୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର ଅନୁସନ୍ଧାନମୂଳକ ରିପୋର୍ଟ ଅନୁଯାୟୀ ୨୦୨୪ ଲୋକ ସଭା ନିର୍ୱାଚନ ପୂର୍ୱରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅନେକ ଛୋଟ ରାଜନୈତିକ ଦଳ ବହୁତ ବଡ଼ ରାଶିର ଦାନ ପାଇଥିଲେ।

ପୂର୍ୱରୁ ସାଧାରଣରେ ଏହା ଜଣା ନ ଥିଲା ଯେ, ୬ଟି ରେଜିଷ୍ଟର୍ଡ ଅନ୍‌-ରେକଗ୍ନାଇଜ୍ଡ ପଲିଟିକାଲ ପାର୍ଟିଜ୍‌ (ଆର୍‌ୟୁପିପି) ପାଖରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭୦୦.୭୮ କୋଟି ଟଙ୍କା ଠୁଳ ହୋଇଛି। ସେହି ଦଳଗୁଡ଼ିକ ହେଲା- ଆମ୍‌ ଜନମତ ପାର୍ଟି, ସତ୍ୟବାଦୀ ରକ୍ଷକ ପାର୍ଟି, ସ୍ୱତନ୍ତ୍ରତା ଅଭିବ୍ୟକ୍ତି ପାର୍ଟି, ନ୍ୟୁ ଇଣ୍ଡିଆ ୟୁନାଇଟେଡ୍‌ ପାର୍ଟି, ଭାରତୀୟ ନ୍ୟାଶନାଲ ଜନତା ଦଳ ଏବଂ ଗରିବ କଲ୍ୟାଣ ପାର୍ଟି। ଏସବୁ ଦଳର ମୁଖ୍ୟାଳୟ ଗୁଜରାଟରେ ରହିଛି, ଯେଉଁଥିରୁ ୫ଟି ଅହମଦାବାଦ ଏବଂ ଗୋଟିଏ ଆନନ୍ଦରେ ଅଛି।

ରିପୋର୍ଟ ଅନୁଯାୟୀ, ଏହି ୬ଟି କ୍ଷୁଦ୍ର ଦଳକୁ ୨୦୨୪ ଲୋକ ସଭା ନିର୍ୱାଚନ ପୂର୍ୱରୁ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୭୦୦.୭୮ କୋଟି ଟଙ୍କା ଦାନ ଆକାରରେ ମିଳିଥିଲା। ସେଥିରୁ ଆମ୍‌ ଜନମତ ପାର୍ଟିକୁ ୬୨୦.୨୪ କୋଟି, ସତ୍ୟବାଦୀ ରକ୍ଷକ ପାର୍ଟିକୁ ୩୩୦.୫୫, ସ୍ୱତନ୍ତ୍ରତା ଅଭିବ୍ୟକ୍ତି ପାର୍ଟିକୁ ୨୧୯.୬୯, ନ୍ୟୁ ଇଣ୍ଡିଆ ୟୁନାଇଟେଡ୍‌ ପାର୍ଟିକୁ
୨୦୦.୬୯, ଭାରତୀୟ ନ୍ୟାଶନାଲ ଜନତା ଦଳକୁ ୧୯୧.୬୧ ଏବଂ ଗରିବ କଲ୍ୟାଣ ପାର୍ଟିକୁ ୧୩୮.୦୦ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଦେଖିବାକୁ ଗଲେ ଉପରୋକ୍ତ ୬ଟି ଦଳ ପାଇଥିବା ମୋଟ ଚାନ୍ଦା କେବଳ ଭାଜପାକୁ ଛାଡ଼ିଦେଲେ ଅନ୍ୟ ୫ଟି ଜାତୀୟ ଦଳଙ୍କ ମିଶ୍ରିତ ପାଣ୍ଠିରୁ ଅଧିକ।

କୌତୂହଳର ବିଷୟ ଯେ, ଏହି ଦଳଗୁଡ଼ିକ ମୁଖ୍ୟତଃ ନିର୍ୱାଚନୀ ରାଜନୀତିରୁ ଦୂରେଇ ରହିଥିଲେ। ଏହି ଦଳଗୁଡ଼ିକ ୨୦୨୪ ଲୋକ ସଭା ନିର୍ୱାଚନରେ ମାତ୍ର ୧୫ ଜଣ ପ୍ରାର୍ଥୀ ଦେଇଥିଲେ। ତେବେ ଆମ୍‌ ଜନମତ ପାର୍ଟି ୨୦୨୨-୨୩ରେ ୨୧୬ କୋଟି ଟଙ୍କା ଚାନ୍ଦା ପାଇଥିବା ବିବିସି ହିନ୍ଦୀ ରିପୋର୍ଟରୁ ଜଣାପଡ଼ିଛି। ବିଶେଷଜ୍ଞମାନେ କହନ୍ତି ଯେ, ଏହି ଦଳଗୁଡ଼ିକ ବାସ୍ତବରେ ସ୍ୱାଧୀନ ରାଜନୈତିକ ସଙ୍ଗଠନ ନୁହେଁ; ବରଂ ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାରରେ ନିୟୋଜିତ ଅଛନ୍ତି। ଯେହେତୁ ଏହିସବୁ ଦଳଗୁଡ଼ିକ ଗୁଜରାଟରେ ପଞ୍ଜୀକୃତ, ସନ୍ଦେହ କରାଯାଉଛି ଯେ ଗୋଟିଏ ବଡ଼ଦଳର ପ୍ରକ୍ସି ଭାବେ ଏଗୁଡ଼ିକ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ରେ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ)ରେ ତୃଣମୂଳ କଂଗ୍ରେସର ୨୦ ଏମ୍‌ପି ସାମିଲ ହୋଇଥିଲେ। ଏଭଳି ଛୋଟିଆ ପାର୍ଟିରେ ଏମ୍‌ପିଙ୍କ ଯୋଗଦାନରୁ ଜଣାପଡ଼ିଲା ଯେ ଉକ୍ତ ଦଳ ନିର୍ୱାଚନ କମିଶନଙ୍କ ପାଖରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଅଣସ୍ୱୀକୃତ ଦଳ ଭାବେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri