୪ ଭଉଣୀଭାଇଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୧୦: ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ସହର। କୋଲକାତା, ବାଲେଶ୍ୱର, ଜଳେଶ୍ୱର ଆଦି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାକୁ ଆସୁଛି। ଏଠାରୁ ପଡ଼ୋଶୀ ଜିଲା ସହିତ ବିଭିନ୍ନ ଗ୍ରାମାଞ୍ଚଳକୁ ପଠାଯାଉଛି। ଏସ୍‌ଟିଏଫ୍‌, ପୋଲିସ ଏବଂ ଅବକାରୀ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ବ୍ରାଉନସୁଗାର କାରବାର ଥମୁନି। ଖୋର୍ଦ୍ଧା ସହରକୁ ନିଶାମୁକ୍ତ ଲାଗି ଖୋର୍ଦ୍ଧା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ହ୍ବାଇଟ ସ୍ପାଇଡରକୁ ମିଳିଛି ସଫଳତା। ଶୁକ୍ରବାର ଠେଙ୍ଗାହାଟ ଛକରେ ଚଢ଼ାଉ କରି ୫୦ ଗ୍ରାମ ବ୍ରାଉନସୁଗାର, ୫୧୧.୬୭୦ ଗ୍ରାମ ସୁନା, ୮୩୦ଗ୍ରାମ ରୁପା, ୧୩ଲକ୍ଷ ୬୮ହଜାର ଟଙ୍କା ଜବତ କରିଥିବା ବେଳେ ଏକ ପରିବାରର ୪ ଭଉଣୀଭାଇଙ୍କ ସମେତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାମନ୍ତରାପୁର ଠେଙ୍ଗାହାଟର କାନି ବେହେରା(୩୮), ସ୍ବର୍ଣ୍ଣଲତା ବେହେରା(୪୦), ଦମୟନ୍ତୀ ନାୟକ (୪୦), ଭାଲିଆବଡିର ବିରେନ୍ଦ୍ର ବେହେରା ଓରଫ ନନ୍ଦୁ(୨୭), ଏବଂ ସଦର ଥାନା ଗୁଡୁମ ଗ୍ରାମର କୁଲମଣି ବେହେରା ଓରଫ କୁଳ(୩୦), ନୀଳମଣି ବେହେରା। କାନିଙ୍କ ଠାରୁ ୩୦ ଗ୍ରାମ ଏବଂ ସ୍ବର୍ଣ୍ଣଲତାଙ୍କ ଠାରୁ ୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ୫ ଲକ୍ଷ ଟଙ୍କା ଏବଂ ସୁନାଅଳଙ୍କାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଏନଡିପିଏସ ଆକ୍ଟ ୨୧(ବି)/୨୯ରେ ମାମଲା (ନଂ.୫୨୧/୨୨) ରୁଜୁ ହୋଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସ୍‌ପି ଅଚ୍ୟୁତ ରାଉତ, ସଦର ଏସ୍‌ଡିପିଓ ଦିଲୀପ ଦାସ, ଥାନା ଅଧିକାରୀ ତାରିକ ଅହମ୍ମଦ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ଏନ୍‌ଡିପିଏସ୍‌ରେ ଗିରଫ ସଂଖ୍ୟା ୪୩
ଏସ୍‌ପିଙ୍କ ସୂଚନା ମୁତାବକ, ଖୋର୍ଦ୍ଧା ସହର ବ୍ରାଉନସୁଗାର ହବ୍‌ ପାଲଟିଛି। ବିଭିନ୍ନ ସ୍ଥାନରୁ ଏଠାକୁ ଆସିବା ପରେ ଚାରିଆଡେ ପଠାଯାଉଛି। ଗୁରୁଜଙ୍ଗ, ଠେଙ୍ଗାହାଟ, ସାମନ୍ତରାପୁର ଆଦି ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢିଚାଲିଛି। ଏହା ଉପରେ ଖୋର୍ଦ୍ଧା ପୋଲିସର ନଜର ରହିଛି। ଏଥିଲାଗି ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୨୫ଟି ଏନଡିପିଏସ୍‌ ଆକ୍ଟ କେଶ କରାଯାଇଛି। ସେଥିରୁ ୧୮ଟି ବ୍ରାଉନସୁଗାର ଏବଂ ୭ଟି ଗଞ୍ଜେଇ କେଶ। ଏଥିରେ ସମ୍ପୃକ୍ତି ନେଇ ୪୩ ଜଣଙ୍କୁ ଗିରଫ କରାଯାଇଛି। ସେଥିରୁ ୩୯ଜଣ ପୁରୁଷ ଓ ୪ଜଣ ମହିଳା ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧କେଜି ୩ ଶହ ଗ୍ରାମ ବ୍ରାଉନସୁଗାର ଏବଂ ୨୧୮କେଜି ଗଞ୍ଜେଇ ଜବତ କରାଯାଇଛି।
ସମ୍ପତ୍ତି ବାଜ୍ୟାପ୍ତି କରାଯିବ
ନିଶା କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଫାଇନାନ୍ସିଆଲ ଆସେସମେଣ୍ଟ (ସମ୍ପତ୍ତି ତାଲିକା) କରାଯିବ। ବେଆଇନ ଭାବେ ଗଚ୍ଛିତ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ସହ ସରକାରୀ ଜାଗାକୁ ବେଆଇନ ଭାବେ ଅକ୍ତିଆର କରି ସେଠାରେ ନିଶା କାରବାର ଚଳାଉଥିବା ପ୍ରମାଣ ମିଳିଲେ, ପ୍ରଶାସନର ସହଯୋଗରେ ଉଚ୍ଛେଦ କରାଯିବ। ନିକଟରେ ୩ ଅଭିଯୁକ୍ତଙ୍କ ସରକାରୀ ଜାଗାରେ ନିଶା କାରବାର ଚଳାଇଥିବା ପ୍ରମାଣ ହସ୍ତଗତ ପରେ ସେମାନଙ୍କ ଜାଗା ଉଚ୍ଛେଦ କରାଯାଇଛି।
ଜେଲ ଫେରନ୍ତାଙ୍କ ଉପରେ ନଜର
ଖୋର୍ଦ୍ଧା ସହରରେ ନିଶା କାରବାରରେ ଲିପ୍ତ ଥାଇ ଜେଲରେ ଥିବା ଅଭିଯୁକ୍ତଙ୍କ ଲିଙ୍କ, ଜେଲ ଫେରନ୍ତାଙ୍କ ଉପରେ ନଜର ରଖାଯାଉଛି। ସେମାନେ କେଉଁଠିକି ଯାଉଛନ୍ତି, କାହା ସହିତ ଡିଲ କରୁଛନ୍ତି, ସେମାନଙ୍କ ସମସ୍ତ କାର୍ଯ୍ୟ ଉପରେ ପୋଲିସର ନଜର ରହିଛି।
ସାମିଲ ଥିଲା ୧୧ ଜଣିଆ ଟିମ୍‌
ଏସ୍‌ଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ଆଦର୍ଶ ଥାନାଧିକାରୀ ତାରିକ୍‌ ଅହମ୍ମଦ, ଅତିରିକ୍ତ ଆଇଆଇସି ଚନ୍ଦ୍ରଶେଖର ଜେନା, ଏସ୍‌ଆଇ ସୁକାନ୍ତ ଦଳାଇ, ସସ୍ମିତା ବେହେରା, ଏଏସଆଇ ପି.କେ ପ୍ରଧାନ, କନଷ୍ଟେବଳ ପ୍ରଦୀପ ହରିଚନ୍ଦନ, ଏ.ଏମ୍‌. ମାସି ଖାନ, ଅନିତା ତରାଇ, ସୁଧାକର ପାଟ୍ଟଶାଣି ଏବଂ ଏସ୍‌.ହାନ୍ତଲାଙ୍କୁ ନେଇ ଗଠିତ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri