୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା। ଏଥିଯୋଗୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ମୁଣ୍ଡରେ ଟାଇଟନିୟମ ପ୍ଲେଟ୍‌ ଲଗାଯାଇଥିଲା। ଦୀର୍ଘ ୬୦ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଅପରେଶନ ମାଧ୍ୟମରେ ପ୍ଲେଟ୍‌କୁ ବାହାର କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଣ୍ଟ୍ରାକ୍ଟର ପୁଅ ହୋଶେଦାର କହିଛନ୍ତି।

୧୯୬୨ ମାର୍ଚ୍ଚ ୧୭ରେ ବାରବାଡସ ବିପକ୍ଷ ଏକ ମ୍ୟାଚ୍‌ରେ ଗ୍ରିଫିଥଙ୍କ ବାଉନ୍ସର କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ବାଜିଥିଲା। ଅସ୍ତ୍ରୋପଚାର ବେଳେ ତାଙ୍କ ଜୀବନ ବଞ୍ଚାଇବା ଲାଗି ୫ ଜଣ ରକ୍ତଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଆନ ଅଧିନାୟକ ଫ୍ରାଙ୍କ ଓ୍ବରେଲ, ଭାରତୀୟ ଖେଳାଳି ଚାନ୍ଦୁ ବୋରଦେ, ବାପୁ ନାଦକାରନି, ପଲି ଉମରିଗର। ଏହି ଆହତ ସମସ୍ୟା ଯୋଗୁ କଣ୍ଟ୍ରାକ୍ଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଥିଲା।

ସେ ୧୯୫୫ରୁ ୬୨ ମଧ୍ୟରେ ଦେଶ ପାଇଁ ୩୧ ଟେଷ୍ଟ ଖେଳିଥିଲେ। ଏଥିସହିତ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୮ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିଲେ ବାମହାତୀ ଓପନିଂ ବ୍ୟାଟର। ୧୯୫୯ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଛାତି ହାଡ଼ ଭାଙ୍ଗିବା ସତ୍ତ୍ୱେ ୮୧ ରନ୍‌ର ପାଳି ଯୋଗୁ ଆଜି ବି ତାଙ୍କୁ ବିଶ୍ୱ କ୍ରିକେଟରେ ମନେ ରଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri