ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ

ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହି ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ପାଇ ତେଲେଙ୍ଗାନାର ଗ୍ରେହାଉଣ୍ଡ ଯବାନମାନେ ସେହି ଅଞ୍ଚଳକୁ  କମ୍ବିଂକରିବା ପାଇଁ ଯାଇଥିଲେ । ତେବେ ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଏହି ଗୁଳି ବିନିମୟରେ ୬ ମାଓବାଦୀ ଟଳିପଡ଼ିଥିଲେ।। ସର୍ଚ୍ଚ ସମୟରେ ସେହି ଅଞ୍ଚଳରୁ ଅନେକ ମାଓବାଦୀ ସାମଗ୍ରୀ ମିଳିଥିଲା । ତେଲେଙ୍ଗାନା କୋଟଗୁଡାମ ଏସ୍‌ପି ସୁନୀଲ ଦତ୍ତଙ୍କ ନେତୃତ୍ୱରେ ଏହି ଅପରେଶନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହାନ୍ତି ଗେହଲଟ କ୍ୟାମ୍ପ୍‌ର ୬୫ ବିଧାୟକ

ଜୟପୁର,୨୫।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଆଲୋଚନା ମଧ୍ୟରେ କଂଗ୍ରେସ ଆଜି ବିଧାନସଭା ଦଳର ଏକ ବୈଠକ ଡାକିଛି। ଏହାପୂର୍ବରୁ ସଚିନ ପାଇଲଟଙ୍କ ଅସୁବିଧା ବଢୁଥିବା...

ଖୋଲୁଛି ପୁରୁଣା ପେଡ଼ି

ଢେଙ୍କାନାଳ,୨୫।୪: ବର୍ଷ ବର୍ଷ ଧରି ଥାନାରେ ଗଡୁଛି ମାମଲା। ଅଧିକାରୀ ବଦଳିଲେ ଥଣ୍ଡା ପଡ଼ିଯାଉଛି ତଦନ୍ତ। ନା ଅଭିଯୁକ୍ତ ଧରାପଡୁଛନ୍ତି ନା ପ୍ରସ୍ତୁତ ହୋଇପାରୁଛି ଫାଇନାଲ...

ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର,୧୫।୮-ଗଞ୍ଜାମ ଜିଲା ସୁନାପୁର ବେଳାଭୂମିରୁ ଶନିବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ପ୍ରକାଶ...

ନାଗରିକତା ସଂଶୋଧନ ଆଇନ: ୯ ରାଜ୍ୟରେ ବିରୋଧ

ନୂଆଦିଲ୍ଲୀ, ୧୯।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଅଣାୟତ ହେବାରେ ଲାଗିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ,...

ପରୀ ପରିବାରକୁ ନ୍ୟାୟ ପାଇଁ ପଦଯାତ୍ରା କରିବ ଭାଜପା

ଦେବଗଡ଼,୧୭ା୧୨(ଡି.ଏନ.ଏ)-ପରୀ ଓ ତା’ର ବାପା ମା’ଙ୍କୁ ନ୍ୟାୟ ଦେବାପାଇଁ ଭାଜପା ବଦ୍ଧ ପରିକର ା ଏଣୁ ଏଥିପାଇଁ ଭାଜପା ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ...

୫ କି.ମି ପାହାଡ଼ ଚଢ଼ି ଦୁର୍ଗମ ଗ୍ରାମରେ ପହଞ୍ଚିଲେ ବିଡିଓ

ଖଇରପୁଟ,୨୨ା୬(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତର ପାହାଡ଼ ଉପରେ ଥିବା ଦୁର୍ଗମ ଗ୍ରାମ ମଇଁଷିଖାଲ ଗ୍ରାମକୁ ସୋମବାର ବିଡିଓ ହୃଦାନନ୍ଦ ସାହୁ ଗସ୍ତ...

ମନୀଷ ଅନୁରାଗ ହତ୍ୟାକାଣ୍ଡ: ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କମିଶନରେଟ ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ...

ରାସ୍ତା ପାର୍ଶ୍ୱ ଗଛ ପୋଡ଼ି ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଚମ୍ପଟ

ଓଡ଼ଗାଁ,୨୭ା୧୨(ଡି.ଏନ୍‌.ଏ.): ଓଡ଼ଗାଁ ଆଦର୍ଶ ଥାନା ଓ ବନାଞ୍ଚଳ ଅନ୍ତର୍ଗତ ଭାଡ଼ିକିଲା-ମହୁଲିଆ ରାସ୍ତାରେ ଜଙ୍ଗଲ ବିଭାଗ ଦ୍ୱାରା ଲଗାଯାଇଥିବା ଗଛ ସହିତ ଅଟେଇ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ।...

Advertisement
Archives

Model This Week