Posted inଜାତୀୟ

ଭାରତ ସୀମାରେ ଉପଲବ୍ଧ ହେବ ୫-ଜି ଜ୍ଞାନକୌଶଳ, ଚାଇନା-ପାକିସ୍ତାନକୁ ମିଳିବ କଡ଼ା ଜବାବ…

ନୂଆଦିଲ୍ଲୀ, ୨୭।୭ : ଭାରତ ବର୍ତ୍ତମାନ ଚାଇନା ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି। ୫-ଜି ଟେକ୍ନୋଲୋଜିର ସ୍ପେକ୍ଟ୍ରମ ନିଲାମ ସହିତ ଭାରତ ମଧ୍ୟ ସୀମା ଅଞ୍ଚଳର, ପାର୍ବତ୍ୟ ଅଞ୍ଚଳରେ ୧୮୦୦୦ ଫୁଟ ଉଚ୍ଚରେ, ୫-ଜି ଟେକ୍ନୋଲୋଜି ନିୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଚାଇନା ସହିତ ବର୍ତ୍ତମାନ ଭାରତ ୫-ଜି ଦ୍ୱାରା ମୁକାବିଲା କରିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫-ଜିର ଉତ୍ତମ ପ୍ରତିକ୍ରିୟା ବିଷୟରେ କହିଥିଲେ। ଏଥି ସହିତ ହାଇ ସ୍ପିଡ ନେଟୱାର୍କକୁ ପାର୍ବତ୍ୟ, ଅପହଞ୍ଚ ଅଞ୍ଚଳ ସହିତ ସୀମାରେ ଉପଲବ୍ଧ କରାଯିବ ବୋଲି ସେ ହକିଥିଲେ। ଯାହା ଦ୍ୱାରା ଭାରତୀୟ ସୀମା ଅଧିକ ସୁରକ୍ଷିତ ହୋଇପାରିବ ଏବଂ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳି ପାରିବ।

ଭାରତୀୟ ସେନା ପକ୍ଷରୁ ରିକ୍ୱେଷ୍ଟ ଫର୍‌ ଇନଫରମଶେନ (ଆରଏଫଆଇ) ଜାରି କରିଛି। ଯାହାଫଳରେ ମୋବାଇଲ ଯୋଗାଯୋଗ କମ୍ପାନୀଗୁଡିକ ସେଠାରେ ହାଇ ସ୍ପିଡ ନେଟୱାର୍କ ସହିତ ଏକ ମୋବାଇଲ ସିଷ୍ଟମ ସେଟ ଅପ କରିପାରିବେ। ଆରଏଫଆଇ ମାଧ୍ୟମରେ ଭାରତୀୟ ଯବାନମାନେ ଯୋଗାଯୋଗର ଏକ ଉତ୍ତମ ମାଧ୍ୟମ ପାଇପାରିବେ, ଯେଉଁମାନେ ପାହାଡ ଉପରେ ଏବଂ ୧୮,୦୦୦ଫୁଟ ଉଚ୍ଚରେ ମୁତୟନ ଅଛନ୍ତି। ସେମାନଙ୍କୁ ଉନ୍ନତ ନେଟୱାର୍କ ସହିତ ଯୋଡ଼ା ଯାଇପାରିବ। ଏକ ନେଟୱାର୍କ ଯାହା ଅଭେଦ୍ୟ ହେବ ଏବଂ ସୁରକ୍ଷିତ ଭଏସ ମେସେଜରୁ ତଥ୍ୟକୁ ଅଧିକ ସୁରକ୍ଷିତ କରିବ। କେନ୍ଦ୍ର ମନ୍ତ୍ରୀ ନ୍ୟୁଜ୍‌ ନେଶନର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ୫-ଜି ସୁବିଧା ଉପଲବ୍ଧ ହେବ ଏବଂ ଅଗଷ୍ଟ ୧୫ ପୂର୍ବରୁ ସମସ୍ତ ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ।

ସୂଚନାଯୋଗ୍ୟ, ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ନିକଟରେ ଅନେକ ସ୍ଥାନରେ ୫-ଜି ନେଟୱାର୍କ ପ୍ରତିଷ୍ଠା କରିଛି। ଲଦାଖରେ ଭାରତୀୟ ଏବଂ ଚାଇନ ବାହିନୀ ମଧ୍ୟରେ ବିବାଦ ପରେ ଚାଇନା ପକ୍ଷରୁ ୨୦୨୦ରେ ଏହି କାର୍ଯ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୨୭।୨: ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ରବିବାର ହ୍ୟାକ ହୋଇଛି। ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାକର୍‌ ‘ସରି’ ଲେଖିଛନ୍ତି। ଏହା...

କୋଭିଡ ଭୟରେ ୧୦ ବର୍ଷର ପୁଅ ସହ ୩ ବର୍ଷ ହେଲା ଘରେ ବନ୍ଦ ଥିଲେ ମହିଳା, ସ୍ୱାମୀଙ୍କୁ ବି ଆସିବାକୁ ଦେଉ ନ ଥିଲେ ଅନୁମତି

ଗୁରୁଗ୍ରାମ,୨୩ ।୨: ଗୁରୁଗ୍ରାମ ଥାନା ସେକ୍ଟର-୨୯ରେ ମାରୁତି ବିହାର ସୋସାଇଟିରେ ଜଣେ ମହିଳା କରୋନା ସଂକ୍ରମଣ ଭୟରେ ଗତ ୩ ବର୍ଷ ହେବ ନିଜକୁ ଓ...

ବିଧାନସଭା ଉପନିର୍ବାଚନ ଫଳାଫଳ: ଭାଜପା ୨, କଂଗ୍ରେସ ୧ ସିଟ୍‌ରେ ଆଗୁଆ

ନୂଆଦିଲ୍ଲୀ,୨୭।୯:ଦେଶର ୪ଟି ରାଜ୍ୟର ୪ଟି ବିଧାସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟିଂ ଗଣତି ଆରମ୍ଭ ହୋଇଯାଇଛି। ଦୁଇଟି ଆସନରେ ଭାଜପା ଆଗରେ ଥିବାବେଳେ ଗୋଟିଏ...

ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ...

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ...

ହାଇଦ୍ରାବାଦ ଗଣାବଳାତ୍କାର ମାମଲା: ଗିରଫ ହେଲେ ରାଜନେତାଙ୍କ ପୁଅ ସମେତ ୫ଅଭିଯୁକ୍ତ

ହାଇଦ୍ରାବାଦ,୪।୬: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର ଭିତରେ ଗଣବଳାତ୍କାର ମାମଲାରେ ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁହାଯାଇଛି,...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲାର ନିୟନ୍ତ୍ରଣ ରେଖାଠାରେ ଥିବା ସୁନ୍ଦରବାଣୀ ସେକ୍ଟରର ଭାରତୀୟ ଫରଓ୍ବାର୍ଡ...

ଜାତିଗତ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ଦଳର ୧୧ ନେତା ଚର୍ଚ୍ଚାରେ ନୀତୀଶ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ଦଳର ୧୧ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ସାଉଥ୍ ବ୍ଲକରେ ଥିବା ମୋଦିଙ୍କ...

Advertisement
Archives

Model This Week