ସେନା ଗୁଳିରେ ୬୦ ନିହତ

ଏନ୍‌ଜାମେନା(ଚାଦ୍‌),୨୨ା୧୦: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍‌ରେ ସରକାର ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଗଣତାନ୍ତ୍ରିକ ଶାସନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀମାନେ ରାଜଧାନୀ ଏନ୍‌ଜାମେନାରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବାବେଳେ ସେନା ପକ୍ଷରୁ ଲୁହବୁହା ବାଷ୍ପ ସହ ମାରଣାସ୍ତ୍ର ପ୍ରୟୋଗ କରାଯାଇଛି। ସୁରକ୍ଷା ବଳର ଆଖିବୁଜା ଗୁଳିମାଡ଼ରେ ଅନୂ୍ୟନ ୬୦ ବିକ୍ଷୋଭକାରୀ ନିହତ ହୋଇଛନ୍ତି। ରାସ୍ତାଗୁଡ଼ିକରେ ଟାୟାର ଜଳୁଛି। ପୋଲିସ ବ୍ୟାରିକେଡ୍‌ କରି ରାସ୍ତା ଅବରୋଧ କରିଛି। ଲୁଟ୍‌ପାଟ୍‌କୁ ଏଡ଼ାଇବା ପାଇଁ ଦୋକାନବଜାର ବନ୍ଦ ରହିଛି। ସୁରକ୍ଷା ବଳ ଆମତ୍ରକ୍ଷା ପାଇଁ ଗୁଳି ଚଳାଇଥିବା ପ୍ରଧାନମନ୍ତ୍ରୀ ସାଲେହ କେବ୍‌ଜାଓ ସୂଚନା ଦେଇଛନ୍ତି। ମଧ୍ୟବର୍ତ୍ତିକାଳୀନ ନେତା ମହମଦ୍‌ ଇଦ୍ରିସ୍‌ ଡେବିଙ୍କ କାର୍ଯ୍ୟକାଳ ଦୁଇବର୍ଷ ବଢ଼ାଯିବା ପ୍ରତିବାଦରେ ମୁଣ୍ଡ ଟେକିଥିବା ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅନେକ ସହରରେ କର୍ଫ୍ୟୁ ଜାରି କରାଯାଇଛି। ଫ୍ରାନ୍ସ ଓ ଆଫ୍ରିକୀୟ ସଂଘ ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରିବାରର ୬୦ତମ ସନ୍ତାନ ଜନ୍ମ

ଇସ୍‌ଲାମାବାଦ,୩।୧: ଗୋଟିଏ ପରିବାରରେ ୬୦ତମ ସନ୍ତାନ ଜନ୍ମ ନେଇଛି। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିପାରେ। ହେଲେ କଥାଟି ସତ। କିଛି ଏଭଳି ଘଟଣା ଘଟିଛି...

ଇସ୍ତଫା ପତ୍ରରେ ହସ୍ତାକ୍ଷର କଲେ ରାଷ୍ଟ୍ରପତି

କଲମ୍ବୋ,୧୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ...

ଆମେରିକା, ୟୁରୋପ ଥରହର

ନୂଆଦିଲ୍ଲୀ, ୨୯।୬: କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଦ୍ୱିତୀୟ ଲହରରେ ଭୂତାଣୁର ଏହି ନୂଆ ରୂପ ଦେଶରେ ହଇଚଇ ସୃଷ୍ଟି...

କରୋନା ମାଧ୍ୟମରେ ପ୍ରକୃତି ଦେଇଛି ଆଗତ ବିପଦର ସଚେତନତା ବାର୍ତ୍ତା

ଓ୍ବାଶିଂଟନ,୩୦।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା...

ମୋଦିଙ୍କ ଚିଠିର ଉତ୍ତର ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୨: ଚାଇନାରେ କରୋନାଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିଯୋଗୁ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଚାଇନା ସହ ଏହି ଭୂତାଣୁ...

ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା...

ଇମ୍ରାନଙ୍କ ପରେ କୁରେଶୀ ଗିରଫ

ଇସଲାମାବାଦ,୧୦ା୫): ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌-ଇ-ଇନ୍‌ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ...

କ୍ଲିଣ୍ଟନ ଅସୁସ୍ଥ

ୱାଶିଂଟନ,୧୫ ।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଅସୁସ୍ଥ ହୋଇ ପଡିଛନ୍ତି । ୭୫ ବର୍ଷୀୟ କ୍ଲିଣ୍ଟନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ...

Advertisement
Archives

Model This Week