙ୍କ ଏ ସମସ୍ତ ଟଙ୍କା ଯୋଗାଡ଼ କରିବାକୁ ୧୭ଟା ସୁନାଋଣ କରିଥିଲେ। ଦିନେ ଅଭିଯୁକ୍ତ ତାଙ୍କ ଘରେ ପହଞ୍ଚତ୍ ଗୁପ୍ତଧନ ପାଇବା ପାଇଁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚଟାଣକୁ ଖୋଳିଥିଲେ। ସେଥିରୁ ଗୋଟିଏ ବୁଦ୍ଧମୂର୍ତ୍ତି, ଗୋଟିଏ ପିତ୍ତଳ ପାତ୍ର, ଗୋଟିଏ ପିତ୍ତଳ ରାଧାକୃଷ୍ଣ ମୂର୍ତ୍ତି, ହୀରା ଭଳି ଦେଖାଯାଉଥିବା ଧାତୁ ଓ ପିତ୍ତଳ ଇଟା ଆଦି ମିଳିଥିଲା। ଅଭିଯୁକ୍ତ ଜଣକ ମହିଳାଙ୍କ ମନରେ ଦୃଢ଼ ବିଶ୍ୱାସ ଜନ୍ମାଇଲେ, ଯାହାକି ଉଦ୍ଧାର ସାମଗ୍ରୀଗୁଡ଼ିକ ଅତ୍ୟନ୍ତ ମୂଲ୍ୟବାନ୍‌ ହୀରା ଓ ସୁନା ବୋଲି। ମାତ୍ର ସେଗୁଡ଼ିକୁ ପରୀକ୍ଷା କରାଯିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ଜଣଙ୍କ ଠକେଇ ଟଙ୍କାରେ ଦାମୀ ମୋବାଇଲ ଫୋନ୍‌, ଦାମୀ କାର୍‌, ଗୋଟିଏ ବୁଲେଟ, ଦାମୀ ହାତଘଣ୍ଟା ଭଳି ସୌଖୀନ ସାମଗ୍ରୀ କିଣି ଅୟସ କରୁଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?