ଗୁପ୍ତଧନ ଆଶା ଦେଖାଇ ଠକି ନେଇଥିଲେ ୬୨ ଲକ୍ଷ

କଟକ ଅଫିସ,୨୯।୪: କଟକ ସହରରେ ବି ଲୋକେ ଅନ୍ଧବିଶ୍ୱାସରେ ବୁଡ଼ି ରହିଛନ୍ତି। ଗୁଣିଗାରେଡ଼ି ମାଧ୍ୟମରେ ଗୁପ୍ତଧନ ପାଇବା ଆଶାରେ ଠକ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ ରାଣୀହାଟ ଅଞ୍ଚଳର ଜଣେ ମହିଳା। ତାନ୍ତ୍ରିକ ସାଜି ମହିଳାଙ୍କଠାରୁ ୬୨ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଯୁବକଙ୍କୁ ମଙ୍ଗଳାବାଗ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେଶରପୁର ଅଞ୍ଚଳର ମୌଲାନା କୈଫି ଖାନ୍‌(୨୭)। ତାଙ୍କ ନିକଟରୁ ନଗଦ ୨,୭୬,୪୧୦ ଟଙ୍କା, ୨ଟି ଦାମୀ କାର୍‌, ୭୦ ଦାମୀ ମୋବାଇଲ ଫୋନ୍‌, ୨୦ ଦାମୀ ହାତଘଣ୍ଟା, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ ବୁକ୍‌, ବୀମା ପଲିସି ମିଶି ୧୩ଟି, ହୀରା ଭଳି ଦେଖାଯାଉଥିବା ୨ଟି ଧାତୁ, ୨ଟି ପିତ୍ତଳ ଇଟା, ୩ଟି ଲକ୍ଷ୍ମୀଙ୍କ ପିତ୍ତଳରେ ତିଆରି ପାଦ, ୨ଟି ହଳଦିଆ ଓ ନୀଳ ରଙ୍ଗର ହୀରା ସଦୃଶ ଧାତୁ, ଗୋଟିଏ ପିତ୍ତଳ ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ପିତ୍ତଳ ହଣ୍ଡା, ପିତ୍ତଳର ୨ଟି ଲକ୍ଷ୍ମୀପାଦ, ହୀରା ଭଳି ଦେଖାଯାଉଥିବା ଗୋଟିଏ କାଚଖଣ୍ଡ, ୪ଟି ପିତ୍ତଳ ପାତ୍ର ଓ ୧୦ଟି ଧାତବ ଲକେଟ୍‌ ଜବତ କରାଯାଇଛି। ଏନେଇ ଏକ ମାମଲା(ନଂ.୧୧୪/୨୩) ରୁଜୁ ହୋଇଥିବା ମଙ୍ଗଳାବାଗ ଥାନାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ, ଠକାମିିର ଶିକାର ହୋଇଥିବା ରାଣୀହାଟ ଅଞ୍ଚଳର ମହିଳା ଓ ତାଙ୍କ ବୃଦ୍ଧା ମା’ଙ୍କ ସମେତ ସମସ୍ତ ସଦସ୍ୟ ଘରେ ଭୟଭୀତ ଅବସ୍ଥାରେ ରହୁଥିଲେ। ସେମାନେ ତାଙ୍କ ଘରେ ଏକ ଦୁଷ୍ଟଶକ୍ତିର ଉପସ୍ଥିତିକୁ ଅନୁଭବ କରୁଥିଲେ। ଯେଉଁଥିପାଇଁ ସେମାନେ ଶାନ୍ତିରେ ରହିପାରୁ ନ ଥିଲେ କି ଶୋଇପାରୁ ନ ଥିଲେ। ଏଥିରୁ ରକ୍ଷା ପାଇବା ପାଇଁ ସେମାନେ ବହୁ ପୂଜାର୍ଚ୍ଚନା କରିଥିଲେ। ଏକଥା ତାଙ୍କ କାର୍‌ ଡ୍ରାଇଭର ସେକ୍‌ ଅସ୍‌ପାକ୍‌ଙ୍କୁ ଜଣାଥିଲା। ୨୦୨୨ ଅଗଷ୍ଟ ଶେଷ ସପ୍ତାହରେ ଅସ୍‌ପାକ୍‌ ନିଜେ ଅନୁପସ୍ଥିତ ରହି ଅନ୍ୟ ଜଣେ ଡ୍ରାଇଭର ସେକ୍‌ ଇସ୍ରାଇଲଙ୍କୁ ଗୋଟିଏ ଦିନ ପାଇଁ ପଠାଇଥିଲେ। କାର୍‌ରେ ଯାଉଥିବାବେଳେ ମହିଳା ଜଣଙ୍କ ତାଙ୍କ ଘରେ ଥିବା ଦୁଷ୍ଟ ଶକ୍ତି ବିଷୟରେ ଇସ୍ରାଇଲ୍‌ଙ୍କୁ କହିଥିଲେ। କେଶରପୁରର କୈଫି ଖାନ୍‌ ନାମକ ମୌଲାନା ଏହି ଦୁଷ୍ଟ ଶକ୍ତିକୁ ବିତାଡ଼ିତ କରିଦେବେ ବୋଲି ଇସ୍ରାଇଲ୍‌ ମହିଳାଙ୍କୁ କହିଥିଲେ। ସେହିଦିନଠାରୁ ମହିଳା ଜଣକ କୈଫି ଖାନ୍‌ଙ୍କ ସହ ସମ୍ପର୍କରେ ରହିଲେ। କୈଫି ସମ୍ପୃକ୍ତା ମହିଳାଙ୍କ ଘର ପରିଦର୍ଶନ କରି ଏକ ଦୁଷ୍ଟ ଶକ୍ତି ସ୍ପିରିଟ୍‌ ଆକାରରେ ରହିଥିବା କହିଥିଲେ। ତାଙ୍କ ଘରର ମାଟି ତଳେ କିଛି ଗୁପ୍ତଧନ ରହିଛି ସେଗୁଡ଼ିକ ବାହାର କରିବାକୁ ପଡ଼ିବ। ନ ହେଲେ ସେହି ଦୁଷ୍ଟ ଶକ୍ତି ବହୁତ ବଡ଼ କ୍ଷତି କରିପାରେ। ଏପରି କି ପରିବାରର କାହାର ଜୀବନ ବି ନେଇପାରେ ବୋଲି କୈଫି ଚେତାଇ ଦେଇଥିଲେ। ତେଣୁ ତୁରନ୍ତ ଏହାର ପ୍ରତିକାର ନିମନ୍ତେ ପରାମର୍ଶ ଦେଇଥିଲେ। ସେହି ଦୁଷ୍ଟଶକ୍ତିକୁ ଘରୁ ବାହାର କରିବା ପାଇଁ ସେ ପ୍ରଥମେ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ। ମହିଳା ଜଣଙ୍କ ୧୫ ଲକ୍ଷ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରେ ବିଭିନ୍ନ ସମୟରେ ସମ୍ପୃକ୍ତ ମହିଳା ମୋଟ ୬୨ ଲକ୍ଷ ଟଙ୍କା ଅଭିଯୁକ୍ତଙ୍କ ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ହେଲେ ମହିଳା ଜଣଙ୍କ ଏ ସମସ୍ତ ଟଙ୍କା ଯୋଗାଡ଼ କରିବାକୁ ୧୭ଟା ସୁନାଋଣ କରିଥିଲେ। ଦିନେ ଅଭିଯୁକ୍ତ ତାଙ୍କ ଘରେ ପହଞ୍ଚତ୍ ଗୁପ୍ତଧନ ପାଇବା ପାଇଁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚଟାଣକୁ ଖୋଳିଥିଲେ। ସେଥିରୁ ଗୋଟିଏ ବୁଦ୍ଧମୂର୍ତ୍ତି, ଗୋଟିଏ ପିତ୍ତଳ ପାତ୍ର, ଗୋଟିଏ ପିତ୍ତଳ ରାଧାକୃଷ୍ଣ ମୂର୍ତ୍ତି, ହୀରା ଭଳି ଦେଖାଯାଉଥିବା ଧାତୁ ଓ ପିତ୍ତଳ ଇଟା ଆଦି ମିଳିଥିଲା। ଅଭିଯୁକ୍ତ ଜଣକ ମହିଳାଙ୍କ ମନରେ ଦୃଢ଼ ବିଶ୍ୱାସ ଜନ୍ମାଇଲେ, ଯାହାକି ଉଦ୍ଧାର ସାମଗ୍ରୀଗୁଡ଼ିକ ଅତ୍ୟନ୍ତ ମୂଲ୍ୟବାନ୍‌ ହୀରା ଓ ସୁନା ବୋଲି। ମାତ୍ର ସେଗୁଡ଼ିକୁ ପରୀକ୍ଷା କରାଯିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ଜଣଙ୍କ ଠକେଇ ଟଙ୍କାରେ ଦାମୀ ମୋବାଇଲ ଫୋନ୍‌, ଦାମୀ କାର୍‌, ଗୋଟିଏ ବୁଲେଟ, ଦାମୀ ହାତଘଣ୍ଟା ଭଳି ସୌଖୀନ ସାମଗ୍ରୀ କିଣି ଅୟସ କରୁଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri