ସଙ୍କଟରେ ୬୦ ଟ୍ରାନ୍ସଫର୍ମର୍‌ ୟୁନିଟ୍‌

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଟାଟା ପାୱାରର ନୀତି ରାଜ୍ୟର ୬୦ରୁ ଅଧିକ ଟ୍ରାନ୍ସଫର୍ମର ୟୁନିଟ୍‌ ଓ ସେଥିରେ କାମ କରୁଥିବା ୫ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ଏହି ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ନୀତି ଆଧାରରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଆବଶ୍ୟକତା ପୂରଣ କରୁଥିଲେ। ଓଡ଼ିଶାର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ ଟାଟା ପାୱାରର ପ୍ରବେଶ ପରେ କମ୍ପାନୀର ଏକପାଖିଆ ଓ ମନମାନି ନୀତି ଯୋଗୁ ରାଜ୍ୟରେ ଥିବା ଟ୍ରାନ୍ସଫର୍ମର ୟୁନିଟ୍‌ ଓ ତତ୍‌ ସଂକ୍ରାନ୍ତୀୟ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଅର୍ଡର ପାଉନାହାନ୍ତି। କମ୍ପାନୀ ଜାଣିଶୁଣି ଏଭଳି ନୀତି ପ୍ରସ୍ତୁତ କରିଛି, ଯେଭଳି ଏହି ସଂସ୍ଥାଗୁଡ଼ିକ ଟେଣ୍ଡରରେ ଭାଗ ନେଇପାରିବେ ନାହିଁ। ଏହି ସଂସ୍ଥାଗୁଡ଼ିକ ପାଖରେ ବିଆଇଏସ୍‌, ବିଇଇ ଓ ଆଇଏସ୍‌ଓ ଭଳି ମାନ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡର ଭାବେ ବିଚାର କରାଯାଉନାହିଁ ବୋଲି ରାଜ୍ୟ ଟ୍ରାନ୍ସଫର୍ମର ପ୍ରସ୍ତୁତକାରୀ ସଂଘର କର୍ମକର୍ତ୍ତା ଶୁକ୍ରବାର ଏକ ଖବରଦାତା କାର୍ଯ୍ୟକ୍ରମରେ ଦାବି କରିଛନ୍ତି।
ଏହି ମାମଲାରେ ଗଭୀର ଚିନ୍ତାପ୍ରକଟ କରି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘ ଓଡ଼ିଶା ଆସୋସିଏଶନ ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ ଏଣ୍ଟରପ୍ରାଇଜେସ(ଓସ୍‌ମି)ର ସମ୍ପାଦକ ସାତ୍ତ୍ୱିକ ସ୍ବାଇଁ କହିଛନ୍ତି, ରାଜ୍ୟରେ ଟାଟା ପାୱାର ପ୍ରବେଶ କରିବା ପରେ ସ୍ଥାନୀୟ ଟ୍ରାନ୍ସଫର୍ମର ଓ ତତ୍‌ ସମ୍ପର୍କିତ ୟୁନିଟ୍‌ଗୁଡ଼ିକୁ ଅଣଦେଖା କରାଯାଉଛି। କମ୍ପାନୀ ସ୍ଥାନୀୟ ୟୁନିଟ୍‌ଗୁଡ଼ିକୁ ଗୁରୁତ୍ୱ ଦେଉନାହିଁ। ସରକାର ଧାର୍ଯ୍ୟ କରିଥିବା ନୀତିକୁ ଏହି କମ୍ପାନୀ ମାନୁନାହିଁ। ରାଜ୍ୟର ପ୍ରୋକ୍ୟୁରମେଣ୍ଟ ନୀତିକୁ ମାନିବା ଓ ତୁରନ୍ତ ଭେଣ୍ଡର ଡେଭେଲପ୍‌ମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରି ସ୍ଥାନୀୟ ୟୁନିଟ୍‌ଗୁଡ଼ିକୁ ଭେଣ୍ଡର ଭାବେ ଗ୍ରହଣ କରିବା ଲାଗି ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ। ସବୁ ଭେଣ୍ଡରଙ୍କୁ ସାମିଲ କରିବା ଲାଗି ଟାଟା ପାୱାରକୁ ଏହାର କଠୋର ଯୋଗ୍ୟତା ମାନଦଣ୍ଡ କୋହଳ କରିବାକୁ ପଡ଼ିବ ବୋଲି ସ୍ବାଇଁ କହିଛନ୍ତି। ଓଡ଼ିଶା ଟ୍ରାନ୍ସଫର୍ମର ମାନୁଫାକଚର୍ସ ଆସୋସିଏଶନ (ଓଟିଏମଏ)ର ସଭାପତି ଶାରଦା ପ୍ରସନ୍ନ ଦାସ କହିଛନ୍ତି, ବିଦ୍ୟୁତ ବିତରଣ କମ୍ପାନୀଗୁଡିକରେ ସରକାରଙ୍କ ଅଂଶଧନ ଥିଲେ ମଧ୍ୟ ଟାଟା ପାୱାର ରାଜ୍ୟର ପ୍ରୋକ୍ୟୁରମେଣ୍ଟ ନୀତିକୁ ପାଳନ କରୁନାହିଁ। ଟାଟା ପାୱାର ରାଜ୍ୟ ବାହାରୁ ଟ୍ରାନ୍ସଫର୍ମର କିଣିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ଭାବେ ବୁଝାପଡୁଛି। ଏହାଦ୍ୱାରା ଓଡ଼ିଶା ବିପୁଳ ରାଜସ୍ବ ହରାଇବ। ସ୍ଥାନୀୟ ୟୁନିଟ୍‌ଗୁଡ଼ିକ ରୁଗ୍‌ଣ ହୋଇଯିବାର ଆଶଙ୍କା ଉପୁଜିଛି।
ଉଲ୍ଳେଖଯୋଗ୍ୟ, ଓଡ଼ିଶାରେ ଟ୍ରାନ୍ସଫର୍ମର ୟୁନିଟ୍‌ଗୁଡ଼ିକରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ ହୋଇଛି। ୧୫୨୦ ପ୍ରତ୍ୟକ୍ଷ ଓ ୩ ହଜାର ଲୋକଙ୍କୁ ପରୋକ୍ଷ ଭାବେ ସଂସ୍ଥାଗୁଡିକ ନିଯୁକ୍ତି ଦେଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ଟାଟା ପାୱାର ପକ୍ଷରୁ ନିକଟରେ ଜାରି କରାଯାଇଥିବା ଟେଣ୍ଡରରେ ଜାଣିଶୁଣି ଏଭଳି କଠୋର ଯୋଗ୍ୟତା ମାନଦଣ୍ଡ ରଖାଯାଇଛି। ଏନେଇ ଟାଟା ପାଓ୍ବାରର ଜନୈକ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲେ ମଧ୍ୟ ସେ କିଛି କହିବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri