Posted inଖେଳ

ରାମେଶ୍ୱରୀଙ୍କୁ ୬ ଉଇକେଟ: ଗୁଜରାଟକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସୁରଟରେ ଚାଲିଥିବା ମହିଳା ସିନିୟର ଦିନିକିଆ ଟ୍ରଫିରେ ଶନିବାର ଓଡ଼ିଶା ୬ ଉଇକେଟରେ ଘରୋଇ ଗୁଜରାଟକୁ ସହଜରେ ପରାସ୍ତ କରିଛି। ସୁରଟର ଖୋଲଭାଡ ଜିମ୍‌ଖାନ୍ନା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଓଡ଼ିଶା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୯.୨ ଓଭରରେ ୭୦ ରନକରି ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ବ୍ୟାଟିଂ କରି ୨୩ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏଥିସହ ଓଡ଼ିଶା ଟୁର୍ନାମେଣ୍ଟର ଏଲିଟ୍‌ ଗ୍ରୁପ୍‌ ଏ’ରେ ୫ଟି ମ୍ୟାଚ୍‌ ଖେଳି ୪ଟିରେ ବିଜୟୀ ହୋଇ ମୋଟ୍‌ ୧୬ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ସ୍ଥାନରେ ରହିିଛି।
ଓଡ଼ିଶା ତରଫରୁ ବ୍ୟାଟିଂରେ ସୁଶ୍ରୀ ଦିବ୍ୟଦର୍ଶନୀ ୩୫ଟି ବଲ୍‌ ଖେଳି ୩୪ ରନକରି ଅପରାଜିତ ରହିଥିଲେ। ସେହିପରି ସରିତା ମେହେର ୫୩ ବଲରୁ ୧୫, ଅଞ୍ଜଳି ସିଂ ୪୨ ବଲରୁ ୧୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଗୁଜରାଟ ତରଫରୁ ମୁସ୍କାନ ଭାସଭା ଓ ରେଣୁକା ଚୌଧୁରୀ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ତରଫରୁ ସିମରନ ୧୭, ଭାବନା ଗୋପ୍ଲ୍‌ାନି ୧୪, ମନାଲି ବାଘେଲା ୧୧ ରନ ସଂଗ୍ରହ କରିଥିଲେ। ଓଡ଼ିଶା ତରଫରୁ ବୋଲିଂରେ ରାମେଶ୍ୱରୀ ନାଏକ ସର୍ବାଧିକ ୬ ଉଇକେଟ ଅକ୍ତିଆର କରି ଗୁଜରାଟର ବିପର୍ଯ୍ୟୟ ଘଟାଇଥିଲେ। ସେହିପରି ସୁଜାତା ମଲିକ ୨ ଉଇକେଟ ଅକ୍ତିଆର କରିଥିବା ବେଳେ ପ୍ରିୟଙ୍କା ପ୍ରିୟଦର୍ଶନୀ ଓ ସୁଶ୍ରୀ ଦିବ୍ୟଦର୍ଶନୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଗୁଜରାଟ ୨୯.୨ ଓଭରରେ ୭୦, ଅଲଆଉଟ
(ସିମରନ- ୧୭, ଭାବନା- ୧୪, ମନାଲି- ୧୧, ରାମେଶ୍ୱରୀ- ୬/୨୬, ସୁଜାତା- ୨/୨୩, ପ୍ରିୟଙ୍କା- ୧/୨, ସୁଶ୍ରୀ- ୧/୬)।
ଓଡ଼ିଶା ୨୩ ଓଭରରେ ୭୪/୪
(ସୁଶ୍ରୀ- ୩୪*, ସରିତା- ୧୫, ଅଞ୍ଜଳି- ୧୫, ମୁସ୍କାନ ୨/୭, ରେଣୁକା- ୨/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri