ଖଣି ପାଇଁ ଉଜୁଡ଼ିବ ୬୦୦ ହେକ୍ଟର ଜଙ୍ଗଲ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ବିକାଶ ନାଁରେ ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ୫୭ ହଜାର ୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଥିବା ବେଳେ ଚଳିତ ବର୍ଷ ଆଉ ୫୯୦.୨୧ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରାଜ୍ୟରେ ଖଣି ଖନନ ପାଇଁ ଏସବୁ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା ପାଇଁ ଅନୁମତି ଦେଇଛନ୍ତି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏପରି ଧାରା ବଜାୟ ରହିଲେ ରାଜ୍ୟରେ ଜଙ୍ଗଲ ଲୋପ ପାଇବା ସହ ଆଗାମୀ ଦିନରେ ପ୍ରାକୃତିକ ବିପଦ ଆହୁରି ଘନେଇବ ବୋଲି ପରିବେଶବିତ୍‌ ଚେତାବନୀ ଦେଇଛନ୍ତି।
୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭ ହଜାର ୪୧୦ ହେକ୍ଟର ଜଙ୍ଗଲକୁ ଅଣଜଙ୍ଗଲ କିସମରେ ପରିଣତ କରାଯାଇଛି। ସେଥିରୁ ୧୮୬ଟି ଖଣି ପ୍ରକଳ୍ପ ପାଇଁ ୨୮,୪୦୯ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରାଯାଇଥିବା ବେଳେ ୮୪ ଜଳସେଚନ ପ୍ରକଳ୍ପ ପାଇଁ ୧୦,୬୫୨ ହେକ୍ଟର, ୨୯ଟି ଶିଳ୍ପ ପ୍ରକଳ୍ପ ପାଇଁ ୪୪୦୫ ହେକ୍ଟର, ୭୦ ଟ୍ରାନ୍ସମିଶନ ପ୍ରୋଜେକ୍ଟ ପାଇଁ ୪,୩୩୯ ହେକ୍ଟର, ୪ଟି ପ୍ରତିରକ୍ଷା ପ୍ରକଳ୍ପ ପାଇଁ ୩,୮୬୫ ହେକ୍ଟର, ୨୦ଟି ରେଲଓ୍ବେ ପ୍ରକଳ୍ପ ପାଇଁ ୨,୪୩୩ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଛି। ସେହିପରି ଖଣିଜ ସନ୍ଧାନରେ ୧୦୧ ହେକ୍ଟର ଜମିରେ ଡ୍ରିଲିଂ ଯୋଗୁ ଏବଂ ୮୪୬ ହେକ୍ଟର ଜଙ୍ଗଲ ଜମିକୁ ଛୋଟ ଛୋଟ ପ୍ରକଳ୍ପ ପାଇଁ ଅଣଜଙ୍ଗଲ କିସମରେ ପରିବର୍ତ୍ତନ କରାଯାଇଛି।
ଏଥିସହିତ ରାଜ୍ୟ ସରକାର ମଧ୍ୟ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ନିଜେ ୭୮.୩୪୮ ହେକ୍ଟର ଜଙ୍ଗଲ ଜମିର କିସମକୁ ବଦଳାଇଛନ୍ତି। କେବଳ ସେତିକି ନୁହେଁ ୨୦୧୯ ଜାନୁୟାରୀ ପହିଲାରୁ ନଭେମ୍ବର ୬ ତାରିଖ ମଧ୍ୟରେ ମାତ୍ର ୧୪ଟି ପ୍ରକଳ୍ପ ପାଇଁ ଓଡ଼ିଶାରେ ସର୍ବାଧିକ ୪ ହଜାର ୫୧୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇସାରିଛି।
୨୦୦୬ରୁ ୨୦୧୨ ମଧ୍ୟରେ ଶିଳ୍ପ, ଖଣି, ଜଳସେଚନ, ରାସ୍ତା ନିର୍ମାଣ, ବିଦ୍ୟୁତ୍‌ ଆଦି ପାଇଁ ୮୮୨୦.୭୭ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ କରାଯାଇଥିଲା। ସେହିପରି ୨୦୧୧-୧୨ରେ କେତେକ ପ୍ରକଳ୍ପ ପାଇଁ ୧୨.୨୭ ଲକ୍ଷ ବୃକ୍ଷ କାଟି ପଦା କରାଯାଇଛି। ତେବେ ଗତ ୧୦ ବର୍ଷ (୨୦୧୦-୧୧ରୁ ୨୦୨୦-୨୧) ମଧ୍ୟରେ ବିଭିନ୍ନ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ୧,୮୫,୦୦,୭୪୮ ଗଛ କାଟି ପଦା କରାଯାଇଛି। ଏହି ସମୟରେ ୨୯,୮୩,୫୭୩ ବୃକ୍ଷ ରୋପଣ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାର ନିକଟରେ ଦେଇଥିବା ଜଙ୍ଗଲ ଜମିର ଅଣଜଙ୍ଗଲ କିସମ ବଦଳରେ କ୍ଷତିର ଭରଣା ପାଇଁ ରାଜ୍ୟ ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ୮୪୫.୧୭ ହେକ୍ଟର ଜମିରେ କ୍ଷତିପୂରଣ ବନୀକରଣ କରିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ସରକାର ଯେତେ ଗଛ କାଟୁଛନ୍ତି ସେହି ପରିମାଣର ବୃକ୍ଷ ରୋପଣ ହେଉ ନାହିଁ। ଅଣଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛ କାଟିଲେ ଏହା ବଦଳରେ ୨ରୁ ୧୦ ଗୁଣ ଗଛ ଲଗାଇବା ନେଇ ସରକାରୀ ଗାଇଡ୍‌ଲାଇନ ରହିଛି। ସାମାଜିକ କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି ଯେ ଖଣି ପାଇଁ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଅର୍ଥ ବିନାଶ ରାସ୍ତାରେ ବିକାଶର ଧାରା। ଜଙ୍ଗଲ ନଷ୍ଟ କରି ଯେଉଁ ଖଣି ଖୋଳା ଯାଉଛି ସେଥିରେ ରାଜ୍ୟବାସୀଙ୍କର କିଛି ଲାଭ ହେଉ ନାହିଁ। ପର୍ଯ୍ୟାପ୍ତ ନିଯୁକ୍ତି ମିଳୁ ନ ଥିବା ବେଳେ କୌଣସି ଉତ୍ପାଦନ ହେଉ ନାହିଁ। କେବଳ ମୂଲ୍ୟବାନ ଗଛ ଓ ପରିବେଶ ନଷ୍ଟ ହୋଇ ଚାଲିଛି। ପୁଞ୍ଜିପତିମାନଙ୍କ ସ୍ବାର୍ଥ ପାଇଁ ଜୀବନ ରକ୍ଷାକାରୀ ପ୍ରାକୃତିକ ସମ୍ପଦକୁ ନଷ୍ଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?