Posted inରାଜ୍ୟ

ମହିଳାଙ୍କ ପାଇଁ ୬୧୩ ଓ୍ବାର୍ଡ

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରଗରମ ରହିଥିବା ବେଳେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବୁଧବାର ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ରହିଛି। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧ ୱାର୍ଡ ସଂରକ୍ଷିତ। ସେହିପରି ଅନୁସୂଚିତ ଜନଜାତି ପାଇଁ ୪୯ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରଖାଯାଇଛି। ତେବେ ମହିଳାମାନଙ୍କ ପାଇଁ ୬୧୩ ୱାର୍ଡ ସଂରକ୍ଷିତ ରହିଛି।

ଜାନୁୟାରୀ ୩୧ରେ ରାଜ୍ୟ ସରକାର ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ। ଇତିମଧ୍ୟରେ ରାଜ୍ୟ ସରକାର ୩ଟି ମହାନଗର ନିଗମର ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଥିବା ବେଳେ ଜିଲା ନିର୍ବାଚନ ଅଧିକାରୀ ୪୮ ମ୍ୟୁନିସିପାଲିଟି, ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପରେ ଏପ୍ରିଲ ମାସ ବେଳକୁ ପୌର ନିର୍ବାଚନ ହେବା ନେଇ ଆଲୋଚନା ହେଉଛି। ଆସନ୍ତା ପୌର ନିର୍ବାଚନରେ ଇଭିଏମ୍‌ରେ ଭୋଟ ଗ୍ରହଣ କରାଯିବ। ଏଥର ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଲୋକେ ଭୋଟ ଦେବେ। ସେଥିପାଇଁ ଗୋଟିଏ ବୁଥ୍‌ରେ ୨ଟି ଇଭିଏମ୍‌ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୧ ହଜାର ଇଭିଏମ୍‌ ଦରକାର। ଇଭିଏମ୍‌ଗୁଡ଼ିକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଛି ଏବଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ

ଭୁବନେଶ୍ୱର,୨୧।୪(ବ୍ୟୁରୋ)- କୃଷି ଭିତ୍ତିକ ଦ୍ରବ୍ୟ ଲକ୍‌ଡାଉନ ସମୟରେ ଯେପରି ବଜାରରେ ପହଞ୍ଚି ପାରିବ, ସେଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କ୍ରମରେ କୃଷି...

୨୩ ଜିଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର,୧୧ା୮(ବ୍ୟୁରୋ):ରାଜ୍ୟରେ ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା ଦେଖାଦେଲାଣି। ରାଜ୍ୟର ୨୩ ଜିଲାରେ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ସେହି...

ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ

ଭୁବନେଶ୍ୱର,୬।୯(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମଙ୍ଗଳବାର ଜାମିନ ମିଳିଛି। ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ତାଙ୍କୁ ଜାମିନ ମିଳିଥିବା...

‘ଗଣମାଧ୍ୟମ ମୁହଁରେ କଳା ବୋଳିଲେ’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ଫେକ୍‌ ଭିଡିଓ ଭାଇରାଲ ନେଇ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେଇ ଜେରା କରିବା ପରେ ଟୁଇଟର...

ଏଥର ଅମରନାଥ ଗୁମ୍ଫା ଆକୃତିର ତୋରଣ

କଟକ ଅଫିସ,୧୨ା୮: କରୋନା ମହାମାରୀ ଯୋଗୁ କଟକରେ ଗତ ୨ ବର୍ଷ ଧରି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳିତ ହୋଇଥିଲା। ହେଲେ ଚଳିତବର୍ଷ କରୋନା ସ୍ଥିତିରେ...

ଗଞ୍ଜାମରେ ବୋଲ ମାନୁନି କରୋନା: ଆଜି ୧୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହୋଇ ପଡ଼ିଲାଣି। ଶୁକ୍ରବାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ମୋଟ...

ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି

ବରଗଡ଼ ଅଫିସ୍‌,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା...

୪୩ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଗତ କିଛିଦିନ ଧରି ରାଜ୍ୟରେ ପାରଦା ଉପରମୁହାଁ ରହିଛି। ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛି ସାରା ଓଡ଼ିଶା। ରବିବାର ୯ ସହରର ତାପମାତ୍ରା ୪୧...

Advertisement
Archives

Model This Week