ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ପରିବାରର ଜଣେ କି ଦୁଇଜଣ ନୁହନ୍ତି, ୬ ଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ ମଧ୍ୟରୁ ୪ ଜଣ ବିଦେଶରେ ରହି ବିଭିନ୍ନ କ୍ଷେତ୍ରରେ ଗବେଷଣା କରୁଛନ୍ତି। ଜଣେ ଝିଅଙ୍କୁ କ୍ୟାନ୍ସର ରୋଗ ଉପରେ ଅଧିକ ରିସର୍ଚ୍ଚ କରିବା ପାଇଁ ସ୍ବୀକୃତି ମଧ୍ୟ ମିଳିଛି। ଆଉ ଦୁଇଜଣ ଭାରତର ଦୁଇ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବରେ କାର୍ଯ୍ୟରତ। ଝିଅମାନଙ୍କର ଏପରି କୃତିତ୍ୱ ଦେଖି ପିତା ସେମାନଙ୍କୁ ମା’ ଦୁର୍ଗାଙ୍କ ଅବତାର ବୋଲି ଅଭିହିତ କରିଛନ୍ତି।
ହରିୟାଣାର ଭଦାନା ଗାଁର ଜଗଦେବ ଦହିୟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ। ତାଙ୍କର ଛଅ ଝିଅ ଏବଂ ଗୋଟିଏ ପୁଅ। ଏହି ଛଅଙ୍କୁ ଦେଖି ଲୋକମାନେ ତାଙ୍କୁ ବୋଝ ବୋଲି କହୁଥିଲେ। କିନ୍ତୁ ଠିକ୍‌ ସମୟରେ ଜଗଦେବ ଗାଁରେ ଝିଅମାନଙ୍କ ପ୍ରାଥମିକ ଶିକ୍ଷା ଶେଷ କରାଇଥିଲେ।
ସ୍କୁଲ ଶିକ୍ଷା ଶେଷ ପରେ ସମସ୍ତେ ସୋନେପତ୍‌ର ଟିକାରାମ ମହିଳା ମହାବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇଥିଲେ। ଏଥିସହ ହିନ୍ଦୁ କଲେଜରୁ ବିଏସ୍‌୍‌ସି ପଢ଼ା ଶେଷ କରିଥିଲେ। ପରେ ଉଚ୍ଚ ଶିକ୍ଷା ପାଇଁ ଝିଅମାନଙ୍କୁ ଚଣ୍ଡୀଗଡ଼ ପଠାଇଥିଲେ ଜଗଦେବ। ତାଙ୍କର ଜଣେ ଝିଅ ଡଃ ସଙ୍ଗୀତା ଦହିୟା ପଦାର୍ଥ ବିଜ୍ଞାନ, ଡ. ମୋନିକା ଦହିୟା ବାୟୋଟେକ୍ନୋଲୋଜି, ଡଃ ନିତୁ ଦହିୟା ବାୟୋଟେକ୍ନୋଲୋଜିରେ ଉଚ୍ଚତର ଡିଗ୍ରୀ ଶେଷ କରିଛନ୍ତି। ୪ ନଂ. ଝିଅ କଳ୍ପନା ପଞ୍ଜାମ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି। ଡଃ ଡେନି ଦହିୟା ଓ ରୁଚି ଦହିୟା ଗଣିତରେ ଏମ୍‌ଏସ୍‌ସିରେ ପିଏଚ୍‌ଡି କରିଛନ୍ତି।

ସଙ୍ଗୀତା ସହରର ଜିବିଏମ କଲେଜରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଥିବା ବେଳେ ଚତୁର୍ଥ ଝିଅ ଡଃ କଳ୍ପନା ଦହିୟା ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ୟୁନିଭର୍ସିଟିରେ ପ୍ରଫେସର ଭାବରେ ଅବସ୍ଥାପିତ ଅଛନ୍ତି। ବଡ଼ ଝିଅ ମୋନିକା କାନାଡାର ଟରୋଣ୍ଟୋ ସହରରେ ବୈଜ୍ଞାନିକ ଥିବା ବେଳେ ଡଃ ନିତୁ ଦହିୟା ୟୁଏସ୍‌ଏରେ ‘ଫୁଡ ଆଣ୍ଡ ଡ୍ରଗ୍ସ ଡିପାର୍ଟମେଣ୍ଟ’ରେ ବୈଜ୍ଞାନିକ ରୂପେ କାର୍ଯ୍ୟରତ। ତେବେ ଜଗଦେବଙ୍କ ପୁଅ ଯୋଗେଶ ଏମ୍‌ବିଏ ପାଠପଢା ଶେଷ କରି ଅନ୍‌ଲାଇନ ମାଧ୍ୟମରେ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ପିତା ଜଗଦେବ ଏବଂ ମାତା ଓମ୍‌ବତୀ ଝିଅମାନଙ୍କ କୃତିତ୍ୱରେ ନିଜକୁ ଗର୍ବିତ ମନେ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ, ଆର୍ଥିକ,ଆଇନଗତ ସମସ୍ୟା ସମ୍ପର୍କରେ…

ଭଞ୍ଜନଗର, ୯।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁରର ଆନୁକୂଳ୍ୟରେ ମଙ୍ଗଳବାର ଭଞ୍ଜନଗରସ୍ଥିତ ଆର୍‌.ଏମ୍‌.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବିଭିନ୍ନ…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ , ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସି

ଭୁବନେଶ୍ୱର/କୋଲକାତା, ୯/୬: ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri