Posted inଜାତୀୟ

ଭାରତ ସୀମାରେ ଉପଲବ୍ଧ ହେବ ୫-ଜି ଜ୍ଞାନକୌଶଳ, ଚାଇନା-ପାକିସ୍ତାନକୁ ମିଳିବ କଡ଼ା ଜବାବ…

ନୂଆଦିଲ୍ଲୀ, ୨୭।୭ : ଭାରତ ବର୍ତ୍ତମାନ ଚାଇନା ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି। ୫-ଜି ଟେକ୍ନୋଲୋଜିର ସ୍ପେକ୍ଟ୍ରମ ନିଲାମ ସହିତ ଭାରତ ମଧ୍ୟ ସୀମା ଅଞ୍ଚଳର, ପାର୍ବତ୍ୟ ଅଞ୍ଚଳରେ ୧୮୦୦୦ ଫୁଟ ଉଚ୍ଚରେ, ୫-ଜି ଟେକ୍ନୋଲୋଜି ନିୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଚାଇନା ସହିତ ବର୍ତ୍ତମାନ ଭାରତ ୫-ଜି ଦ୍ୱାରା ମୁକାବିଲା କରିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫-ଜିର ଉତ୍ତମ ପ୍ରତିକ୍ରିୟା ବିଷୟରେ କହିଥିଲେ। ଏଥି ସହିତ ହାଇ ସ୍ପିଡ ନେଟୱାର୍କକୁ ପାର୍ବତ୍ୟ, ଅପହଞ୍ଚ ଅଞ୍ଚଳ ସହିତ ସୀମାରେ ଉପଲବ୍ଧ କରାଯିବ ବୋଲି ସେ ହକିଥିଲେ। ଯାହା ଦ୍ୱାରା ଭାରତୀୟ ସୀମା ଅଧିକ ସୁରକ୍ଷିତ ହୋଇପାରିବ ଏବଂ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳି ପାରିବ।

ଭାରତୀୟ ସେନା ପକ୍ଷରୁ ରିକ୍ୱେଷ୍ଟ ଫର୍‌ ଇନଫରମଶେନ (ଆରଏଫଆଇ) ଜାରି କରିଛି। ଯାହାଫଳରେ ମୋବାଇଲ ଯୋଗାଯୋଗ କମ୍ପାନୀଗୁଡିକ ସେଠାରେ ହାଇ ସ୍ପିଡ ନେଟୱାର୍କ ସହିତ ଏକ ମୋବାଇଲ ସିଷ୍ଟମ ସେଟ ଅପ କରିପାରିବେ। ଆରଏଫଆଇ ମାଧ୍ୟମରେ ଭାରତୀୟ ଯବାନମାନେ ଯୋଗାଯୋଗର ଏକ ଉତ୍ତମ ମାଧ୍ୟମ ପାଇପାରିବେ, ଯେଉଁମାନେ ପାହାଡ ଉପରେ ଏବଂ ୧୮,୦୦୦ଫୁଟ ଉଚ୍ଚରେ ମୁତୟନ ଅଛନ୍ତି। ସେମାନଙ୍କୁ ଉନ୍ନତ ନେଟୱାର୍କ ସହିତ ଯୋଡ଼ା ଯାଇପାରିବ। ଏକ ନେଟୱାର୍କ ଯାହା ଅଭେଦ୍ୟ ହେବ ଏବଂ ସୁରକ୍ଷିତ ଭଏସ ମେସେଜରୁ ତଥ୍ୟକୁ ଅଧିକ ସୁରକ୍ଷିତ କରିବ। କେନ୍ଦ୍ର ମନ୍ତ୍ରୀ ନ୍ୟୁଜ୍‌ ନେଶନର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ୫-ଜି ସୁବିଧା ଉପଲବ୍ଧ ହେବ ଏବଂ ଅଗଷ୍ଟ ୧୫ ପୂର୍ବରୁ ସମସ୍ତ ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ।

ସୂଚନାଯୋଗ୍ୟ, ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ନିକଟରେ ଅନେକ ସ୍ଥାନରେ ୫-ଜି ନେଟୱାର୍କ ପ୍ରତିଷ୍ଠା କରିଛି। ଲଦାଖରେ ଭାରତୀୟ ଏବଂ ଚାଇନ ବାହିନୀ ମଧ୍ୟରେ ବିବାଦ ପରେ ଚାଇନା ପକ୍ଷରୁ ୨୦୨୦ରେ ଏହି କାର୍ଯ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?