ଓଡ଼ିଶାରେ ୬୦% ଟିକାକରଣ

ଭୁବନେଶ୍ୱର, ୭।୯(ବ୍ୟୁରୋ):  ଓଡ଼ିଶାରେ ପ୍ରଥମ ଡୋଜ୍‌ ଟିକାକରଣ ୬୦% ରହିଛି। ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ ଯୋଗ୍ୟ ହିତାଧିକାରଙ୍କୁ ଶତ ପ୍ରତିଶତ ଟିକାକରଣ କରିବାରେ ସଫଳତା ହାସଲ କରିଛି। ଏଥିପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ରାଜ୍ୟକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ହିମାଚଳ ପ୍ରଦେଶର ଯୋଗ୍ୟ ହିତାଧିକାରୀ ଶତପ୍ରତିଶତ ପ୍ରଥମ ଡୋଜ୍‌ ଓ ଏକ ତୃତୀୟାଂଶ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ଏହା ମୋତେ ଗର୍ବିତ କରିବାର ସୁଯୋଗ ଦେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନାନୁସାରେ, ୮୫%ରୁ ଅଧିକ ଟିକାକରଣ ହାସଲ କରିଥିବା ରାଜ୍ୟ ଏବଂ କେନ୍ଦ୍ରାଞ୍ଚଳ ମଧ୍ୟରେ ତ୍ରିପୁରା ୮୯%, ଲଦାଖ ୮୮%, ଦାମନ ଏବଂ ଡିୟୁ ୮୮%, ଲାକ୍ଷାଦୀପ ୮୮% ଏବଂ ମିଜୋରାମ ୮୫% ରହିଛି। ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କୁ ଶତପ୍ରତିଶତ ଟିକାକରଣ ପାଇଁ ୬କୋଟି ଡୋଜ୍‌ ଆବଶ୍ୟକ କରୁଥିବା ବେଳେ ଏ ପର୍ଯ୍ୟନ୍ତ ୨.୩୯ କୋଟି ଡୋଜ୍‌ ଟିକାକରଣ ହୋଇଛି। ଏଥିରେ ପ୍ରଥମ ଡୋଜ୍‌ ଟିକାକରଣ ୧,୮୦,୪୫,୪୦୧ ହୋଇଛି, ଯାହାକି ୬୦%ରୁ ଅଧିକ। ସେହିଭଳି ୧୯.୭% ଅର୍ଥାତ୍‌ ୫୯,୧୧,୦୮୨ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବା ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡିଛି।
ଏପଟେ ରାଜ୍ୟରେ ଟିକାକରଣ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଫିସର ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଏ ଯାଏ ୧ ଲକ୍ଷ୧୪ ହଜାର ଗର୍ଭବତୀଙ୍କୁ ଟିକା ଦିଆହୋଇଛି। କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ପାଖାପାଖି ୩୩ ଲକ୍ଷ ଟିକା ମହଜୁଦ ଅଛି। ଏଥିମଧ୍ୟରୁ ୩୧ ଲକ୍ଷ ୫୯ ହଜାର ୨୬୦ କୋଭିଶିଲ୍ଡ ଓ ୨ ଲକ୍ଷ ୬୫ ହଜାର ୫୨୦ ଡୋଜ୍‌ କୋଭାକ୍ସିନ ରହିଛି। ନିୟମିତ ଭାବେ ଟିକା ଆସୁଛି ଓ ଟିକାକରଣ ଚାଲିଛି। ନକଲି କୋଭିଶିଲ୍ଡ ନେଇ କେନ୍ଦ୍ର ସରକାର ଚିଠି କରି ସତର୍କ କରିଥିଲେ। ହେଲେ ଏ ଯାଏ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସିନାହିଁ। ଟିକା ନେବା ପାଇଁ ଆଗ୍ରହ ଲୋକଙ୍କ ଭିତରେ ଅଛି। କିନ୍ତୁ ଟିକାକରଣ କେନ୍ଦ୍ରରେ ଗହଳି ନ କରି ଠିକ୍‌ ସମୟରେ ଆସନ୍ତୁ। ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ ବ୍ୟବସ୍ଥା ହୋଇଛି। ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ୧୭ ଲକ୍ଷ ଡୋଜ୍‌ ଟାର୍ଗେଟ ଥିଲା। ବାହାର ଲୋକ ଏଠାରେ ଆସିବାରୁ ଏବେ ଟିକାକରଣ ୨୨ ଲକ୍ଷ ଡୋଜ୍‌ରେ ପହଞ୍ଚତ୍ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା ଅନିୟମିତତାରେ ୨ଜଣ ନିଲମ୍ବିତ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଖରିଫ ବିପଣନ ଋତୁ ୨୦୧୯-୨୦ରେ କେନ୍ଦୁଝର ଜିଲାର ସାହାରପଡ଼ା ଲ୍ୟାମ୍ପସ୍‌ରେ ଧାନ କିଣାରେ ଅନିୟମିତତା ଅଭିଯୋଗ ଆସିବା ପରେ କେନ୍ଦୁଝରର ଡିଆର୍‌ସିଏସ୍‌ ପ୍ରମୋଦ କୁମାର...

