୪ ଭଉଣୀଭାଇଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୧୦: ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ସହର। କୋଲକାତା, ବାଲେଶ୍ୱର, ଜଳେଶ୍ୱର ଆଦି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାକୁ ଆସୁଛି। ଏଠାରୁ ପଡ଼ୋଶୀ ଜିଲା ସହିତ ବିଭିନ୍ନ ଗ୍ରାମାଞ୍ଚଳକୁ ପଠାଯାଉଛି। ଏସ୍‌ଟିଏଫ୍‌, ପୋଲିସ ଏବଂ ଅବକାରୀ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ବ୍ରାଉନସୁଗାର କାରବାର ଥମୁନି। ଖୋର୍ଦ୍ଧା ସହରକୁ ନିଶାମୁକ୍ତ ଲାଗି ଖୋର୍ଦ୍ଧା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ହ୍ବାଇଟ ସ୍ପାଇଡରକୁ ମିଳିଛି ସଫଳତା। ଶୁକ୍ରବାର ଠେଙ୍ଗାହାଟ ଛକରେ ଚଢ଼ାଉ କରି ୫୦ ଗ୍ରାମ ବ୍ରାଉନସୁଗାର, ୫୧୧.୬୭୦ ଗ୍ରାମ ସୁନା, ୮୩୦ଗ୍ରାମ ରୁପା, ୧୩ଲକ୍ଷ ୬୮ହଜାର ଟଙ୍କା ଜବତ କରିଥିବା ବେଳେ ଏକ ପରିବାରର ୪ ଭଉଣୀଭାଇଙ୍କ ସମେତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାମନ୍ତରାପୁର ଠେଙ୍ଗାହାଟର କାନି ବେହେରା(୩୮), ସ୍ବର୍ଣ୍ଣଲତା ବେହେରା(୪୦), ଦମୟନ୍ତୀ ନାୟକ (୪୦), ଭାଲିଆବଡିର ବିରେନ୍ଦ୍ର ବେହେରା ଓରଫ ନନ୍ଦୁ(୨୭), ଏବଂ ସଦର ଥାନା ଗୁଡୁମ ଗ୍ରାମର କୁଲମଣି ବେହେରା ଓରଫ କୁଳ(୩୦), ନୀଳମଣି ବେହେରା। କାନିଙ୍କ ଠାରୁ ୩୦ ଗ୍ରାମ ଏବଂ ସ୍ବର୍ଣ୍ଣଲତାଙ୍କ ଠାରୁ ୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ୫ ଲକ୍ଷ ଟଙ୍କା ଏବଂ ସୁନାଅଳଙ୍କାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଏନଡିପିଏସ ଆକ୍ଟ ୨୧(ବି)/୨୯ରେ ମାମଲା (ନଂ.୫୨୧/୨୨) ରୁଜୁ ହୋଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସ୍‌ପି ଅଚ୍ୟୁତ ରାଉତ, ସଦର ଏସ୍‌ଡିପିଓ ଦିଲୀପ ଦାସ, ଥାନା ଅଧିକାରୀ ତାରିକ ଅହମ୍ମଦ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ଏନ୍‌ଡିପିଏସ୍‌ରେ ଗିରଫ ସଂଖ୍ୟା ୪୩
