ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ

ପୁରୀ ଅଫିସ,୧୭।୫:ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମହାରାଜଙ୍କୁ ପୁରୀରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ପୁରୀ ଆସିଥିବା ବେଳେ ସୋମବାର ଆଦିତ୍ୟ ବାହିନୀ ପକ୍ଷରୁ ତାଙ୍କୁ ତୀବ୍ର ବିରୋଧ କରାଯାଇଛି। ଫଳରେ ପୁରୀ ରେଳଷ୍ଟେଶନରେ ସେ ଅଧଘଣ୍ଟା ଧରି ଅଟକି ରହିଥିଲେ। ପରେ ପୋଲିସ ପହଞ୍ଚି ତାଙ୍କୁ ସୁରକ୍ଷା ମଧ୍ୟରେ ଆଣିଥିଲା।
ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମହାରାଜ ନିଜକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରିଆସୁଛନ୍ତି। ଏ ନେଇ ପୂର୍ବରୁ ୧୯୯୬ରୁ ୨୦୦୦ ମସିହା ମଧ୍ୟରେ ବିବାଦ ଉଗ୍ରରୂପ ନେବାରୁ ହାଇକୋର୍ଟରେ ମାମଲା ପହଞ୍ଚିଥିଲା। ସେହି ସମୟରେ ପୁରୀରେ ଧାର୍ମିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ତାଙ୍କୁ ତଡ଼ିପାର୍‌ କରାଯାଇଥିଲା। ତେବେ ଦୀର୍ଘବର୍ଷ ପରେ ପୁଣି ସେ ପୁରୀ ଆସିଛନ୍ତି। ସୋମବାର ସକାଳ ପ୍ରାୟ ୬ଟା ୫୦ରେ ହାୱଡ଼ା-ପୁରୀ ଏକ୍ସପ୍ରେସ୍‌ରେ ଆସି ସେ ପୁରୀରେ ପହଞ୍ଚିଥିଲେ। ପୁରୀ ରେଳଷ୍ଟେଶନରେ ଆଦିତ୍ୟ ବାହିନୀ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ତୁରନ୍ତ ଶ୍ରୀକ୍ଷେତ୍ର ଛାଡ଼ି ଚାଲିଯିବା ପାଇଁ ଦାବି କରାଯାଇଥିଲା। ପୋଲିସକୁ ସୂଚନା ମିଳିବା ପରେ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ରେଳଷ୍ଟେଶନରେ ପହଞ୍ଚି ଅଧ୍ୟକ୍ଷାନନ୍ଦଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତାଙ୍କୁ ପୁରୀ ସହର ଭିତରେ ପ୍ରବେଶ ନ କରାଇ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ସ୍ଥିତ ବେଲଦଳ ଅଞ୍ଚଳକୁ ନିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଅଧ୍ୟକ୍ଷାନନ୍ଦଙ୍କ ତରଫରୁ ରେଲଓ୍ବେ ଗୋଇନ୍ଦା ଶାଖା ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଗସ୍ତ ସମ୍ପର୍କରେ ଅବଗତ କରାଯାଇଥିଲା। ସମ୍ପୃକ୍ତ ଚିଠିରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମହାରାଜଙ୍କୁ ପୁରୀର ଶଙ୍କରାଚାର୍ଯ୍ୟ ବୋଲି ଉଲ୍ଲେଖ କରାଯାଇଛି, ଯାହାକୁ ନେଇ ପୁଣି ବିବାଦ ଦେଖାଦେଇଛି। ଆଦିତ୍ୟବାହିନୀ ପକ୍ଷରୁ କୁହାଯାଇଛି ଯେ, ଏଭଳି ବ୍ୟକ୍ତି ସାରା ଦେଶ ପାଇଁ ଲଜ୍ଜା। ଶଙ୍କରାଚାର୍ଯ୍ୟ ଚୟନ ଏକ ପବିତ୍ର ପରମ୍ପରା। ଅଢ଼େଇ ହଜାର ବର୍ଷ ଧରି ଉତ୍ତରାଧିକାରୀ ସର୍ତ୍ତରେ ଅଧିକୃତ ହୁଅନ୍ତି। ସମ୍ପ୍ରତି ଶଙ୍କରାଚାର୍ଯ୍ୟ ଭାବେ ଅଧିଷ୍ଠିତ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ୧୯୯୨ ମସିହା ବସନ୍ତ ପଞ୍ଚମୀରେ ଶଙ୍କରାଚାର୍ଯ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସ୍ବାମୀ ନିରଞ୍ଜନ ଦେବତୀର୍ଥଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ଆସନରେ ବସିଛନ୍ତି। ତେଣୁ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦଙ୍କ ଧର୍ମବିରୋଧୀ କାର୍ଯ୍ୟକଳାପ ଉପରେ ରୋକ୍‌ ଲାଗିବା ଦରକାର। ଏଭଳି ବ୍ୟକ୍ତିଙ୍କୁ ସରକାରୀ ଶାସନତନ୍ତ୍ର ସହଯୋଗ କରୁଛି, ଯାହା ହିନ୍ଦୁ ଧର୍ମ ଉପରେ କୁଠାରାଘାତ। ଆଦିତ୍ୟବାହୀନିର କ୍ଷେତ୍ରୀୟ ସଚିବ ଦେବାଶିଷ ମିଶ୍ର କହିଛନ୍ତି, ଅଧ୍ୟକ୍ଷାନନ୍ଦ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନୁହନ୍ତି। ୨୦୦୦ ମସିହାରେ ତାଙ୍କୁ ତଡ଼ିପାର୍‌ କରାଯାଇଥିଲା। ତେଣୁ ତାଙ୍କୁ ପୁରୀରେ ପ୍ରବେଶ କରାଇ ଦିଆଯିବ ନାହିଁ। ଅନ୍ୟପକ୍ଷରେ ଅଧ୍ୟକ୍ଷାନନ୍ଦ କହିଛନ୍ତି, ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ପୁରୀ ଯିବାକୁ କାହାକୁ ରୋକାଯାଇପାରିବ ନାହିଁ। ଏହା ନାଗରିକର ମୌଳିକ ଅଧିକାର। ଗୋବର୍ଦ୍ଧନ ପୀଠର ଏକ କିଲୋମିଟର ଦୂରରେ ବିଚରଣ କରିବାର ଅଧିକାର ମୋ ପାଖରେ ରହିଛି। ସାରା ବିଶ୍ୱରେ ବୁଲି ସନାତନ ଧର୍ମର ପ୍ରଚାର କରୁଛି। ଶଙ୍କରାଚାର୍ଯ୍ୟ ଜଣେ ନୁହନ୍ତି। ଶଙ୍କରାଚାର୍ଯ୍ୟ ଚୟନକୁ ନେଇ ଅନେକ ମାମଲା ଚାଲିଛି। ଶଙ୍କରାଚାର୍ଯ୍ୟ ଚୟନରେ ବିଦ୍ୱତ୍‌ ପରିଷଦ ପ୍ରମୁଖ ଭୂମିକା ନିଅନ୍ତି। ସେହିଭଳି ପୁରୀ ଶଙ୍କରାଚାର୍ଯ୍ୟ ଭାବେ ନିଜକୁ ଦାବି କରିବା ପ୍ରଶ୍ନରେ ସେ କହିଛନ୍ତି, ଏହା ଏକ ଶାସ୍ତ୍ରୀୟ ବିବାଦ। ଏଣୁ ଏ ସମ୍ପର୍କରେ କିଛି କହିବାକୁ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri