Posted inଖେଳ

ରାମେଶ୍ୱରୀଙ୍କୁ ୬ ଉଇକେଟ: ଗୁଜରାଟକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସୁରଟରେ ଚାଲିଥିବା ମହିଳା ସିନିୟର ଦିନିକିଆ ଟ୍ରଫିରେ ଶନିବାର ଓଡ଼ିଶା ୬ ଉଇକେଟରେ ଘରୋଇ ଗୁଜରାଟକୁ ସହଜରେ ପରାସ୍ତ କରିଛି। ସୁରଟର ଖୋଲଭାଡ ଜିମ୍‌ଖାନ୍ନା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଓଡ଼ିଶା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୯.୨ ଓଭରରେ ୭୦ ରନକରି ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ବ୍ୟାଟିଂ କରି ୨୩ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏଥିସହ ଓଡ଼ିଶା ଟୁର୍ନାମେଣ୍ଟର ଏଲିଟ୍‌ ଗ୍ରୁପ୍‌ ଏ’ରେ ୫ଟି ମ୍ୟାଚ୍‌ ଖେଳି ୪ଟିରେ ବିଜୟୀ ହୋଇ ମୋଟ୍‌ ୧୬ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ସ୍ଥାନରେ ରହିିଛି।
ଓଡ଼ିଶା ତରଫରୁ ବ୍ୟାଟିଂରେ ସୁଶ୍ରୀ ଦିବ୍ୟଦର୍ଶନୀ ୩୫ଟି ବଲ୍‌ ଖେଳି ୩୪ ରନକରି ଅପରାଜିତ ରହିଥିଲେ। ସେହିପରି ସରିତା ମେହେର ୫୩ ବଲରୁ ୧୫, ଅଞ୍ଜଳି ସିଂ ୪୨ ବଲରୁ ୧୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଗୁଜରାଟ ତରଫରୁ ମୁସ୍କାନ ଭାସଭା ଓ ରେଣୁକା ଚୌଧୁରୀ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ତରଫରୁ ସିମରନ ୧୭, ଭାବନା ଗୋପ୍ଲ୍‌ାନି ୧୪, ମନାଲି ବାଘେଲା ୧୧ ରନ ସଂଗ୍ରହ କରିଥିଲେ। ଓଡ଼ିଶା ତରଫରୁ ବୋଲିଂରେ ରାମେଶ୍ୱରୀ ନାଏକ ସର୍ବାଧିକ ୬ ଉଇକେଟ ଅକ୍ତିଆର କରି ଗୁଜରାଟର ବିପର୍ଯ୍ୟୟ ଘଟାଇଥିଲେ। ସେହିପରି ସୁଜାତା ମଲିକ ୨ ଉଇକେଟ ଅକ୍ତିଆର କରିଥିବା ବେଳେ ପ୍ରିୟଙ୍କା ପ୍ରିୟଦର୍ଶନୀ ଓ ସୁଶ୍ରୀ ଦିବ୍ୟଦର୍ଶନୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଗୁଜରାଟ ୨୯.୨ ଓଭରରେ ୭୦, ଅଲଆଉଟ
(ସିମରନ- ୧୭, ଭାବନା- ୧୪, ମନାଲି- ୧୧, ରାମେଶ୍ୱରୀ- ୬/୨୬, ସୁଜାତା- ୨/୨୩, ପ୍ରିୟଙ୍କା- ୧/୨, ସୁଶ୍ରୀ- ୧/୬)।
ଓଡ଼ିଶା ୨୩ ଓଭରରେ ୭୪/୪
(ସୁଶ୍ରୀ- ୩୪*, ସରିତା- ୧୫, ଅଞ୍ଜଳି- ୧୫, ମୁସ୍କାନ ୨/୭, ରେଣୁକା- ୨/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri