୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର ଅନୁସନ୍ଧାନମୂଳକ ରିପୋର୍ଟ ଅନୁଯାୟୀ ୨୦୨୪ ଲୋକ ସଭା ନିର୍ୱାଚନ ପୂର୍ୱରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅନେକ ଛୋଟ ରାଜନୈତିକ ଦଳ ବହୁତ ବଡ଼ ରାଶିର ଦାନ ପାଇଥିଲେ।

ପୂର୍ୱରୁ ସାଧାରଣରେ ଏହା ଜଣା ନ ଥିଲା ଯେ, ୬ଟି ରେଜିଷ୍ଟର୍ଡ ଅନ୍‌-ରେକଗ୍ନାଇଜ୍ଡ ପଲିଟିକାଲ ପାର୍ଟିଜ୍‌ (ଆର୍‌ୟୁପିପି) ପାଖରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭୦୦.୭୮ କୋଟି ଟଙ୍କା ଠୁଳ ହୋଇଛି। ସେହି ଦଳଗୁଡ଼ିକ ହେଲା- ଆମ୍‌ ଜନମତ ପାର୍ଟି, ସତ୍ୟବାଦୀ ରକ୍ଷକ ପାର୍ଟି, ସ୍ୱତନ୍ତ୍ରତା ଅଭିବ୍ୟକ୍ତି ପାର୍ଟି, ନ୍ୟୁ ଇଣ୍ଡିଆ ୟୁନାଇଟେଡ୍‌ ପାର୍ଟି, ଭାରତୀୟ ନ୍ୟାଶନାଲ ଜନତା ଦଳ ଏବଂ ଗରିବ କଲ୍ୟାଣ ପାର୍ଟି। ଏସବୁ ଦଳର ମୁଖ୍ୟାଳୟ ଗୁଜରାଟରେ ରହିଛି, ଯେଉଁଥିରୁ ୫ଟି ଅହମଦାବାଦ ଏବଂ ଗୋଟିଏ ଆନନ୍ଦରେ ଅଛି।

ରିପୋର୍ଟ ଅନୁଯାୟୀ, ଏହି ୬ଟି କ୍ଷୁଦ୍ର ଦଳକୁ ୨୦୨୪ ଲୋକ ସଭା ନିର୍ୱାଚନ ପୂର୍ୱରୁ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୭୦୦.୭୮ କୋଟି ଟଙ୍କା ଦାନ ଆକାରରେ ମିଳିଥିଲା। ସେଥିରୁ ଆମ୍‌ ଜନମତ ପାର୍ଟିକୁ ୬୨୦.୨୪ କୋଟି, ସତ୍ୟବାଦୀ ରକ୍ଷକ ପାର୍ଟିକୁ ୩୩୦.୫୫, ସ୍ୱତନ୍ତ୍ରତା ଅଭିବ୍ୟକ୍ତି ପାର୍ଟିକୁ ୨୧୯.୬୯, ନ୍ୟୁ ଇଣ୍ଡିଆ ୟୁନାଇଟେଡ୍‌ ପାର୍ଟିକୁ
୨୦୦.୬୯, ଭାରତୀୟ ନ୍ୟାଶନାଲ ଜନତା ଦଳକୁ ୧୯୧.୬୧ ଏବଂ ଗରିବ କଲ୍ୟାଣ ପାର୍ଟିକୁ ୧୩୮.୦୦ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଦେଖିବାକୁ ଗଲେ ଉପରୋକ୍ତ ୬ଟି ଦଳ ପାଇଥିବା ମୋଟ ଚାନ୍ଦା କେବଳ ଭାଜପାକୁ ଛାଡ଼ିଦେଲେ ଅନ୍ୟ ୫ଟି ଜାତୀୟ ଦଳଙ୍କ ମିଶ୍ରିତ ପାଣ୍ଠିରୁ ଅଧିକ।

କୌତୂହଳର ବିଷୟ ଯେ, ଏହି ଦଳଗୁଡ଼ିକ ମୁଖ୍ୟତଃ ନିର୍ୱାଚନୀ ରାଜନୀତିରୁ ଦୂରେଇ ରହିଥିଲେ। ଏହି ଦଳଗୁଡ଼ିକ ୨୦୨୪ ଲୋକ ସଭା ନିର୍ୱାଚନରେ ମାତ୍ର ୧୫ ଜଣ ପ୍ରାର୍ଥୀ ଦେଇଥିଲେ। ତେବେ ଆମ୍‌ ଜନମତ ପାର୍ଟି ୨୦୨୨-୨୩ରେ ୨୧୬ କୋଟି ଟଙ୍କା ଚାନ୍ଦା ପାଇଥିବା ବିବିସି ହିନ୍ଦୀ ରିପୋର୍ଟରୁ ଜଣାପଡ଼ିଛି। ବିଶେଷଜ୍ଞମାନେ କହନ୍ତି ଯେ, ଏହି ଦଳଗୁଡ଼ିକ ବାସ୍ତବରେ ସ୍ୱାଧୀନ ରାଜନୈତିକ ସଙ୍ଗଠନ ନୁହେଁ; ବରଂ ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାରରେ ନିୟୋଜିତ ଅଛନ୍ତି। ଯେହେତୁ ଏହିସବୁ ଦଳଗୁଡ଼ିକ ଗୁଜରାଟରେ ପଞ୍ଜୀକୃତ, ସନ୍ଦେହ କରାଯାଉଛି ଯେ ଗୋଟିଏ ବଡ଼ଦଳର ପ୍ରକ୍ସି ଭାବେ ଏଗୁଡ଼ିକ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ରେ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ)ରେ ତୃଣମୂଳ କଂଗ୍ରେସର ୨୦ ଏମ୍‌ପି ସାମିଲ ହୋଇଥିଲେ। ଏଭଳି ଛୋଟିଆ ପାର୍ଟିରେ ଏମ୍‌ପିଙ୍କ ଯୋଗଦାନରୁ ଜଣାପଡ଼ିଲା ଯେ ଉକ୍ତ ଦଳ ନିର୍ୱାଚନ କମିଶନଙ୍କ ପାଖରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଅଣସ୍ୱୀକୃତ ଦଳ ଭାବେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?