ଏସ୍‌ପିଙ୍କ ସୂଚନା ମୁତାବକ, ଖୋର୍ଦ୍ଧା ସହର ବ୍ରାଉନସୁଗାର ହବ୍‌ ପାଲଟିଛି। ବିଭିନ୍ନ ସ୍ଥାନରୁ ଏଠାକୁ ଆସିବା ପରେ ଚାରିଆଡେ ପଠାଯାଉଛି। ଗୁରୁଜଙ୍ଗ, ଠେଙ୍ଗାହାଟ, ସାମନ୍ତରାପୁର ଆଦି ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢିଚାଲିଛି। ଏହା ଉପରେ ଖୋର୍ଦ୍ଧା ପୋଲିସର ନଜର ରହିଛି। ଏଥିଲାଗି ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୨୫ଟି ଏନଡିପିଏସ୍‌ ଆକ୍ଟ କେଶ କରାଯାଇଛି। ସେଥିରୁ ୧୮ଟି ବ୍ରାଉନସୁଗାର ଏବଂ ୭ଟି ଗଞ୍ଜେଇ କେଶ। ଏଥିରେ ସମ୍ପୃକ୍ତି ନେଇ ୪୩ ଜଣଙ୍କୁ ଗିରଫ କରାଯାଇଛି। ସେଥିରୁ ୩୯ଜଣ ପୁରୁଷ ଓ ୪ଜଣ ମହିଳା ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧କେଜି ୩ ଶହ ଗ୍ରାମ ବ୍ରାଉନସୁଗାର ଏବଂ ୨୧୮କେଜି ଗଞ୍ଜେଇ ଜବତ କରାଯାଇଛି।
ସମ୍ପତ୍ତି ବାଜ୍ୟାପ୍ତି କରାଯିବ
ନିଶା କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଫାଇନାନ୍ସିଆଲ ଆସେସମେଣ୍ଟ (ସମ୍ପତ୍ତି ତାଲିକା) କରାଯିବ। ବେଆଇନ ଭାବେ ଗଚ୍ଛିତ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ସହ ସରକାରୀ ଜାଗାକୁ ବେଆଇନ ଭାବେ ଅକ୍ତିଆର କରି ସେଠାରେ ନିଶା କାରବାର ଚଳାଉଥିବା ପ୍ରମାଣ ମିଳିଲେ, ପ୍ରଶାସନର ସହଯୋଗରେ ଉଚ୍ଛେଦ କରାଯିବ। ନିକଟରେ ୩ ଅଭିଯୁକ୍ତଙ୍କ ସରକାରୀ ଜାଗାରେ ନିଶା କାରବାର ଚଳାଇଥିବା ପ୍ରମାଣ ହସ୍ତଗତ ପରେ ସେମାନଙ୍କ ଜାଗା ଉଚ୍ଛେଦ କରାଯାଇଛି।
ଜେଲ ଫେରନ୍ତାଙ୍କ ଉପରେ ନଜର
ଖୋର୍ଦ୍ଧା ସହରରେ ନିଶା କାରବାରରେ ଲିପ୍ତ ଥାଇ ଜେଲରେ ଥିବା ଅଭିଯୁକ୍ତଙ୍କ ଲିଙ୍କ, ଜେଲ ଫେରନ୍ତାଙ୍କ ଉପରେ ନଜର ରଖାଯାଉଛି। ସେମାନେ କେଉଁଠିକି ଯାଉଛନ୍ତି, କାହା ସହିତ ଡିଲ କରୁଛନ୍ତି, ସେମାନଙ୍କ ସମସ୍ତ କାର୍ଯ୍ୟ ଉପରେ ପୋଲିସର ନଜର ରହିଛି।
ସାମିଲ ଥିଲା ୧୧ ଜଣିଆ ଟିମ୍‌
ଏସ୍‌ଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ଆଦର୍ଶ ଥାନାଧିକାରୀ ତାରିକ୍‌ ଅହମ୍ମଦ, ଅତିରିକ୍ତ ଆଇଆଇସି ଚନ୍ଦ୍ରଶେଖର ଜେନା, ଏସ୍‌ଆଇ ସୁକାନ୍ତ ଦଳାଇ, ସସ୍ମିତା ବେହେରା, ଏଏସଆଇ ପି.କେ ପ୍ରଧାନ, କନଷ୍ଟେବଳ ପ୍ରଦୀପ ହରିଚନ୍ଦନ, ଏ.ଏମ୍‌. ମାସି ଖାନ, ଅନିତା ତରାଇ, ସୁଧାକର ପାଟ୍ଟଶାଣି ଏବଂ ଏସ୍‌.ହାନ୍ତଲାଙ୍କୁ ନେଇ ଗଠିତ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?