ଶୁକ୍ରବାର ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ଜରୁରୀକଳୀନ ଓ ମେଡିକାଲ ସେବାକୁ ବାଦ ଦେଲେ ବାକି ସବୁ ବନ୍ଦ ରହିବ। ତେବେ ଏହି ନିବେଦନ କରିଛନ୍ତି।

ଗୁରୁବାର ଏନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ଉପସଭାପତି କହିଛନ୍ତି, ରାଜ୍ୟରେ ନାରୀ ନିର୍ଯାତନା ବଢୁଛି। ବଳାତ୍କାର ଏବଂ ହତ୍ୟା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ହେଲେ ରାଜ୍ୟ ସରକାର ଅନ୍ଧ ଧୃତରାଷ୍ଟ୍ର ଭଳି ସବୁ ଜାଣି ଶୁଣି କଣ ପାଇଁ ଚୁପ ବସିଛନ୍ତି ସେନେଇ ସ୍ବର ଉଠିବା ଦରକାର ବୋଲି କହିଛନ୍ତି ପିସିସି ଉପସଭାପତି । ସେ ଆହୁରି କହିଛନ୍ତି ଯେ ଏହି ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବାରେ ନିୟୋଜିତ ଯାନ ଓ ବ୍ୟକ୍ତିବିଶେଷଙ୍କୁ ଯାତାୟତର ସୁଯୋଗ ଦିଆଯିବ।

କହିରଖୁଛୁ, ମମିତା ହତ୍ୟା ଘଟଣାରେ ସମ୍ପୃକ୍ତିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହିଷ୍କାର କରିବା ପରିବର୍ତ୍ତେ କଳାହାଣ୍ଡି ଭବାନୀପାଟଣାଠାରେ ପାଖରେ ବସାଇ ସାବାସୀ ଦେବା ଘଟଣାରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଲେନ୍‌ ହେବ ରିଂ ରୋଡ୍‌, ମାର୍ଚ୍ଚରୁ ଆରମ୍ଭ ହେବ ଏସ୍‌ସିବି ନବନିର୍ମାଣ କାର୍ଯ୍ୟ

କଟକ ଅଫିସ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ କରି ହାଡ଼ିଆପଠାରେ ବିଭିନ୍ନ ସମୀକ୍ଷା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, କଟକ...

୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ପୃଥକ୍‌ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ୱାରା...

ଜନ୍ମଦିନ ପାଳନ ହେଲା କାଳ: କୋଲାବରେ ୩ ସାଙ୍ଗଙ୍କ ସଲିଳ ସମାଧି

ଜୟପୁର,୨୯ା୨(ଡି.ଏନ୍‌.ଏ)- କୋରାପୁଟ ଜିଲା ସଦର ସରକାରୀ ମହାବିଦ୍ୟାଳୟ ପାର୍ଶ୍ୱ କୋଲାବ ଜଳଭଣ୍ଡାରରେ ବୁଡ଼ି ଶନିବାର ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟର...

ଦଶମ,ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର,୧୦।୨(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବ ବୋଲି ଗଣଶିକ୍ଷା ବିଭାଗ...

ଆନ୍ଧ୍ରର ଅନୁପ୍ରବେଶ ରୋକିପାରୁନି ଓଡ଼ିଶା

ପଟ୍ଟାଙ୍ଗ,୩୧ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ଏ ଦିଗରେ ଓଡ଼ିଶା ଜିଲା ପ୍ରଶାସନ ରୋକୋ ଲଗାଇବାକୁ ବିଫଳ...

ଓକିଲଙ୍କ ଆନ୍ଦୋଳନ ସ୍ଥଗିତ: ମଙ୍ଗଳବାର ଖୋଲିବ ସରକାରୀ କାର୍ଯ୍ୟାଳୟ

ବରଗଡ଼ ଅଫିସ,୧୪।୧୦: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘ ଚଳାଇଥିବା ଅର୍ଥନୈତିକ ଅବରୋଧ ଏବଂ...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ୩ ମାସରେ ରାୟ ପ୍ରକାଶ କର

କଟକ,୧୩ା୭(କାର୍ତ୍ତିକ ସାହୁ): କଟକ ପରିବାର ଅଦାଲତରେ ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲାର ରାୟ...

ରବିବାରଠାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.)-ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶନିବାର ମନ୍ଦିର ପରିସରକୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍‌...

Advertisement
Archives

Model This Week