ସଡ଼କ ପାଇଁ ୭ ଦଶନ୍ଧିର ସଂଘର୍ଷ

ପରଜଙ୍ଗ, ୨୭।୭(ଡି.ଏନ୍‌.ଏ.) – ବନ ବିଭାଗର କଟକଣା ଓ କଡ଼ା ନିୟମ ଆଗରେ ଆଣ୍ଠେଇ ପଡ଼ିଛି ବିକାଶ। ଜଟିଳ ଆଇନଗତ ପ୍ରକ୍ରିୟା ପାଇଁ ଦୀର୍ଘ ୬୯ବର୍ଷ ହେଲା ଗଁାକୁ ନିର୍ମାଣ ହୋଇପାରୁନି ସାମାନ୍ୟ ସଡ଼କଟିଏ। ଏଥିପାଇଁ ପ୍ରତିବାଦ କି ଆନ୍ଦୋଳନ ହୋଇନି ତାହା ନୁହେଁ। ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ୟା ସମ୍ପର୍କରେ ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଗୁହାରି ମଧ୍ୟ କରିଛନ୍ତି। ହେଲେ ସବୁଥର କେବଳ ପ୍ରତିଶ୍ରୁତିରେ ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଧୈର୍ଯ୍ୟର ସବୁ ସୀମା ଟପିଯିବା ପରେ ଦୀର୍ଘ ୭ ଦଶନ୍ଧି ହେଲା ସାଧାରଣ ଏକ ରାସ୍ତା ପାଇଁ ସଂଘର୍ଷ ଚଳାଇଥିବା ବାଘମୁଣ୍ଡା ଗ୍ରାମବାସୀ ଶେଷରେ ବନ ବିଭାଗ ଉପରେ ଝାଡ଼ିଛନ୍ତି ରୋଷ। ମଙ୍ଗଳବାର ଶତାଧିକ ମହିଳାପୁରୁଷ ଏକାଠି ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ଦାବି ଦୋହରାଇଛନ୍ତି ସେମାନେ।
ହାତଗଣତି ଆଦିବାସୀ ପରିବାରକୁ ନେଇ ୧୯୫୭ରେ ଗଠିତ ହୋଇଥିଲା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଟୁରିଆ ପଞ୍ଚାୟତର ବାଘମୁଣ୍ଡା ଗଁା। ଏବେ ପରିବାର ସଂଖ୍ୟା ବଢ଼ି ୧୦୦ରେ ପହଞ୍ଚତ୍ଛି। ଗ୍ରାମ ପ୍ରତିଷ୍ଠା ହେବାର ୬୯ ବର୍ଷ ଅତିକ୍ରାନ୍ତ ହୋଇଯାଇଥିବାବେଳେ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଆଜି ବି ପାଦଚଲା ରାସ୍ତାରେ ଲୋକେ ଯାତାୟାତ କରୁଥିବାବେଳେ ଜରୁରୀ ସମୟରେ ପହଞ୍ଚତ୍ ପାରୁନାହିଁ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି। ଖରା, ଶୀତଦିନେ ଯେନତେନ ପ୍ରକାରେ ଚଳି ଯାଉଥିବାବେଳେ ବର୍ଷା ହେଲେ ସୃଷ୍ଟି ହେଉଛି ସଙ୍ଗିନ ସ୍ଥିତି। ଲୋକମାନେ ବିଚ୍ଛିନ୍ନାଞ୍ଚଳର କଷ୍ଟ ଭୋଗୁଛନ୍ତି। ପିଲାମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ମରଣଯନ୍ତା ପାଲଟିଥିବା ରାସ୍ତାରେ ପଡ଼ି ଅନେକେ ଖଣ୍ଡିଆ ଖାବରା ହେଉଛନ୍ତି। ଉକ୍ତ ରାସ୍ତା ବନ ବିଭାଗ ଅଧୀନରେ ଆସୁଥିବାରୁ ଜିଲା ପ୍ରଶାସନ ହସ୍ତକ୍ଷେପ କରିପାରୁନାହିଁ। ଅନ୍ୟପଟେ ଅନୁଦାନ ଅଭାବ କହି ବନ ବିଭାଗ ଦିନ ଗଡ଼ାଇ ଚାଲିଥିବାରୁ ସମସ୍ୟା ସୀମା ଟପିଲାଣି। ଏହାର ପ୍ରତିବାଦରେ ମଙ୍ଗଳବାର ବାଘମୁଣ୍ଡା ଗ୍ରାମବାସୀ ମୁକ୍ତାପଶି ବନ ବିଭାଗର ପାଟ୍ରୋଲିଂ ଗାଡ଼ିକୁ ଅଟକ ରଖିଥିଲେ। ଏଥିସହ ବାଘମୁଣ୍ଡା-ଶୁଣ୍ଢିକାଟେଣୀ ରାସ୍ତା ଅବରୋଧ କରିଥିଲେ ଶତାଧିକ ମହିଳାପୁରୁଷ। ଗ୍ରାମକୁ ସବୁଦିନିଆ ପକ୍କା ସଡ଼କ ନ ହେଲେ ପରିସ୍ଥିତି ଭୟାବହ ହେବ। ଏଥିପାଇଁ ବନ ବିଭାଗ, ଜିଲା ପ୍ରଶାସନ ଏବଂ ଜନପ୍ରତିନିଧି ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସୂଚନା ପାଇ ମୁକ୍ତାପଶି ଫରେଷ୍ଟର ପ୍ରଦୀପ କୁମାର ଭଞ୍ଜ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ବର୍ତ୍ତମାନ ସମୟରେ ରାସ୍ତାରେ ଯେପରି ଯାତାୟାତ କରିହେବ ତାହାକୁ ନଜରରେ ରଖି ମୋରମ ବିଛାଯିବ। ବର୍ଷାଦିନ ପରେ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ପଦକ୍ଷେପ ନିଆଯିବ। ଲୋକଙ୍କ ସମସ୍ୟାକୁ ବନ ବିଭାଗ ଗୁରୁତ୍ୱର ସହ ନେଇଛି। ଏ ସଂକ୍ରାନ୍ତର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ବୋଲି ଫରେଷ୍ଟର କହିଥିଲେ। ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ବନ ବିଭାଗ ଗାଡ଼ିକୁ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀର ରାଘବ ଦାସ ମଠ ଉଚ୍ଛେଦ ମାମଲା: ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୭ା୯: ପୁରୀ ଶ୍ରୀମନ୍ଦିରର ୭୫ମିଟର ଭିତରେ ଥିବା ମଠ ଏବଂ ଅନ୍ୟାନ୍ୟ ନିର୍ମାଣ ଗୃହଗୁଡିକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଉଛି। ତେବେ ୭୫ମିଟର ବାହାରେ ଥିବା...

ଛାତ୍ରୀ ନିବାସର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଜୟପୁର,୧୨।୨(ଡି.ଏନ୍‌.ଏ.) – ଜୟପୁର ବ୍ଲକ ବାମୁଣିପୁଟରେ ମଙ୍ଗଳ ବିଭାଗର ବିଦ୍ୟାଳୟ ଓ ଜୁନିୟର କଲେଜ ରହିଛି। କିନ୍ତୁ ଏହି ବିଦ୍ୟାଳୟର ଜୁନିୟର ମହାବିଦ୍ୟାଳୟ ପାଇଁ ନିର୍ମାଣ...

ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଗୋଷ୍ଠୀସଂଘର୍ଷ

ଭଞ୍ଜନଗର,୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଭେଜିପୁଟରେ ପଞ୍ଚୁଦଣ୍ଡ ଯାତ୍ରା ହେଉଥିବା ବେଳେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ପୁରୀ ଅଫିସ,୫।୫: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ...

ସ୍ବାସ୍ଥ୍ୟସେବା ନାଁରେ ଶୋଷଣ

ନୟାଗଡ଼ ଅଫିସ,୧୬।୫: ନୟାଗଡ଼ ଜିଲା ସଦର ମହକୁମାରେ ଘରୋଇ କ୍ଲିନିକ୍‌ କର୍ମକର୍ତ୍ତାଙ୍କ ମନମାନି ଉପରେ ଲଗାମ ଦେବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି । ଭଲ...

ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ଜୁନାଗଡ଼,୩ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼- ସାନଫୁର୍ଲା ରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ଉଭୟ ଗ୍ରାମବାସୀ ଯାତାୟାତ ସମୟରେ ନାହିଁ...

ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ...

ଭଣ୍ଡାରିମାଲରେ ଡବଲ ମର୍ଡର ଘଟଣା: ଗାଁରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ, ୪ ଅଟକ

ସମ୍ବଲପୁର/ପଡ଼ିଆବାହାଲ,୨୪ା୯ (ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଧୀନ ଭଣ୍ଡାରିମାଲ ଗାଁରେ ସୋମବାର ରାତିରେ ଡବଲ ମର୍ଡର ଘଟିଛି। କେତେଜଣ ବ୍ୟକ୍ତି ୨ ଭାଇଙ୍କୁ ଗୋଡ଼ାଇ...

Advertisement
Archives

Model This Week