ଗୃହ ପରିଚାଳନାକୁ ନେଇ କଂଗ୍ରେସର କ୍ଷୋଭ: ବିଧାନସଭା ନିୟମ ମାନୁନାହାନ୍ତି ବାଚସ୍ପତି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୃହ ପରିଚାଳନାକୁ ନେଇ କଂଗ୍ରେସ ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାନସଭା ନିୟମ ଅନୁଯାୟୀ ଗୃହ ପରିଚାଳନା...

ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,୨୧।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ କମିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମର ଟେଷ୍ଟିଂ କମି ନାହିଁ...

ଚିନ୍ତା ବଢ଼ାଇଲାଣି କରୋନା: ୩ ବରିଷ୍ଠ ସଚିବଙ୍କୁ ୩ ଜିଲାର ଦାୟିତ୍ୱ; କୋଭିଡ ମୁକାବିଲାର ତଦାରଖ କରିବେ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟର ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲାରେ ହଠାତ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହିସବୁ ଜିଲାରୁ ଅଧିକ କରୋନା ପଜିଟିଭ୍‌ ମାମଲା ଆସିବା...

ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ

ପୁରୁଷୋତ୍ତମପୁର,୧୮।୫(ଡି.ଏନ୍‌.ଏ.) : ମା’ ତାରାତାରିଣୀଙ୍କ  ପୀଠ ଚଳଚଞ୍ଚଳ ହୋଇଉଠିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର,...

ଆଦର୍ଶ ବିଦ୍ୟାଳୟରେ ସମସ୍ୟା:ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ଅଭିଭାବକ ସଂଘ

ଅନୁଗୋଳ ଅଫିସ, ୬।୮ ଅନୁଗୋଳ ସହର ଉପକଣ୍ଠ ଖଣ୍ଡହତାରେ ଥିବା ଆଦର୍ଶ ବିଦ୍ୟାଳୟ ସମସ୍ୟା ନେଇ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି ଅଭିଭାବକ ସଂଘ। ୨୦୧୮-୧୯...

ଶ୍ରୀମନ୍ଦିର ସୁରକ୍ଷା ଜୋନ; ଜମି ବିକିଲା ୧ ପରିବାର

ପୁରୀ ଅଫିସ,୭ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଥିବାବେଳେ ମଙ୍ଗଳବାର ପୁଣି ଏକ...

ପୋଲିସକୁ ଚକ୍‌ମା ଦେଇ ନାବାଳକଙ୍କ ଫେରାର ଉଦ୍ୟମ

କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋର୍ଟ ଥାନା ଅଞ୍ଚଳରେ ରଜ ପୋଷାକ ପାଇଁ ମା’ଙ୍କୁ ହତ୍ୟା କରିଥିବା ନାବାଳକ ପୁଅଙ୍କୁ ରବିବାର ରାଉରକେଲାସ୍ଥିତ ବାଳାଶ୍ରମକୁ ନିଆଯାଉଥିବା ବେଳେ...

Advertisement
Archives

Model This Week