ସବ୍‌ସିଡି ନାଁରେ ୬ କୋଟି ଠକେଇ

ଭୁବନେଶ୍ୱର,୩।୯(ବ୍ୟୁରୋ): ଚାଷୀଙ୍କ ନାଁରେ ସବ୍‌ସିଡି ଉଠାଇ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧି ଶାଖା(ଇଓଡବ୍ଲ୍ୟୁ) ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ସେ ହେଲେ ବାଲେଶ୍ୱର ସଦର ଥାନାର ଶ୍ରୀନାଥ ରାଣା। ଏହି ଠକେଇରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ଅଧିକ ତଦନ୍ତ ଚାଲିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ବାଙ୍ଗାଲୋରରେ ଥିବା ଭରୁଷାପ୍ରିୟ ଏଗ୍ରୋଟେକ୍‌ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ବ୍ରାଞ୍ଚ ଅଫିସ ବରମୁଣ୍ଡାରେ ରହିଛି। ଉକ୍ତ କମ୍ପାନୀରେ ଅଭିଯୁକ୍ତ ଶ୍ରୀନାଥ ରିଜୋନାଲ ମ୍ୟାନେଜର ଭାବେ ୨୦୧୮ରୁ ୨୦୨୦ ମଧ୍ୟରେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ ଓଡ଼ିଶା ସରକାରଙ୍କ ସହ ଅନୁବନ୍ଧିତ କରି ଚାଷୀମାନଙ୍କୁ ଧାନରୁଆ ଯନ୍ତ୍ର ଯୋଗାଉଥିଲା। ପ୍ରତି ଧାନରୁଆ ଯନ୍ତ୍ରର ଦାମ ୨ ଲକ୍ଷ ୩୩ ହଜାରରୁ ୩ ଲକ୍ଷ ମଧ୍ୟରେ ହୋଇଥିବା ବେଳେ ସରକାର ଚାଷୀମାନଙ୍କୁ ୯୩ ହଜାରରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦେଇଥାନ୍ତି। ତେବେ ଅଭିଯୁକ୍ତ ଶ୍ରୀନାଥ ଚାକିରି ସମୟରେ ୫୦୦ରୁ ଊର୍ଦ୍ଧ୍ୱ ଧାନରୁଆ ଯନ୍ତ୍ରର ମିଛ କାଗଜପତ୍ର କରି ଚାଷୀଙ୍କୁ ବିକ୍ରି କରାଯାଇଥିବା ଦର୍ଶାଇଥିଲେ। ସେ ଚାଷୀମାନଙ୍କୁ ୫ ହଜାରରୁ ୪୦ ହଜାର ଟଙ୍କା ସବ୍‌ସିଡି ଦେଇ ବଳକା ଅର୍ଥ ହଡପ କରିଥିଲେ। ଫଳରେ ସରକାର ଓ କମ୍ପାନୀ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ସହିଥିଲେ। ହେଲେ ବାସ୍ତବରେ କୌଣସି ଧାନରୁଆ ଯନ୍ତ୍ର ବିକ୍ରି ହୋଇ ନ ଜଣାପଡିବା ପରେ କମ୍ପାନୀ ନିର୍ଦ୍ଦେଶକ କେ.ଜି ଶ୍ରୀଚରଣ ଜାନୁଆରୀ ୨୦ରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୪/୨୧) ରୁଜୁ କରିଥିଲା। ପରବର୍ତ୍ତି ସମୟରେ ମାମଲା ଇଓଡବ୍ଲ୍ୟୁକୁ ହସ୍ତାନ୍ତର ହୋଇଥିଲା। ଏନେଇ ଇଓଡବ୍ୟୁ ଏକ ମାମଲା (ନଂ.୧୧/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri