Posted inଜାତୀୟ

ବିଦେଶୀ ଅନୁଦାନ ଲାଇସେନ୍ସ ହରାଇଲେ ୬ ହଜାର ଏନ୍‌ଜିଓ

ନୂଆଦିଲ୍ଲୀ, ୨।୧: ବିଦେଶୀ ଅନୁଦାନ ପାଇବାକୁ ହେଲେ ଯେକୌଣସି ସଂଗଠନ ଏବଂ ଏନ୍‌ଜିଓ ପାଇଁ ଏଫ୍‌ସିଆର୍‌ଏ ପଞ୍ଜୀକରଣ ବାଧ୍ୟତାମୂଳକ। ତେବେ ନୂଆବର୍ଷରେ ଅକ୍ସଫାମ୍‌ ଇଣ୍ଡିଆ, କମନ କଜ୍‌, ଆଇଆଇଟି ଦିଲ୍ଲୀ, ଜାମିଆ ମିଲିଆ ଇସ୍‌ଲାମିଆ, ଇଣ୍ଡିଆନ ମେଡିକାଲ ଆସୋସିଏଶନ, ନେହେରୁ ମେମୋରିଆଲ ମ୍ୟୁଜିୟମ୍‌ ଓ ଲାଇବ୍ରେରି ସମେତ ୬,୦୦୦ରୁ ଊର୍ଦ୍ଧ୍ୱ ସଂସ୍ଥା ବିଦେଶୀ ଅନୁଦାନ ପାଇବା ଲାଇସେନ୍ସ ହରାଇଛନ୍ତି। ଶନିବାର ପଞ୍ଜୀକୃତ ଅନୁଷ୍ଠାନ ଓ ସଂସ୍ଥା ସଂଖ୍ୟା ୧୬,୮୨୯କୁ ଖସିଆସିଛି। ଏମାନେ ହୁଏତ ଏଫ୍‌ସିଆର୍‌ଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ) ଲାଇସେନ୍ସ ନବୀକରଣ ଲାଗି ଆବେଦନ କରିନାହାନ୍ତି କିମ୍ବା ଏମାନଙ୍କର ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଖାରଜ କରିଦେଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଡ୍ୟାସ୍‌ବୋର୍ଡରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜାନୁୟାରୀ ୧ରେ ଦେଶର ୧୬,୮୨୯ ସଂଗଠନ ଏଫ୍‌ସିଆର୍‌ଏରେ ପଞ୍ଜୀକୃତ ହୋଇଛନ୍ତି। ଦିନକ ପୂର୍ବରୁ ଏହି ତାଲିକା ୨୨,୮୩୨ ଥିଲା।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଡ୍ୟାସ୍‌ବୋର୍ଡ ସୂଚନା ଅନୁଯାୟୀ ଜାନୁୟାରୀ ୧ରେ ୧୨,୫୮୦ ସଂଗଠନର ଏଫ୍‌ସିଆର୍‌ଏ ପଞ୍ଜୀକରଣ ସମୟସୀମା ଶେଷ ହୋଇଛି। ଏହା ଏକ ସଞ୍ଚୟୀ ତାଲିକା ଏବଂ ଉକ୍ତ ସଂଗଠନଗୁଡ଼ିକୁ ଏଫ୍‌ସିଆର୍‌ଏ ପଞ୍ଜୀକରଣରେ ସାମିଲ କରାଯିବ। ପୂର୍ବରୁ ଅନେକ ଥର ଅନୁରୂପ ସ୍ଥିତିରେ ସେମାନଙ୍କୁ ସାମିଲ କରାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ମନ୍ତ୍ରଣାଳୟ ରେକର୍ଡ ଅନୁଯାୟୀ ଯେଉଁମାନେ ଏଫ୍‌ସିଆର୍‌ଏ ପଞ୍ଜୀକରଣ ହରାଇଛନ୍ତି, ସେମାନଙ୍କ ମଧ୍ୟରେ କେତେକ ପ୍ରମୁଖ ଅନୁଷ୍ଠାନ ହେଲେ ହମ୍‌ଦର୍ଦ ଏଜୁକେଶନ ସୋସାଇଟି, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ହାଉଜ୍‌ଖାସ୍‌), ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ସେଣ୍ଟର ଫର୍‌ ଆଟର୍‌ସ (ଆଇଜିଏନ୍‌ସିଏ), ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ (ଆଇଆଇପିଏ), ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କମ୍ୟୁନାଲ ହାର୍ମୋନି (ଏନ୍‌ଏଫ୍‌ସିଏଚ୍‌), ଦିଲ୍ଲୀ କଲେଜ ଅଫ୍‌ ଇଞ୍ଜିନିୟରିଂ, ଗୋଆ ଫୁଟ୍‌ବଲ ଆସୋସିଏଶନ, ପ୍ରେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଦି ଲେପ୍ରା ଇଣ୍ଡିଆ ଟ୍ରଷ୍ଟ ଏବଂ ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (କୋଲକାତା), ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ, ଇମାନୁଏଲ୍‌ ହସ୍ପିଟାଲ ଆସୋସିଏଶନ, ଟ୍ୟୁବରକୁଲୋସିସ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ, ବିଶ୍ୱ ଧର୍ମାୟତନ, ମହର୍ଷି ଆୟୁର୍ବେଦ ପ୍ରତିଷ୍ଠାନ, ନ୍ୟାଶନାଲ ଫେଡେରେଶନ ଅଫ୍‌ ଫିଶରମେନ୍ସ କୋଅପରେଟିଭ୍‌ ଲିଃ, ଭାରତୀୟ ସଂସ୍କୃତି ପରିଷଦ, ଡିଏଭି କଲେଜ ଟ୍ରଷ୍ଟ ଏବଂ ମ୍ୟାନେଜମେଣ୍ଟ ସୋସାଇଟି, ଗଡରେଜ୍‌ ମେମୋରିଆଲ ଟ୍ରଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri