୬୧ ହଜାର ମାମଲା, ୪୯ ହଜାରରୁ ଊର୍ଦ୍ଧ୍ୱ ଗିରଫ

ଭୁବନେଶ୍ୱର,୧୭।୪ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ୬୧ ହଜାରରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରାଯାଇ ୪୯ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାମଲା ଓ ଗିରଫଦାରି ସଂଖ୍ୟା ପୂର୍ବବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଶନିବାର ଆୟୋଜିତ ବାର୍ଷିକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଏହି ବର୍ଷରେ ଅବକାରୀ ଚଢ଼ାଉ ଦ୍ୱାରା ୬୧ ହଜାର ୩୭୭ ରୁଜୁ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ୫୧ ପ୍ରତିଶତ ଅଧିକ। ସେହିଭଳି ବେଆଇନ ନିଶା କାରବାର ଅଭିଯୋଗରେ ୪୯ ହଜାର ୨୧୧ଜଣ ଗିରଫ ହୋଇଛନ୍ତି, ଯାହା ପୂର୍ବବର୍ଷ ତୁଳନାରେ ୪୭ ପ୍ରତିଶତ ଅଧିକ। ପୂର୍ବ ବର୍ଷରେ ୪୦ ହଜାର ୫୯୮ ମାମଲା ରୁଜୁ ହୋଇଥିବାବେଳେ ୩୩ ହଜାର ୫୫୧ଜଣ ଗିରଫ ହୋଇଥିଲେ। ଅନ୍ୟପକ୍ଷରେ ୨୦୨୨-୨୩ ବର୍ଷରେ ୧୯୪୯ ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ୧୬୧ ପ୍ରତିଶତ ଅଧିକ ଅର୍ଥାତ୍‌ ୨୦୨୧-୨୨ରେ ଏନ୍‌ଡିପିଏସ୍‌ ମାମଲା ସଂଖ୍ୟା ଥିଲା ୭୮୯। ସେହିଭଳି ଏହି ବର୍ଷରେ ଏନ୍‌ଡିପିଏସ୍‌ ମାମଲାରେ ୨୨୩୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪୧ ହଜାର ୩୩୦ କେଜି ଗଞ୍ଜେଇ ଓ ୩୨ କେଜି ୫୧୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାର ପରିମାଣ ପୂର୍ବବର୍ଷ ତୁଳନାରେ ୧୫୯ ପ୍ରତିଶତ ଅଧିକ ରହିଛି। ଚଢ଼ାଉ ଜରିଆରେ ବେଆଇନ ନିଶା କାରବାରକୁ ନିୟନ୍ତ୍ରଣ ସହିତ ରାଜସ୍ବ ଆଦାୟ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିଛି। ୨୦୨୨-୨୩ ବର୍ଷରେ ଭାଟ୍‌ ସହିତ ମୋଟ ୮୯୬୭.୪୯ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି, ଯାହା ୨୦୨୧-୨୨ ତୁଳନାରେ ୧୭.୬୫ ପ୍ରତିଶତ ଅଧିକ। ୨୦୨୧-୨୨ ବର୍ଷରେ ଭାଟ୍‌ ସହିତ ମୋଟ୍‌ ୭୬୨୨.୪୧ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ଏହି ଅବସରରେ ଅବକାରୀ କମିଶନର ସିଂ ଆଗାମୀ ବର୍ଷରେ ଏହି ଚଢ଼ାଉକୁ ଅଧିକ ବ୍ୟାପକ କରି ବେଆଇନ ନିଶା କାରବାରରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉପନିର୍ବାଚନ ହେବାକୁ ଥିବା ଝାରସୁଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ନିୟମିତ ଚଢ଼ାଉ ସହିତ ପ୍ରତିଦିନ ଏହାର ମନିଟରିଂ ପାଇଁ ସମ୍ବଲପୁର ଇଡିସିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଯୁଗ୍ମ କମିଶନର ଶରତ ଚନ୍ଦ୍ର ମହାପାତ୍ର, ଏନ୍‌ଫୋର୍ସମେଣ୍ଟ ଇଡିସି ରାମଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ସମେତ ସମସ୍ତ ଅବକାରୀ ଅଧୀକ୍ଷକ ଭର୍ଚୁଆଲରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?