୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା। ଏଥିଯୋଗୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ମୁଣ୍ଡରେ ଟାଇଟନିୟମ ପ୍ଲେଟ୍‌ ଲଗାଯାଇଥିଲା। ଦୀର୍ଘ ୬୦ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଅପରେଶନ ମାଧ୍ୟମରେ ପ୍ଲେଟ୍‌କୁ ବାହାର କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଣ୍ଟ୍ରାକ୍ଟର ପୁଅ ହୋଶେଦାର କହିଛନ୍ତି।

୧୯୬୨ ମାର୍ଚ୍ଚ ୧୭ରେ ବାରବାଡସ ବିପକ୍ଷ ଏକ ମ୍ୟାଚ୍‌ରେ ଗ୍ରିଫିଥଙ୍କ ବାଉନ୍ସର କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ବାଜିଥିଲା। ଅସ୍ତ୍ରୋପଚାର ବେଳେ ତାଙ୍କ ଜୀବନ ବଞ୍ଚାଇବା ଲାଗି ୫ ଜଣ ରକ୍ତଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଆନ ଅଧିନାୟକ ଫ୍ରାଙ୍କ ଓ୍ବରେଲ, ଭାରତୀୟ ଖେଳାଳି ଚାନ୍ଦୁ ବୋରଦେ, ବାପୁ ନାଦକାରନି, ପଲି ଉମରିଗର। ଏହି ଆହତ ସମସ୍ୟା ଯୋଗୁ କଣ୍ଟ୍ରାକ୍ଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଥିଲା।

ସେ ୧୯୫୫ରୁ ୬୨ ମଧ୍ୟରେ ଦେଶ ପାଇଁ ୩୧ ଟେଷ୍ଟ ଖେଳିଥିଲେ। ଏଥିସହିତ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୮ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିଲେ ବାମହାତୀ ଓପନିଂ ବ୍ୟାଟର। ୧୯୫୯ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଛାତି ହାଡ଼ ଭାଙ୍ଗିବା ସତ୍ତ୍ୱେ ୮୧ ରନ୍‌ର ପାଳି ଯୋଗୁ ଆଜି ବି ତାଙ୍କୁ ବିଶ୍ୱ କ୍ରିକେଟରେ ମନେ ରଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଓଡ଼ିଆ ଯବାନଙ୍କୁ ହେଲିକପ୍ଟରରେ ପଠାଇଲା ବିଏସ୍‌ଏଫ୍‌

ଶ୍ରୀନଗର,୨୮ା୪: ଜମ୍ମୁ-କଶ୍ମୀର ମାଛିଲ ସେକ୍ଟରରେ ମୁତୟନ ଥିବା ଜଣେ ଓଡ଼ିଆ ଯବାନଙ୍କୁ ତାଙ୍କ ବିବାହ ପାଇଁ ଘରେ ପହଞ୍ଚାଇବା ଲାଗି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୧୫।୭: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦ୍ୱିଗୁଣ ସୁବିଧା ପାଇବାକୁ ଯାଉଛନ୍ତି। ୨୮ ପ୍ରତିଶତ ମହଙ୍ଗା ଭତ୍ତା ପରେ ଏବେ ଘର ଭଡା ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ...

ଦରକାର ପଡିଲେ ସବୁ କଂଗ୍ରେସ ବିଧାୟକ ଇସ୍ତଫା ଦେବେ: ପରମେଶ୍ୱର

ବେଙ୍ଗାଲୁରୁ,୮।୭: କର୍ନାଟକରେ ଜେଡିଏସ୍‌ ଓ କଂଗ୍ରେସର ୧୪ ବିଧାୟକ ଇସ୍ତଫା ଦେବା ପରେ ଏବେ ଘୋର ସଙ୍କଟରେ କର୍ନାଟକ ସରକାର। ତେବେ ସରକାରଙ୍କୁ ବଞ୍ଚାଇବାକୁ ଦରକାର...

ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କଲେ ରାଜ୍ୟପାଳ ଆରିଫ୍‌ ମହମ୍ମଦ

ଥିରୁଭାନନ୍ତପୁରମ୍‌,୧୨।୪: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁ ସାବରିମାଳାରେ ପହଞ୍ଚି ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ସାନ ପୁଅ...

ଦେବଭୂମି ଉତ୍ତରାଖଣ୍ଡରେ ଏବେ ଧ୍ୱଂସ ହେବ ଅବୈଧ ଧର୍ମପୀଠ

ଡେରାଡୁନ,୭।୪: ଉତ୍ତରାଖଣ୍ଡରେ କିଛିଦିନ ହେବ ସରକାରୀ ଜମିରେ ଅବୈଧ ଭାବେ ଧର୍ମପୀଠ ନିର୍ମାଣ ହେବା ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଖୁବ...

ଦୁବାଇରେ ଚେନ୍ନାଇ ଚମକ

ଦୁବାଇ, ୫।୧୦- କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରବିବାର ବିଜୟ ସ୍ବାଦ ଚାଖିଛି।...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୪ଶହ ୧୮ ପ୍ରାର୍ଥୀଙ୍କ ନାମରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୭।୪: ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ଏପ୍ରିଲ୍‌ ୧୮ରେ ୧୩ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୯୭ ଲୋକ ସଭା ଆସନରେ ମତଦାନ...

Advertisement
Archives

Model This Week