Posted inUncategorized

ଜିଆର୍‌ଏସ୍‌ଙ୍କ ୫୯ ପ୍ଲଟ୍‌

ଭୁବନେଶ୍ୱର,୨୬।୪(ବ୍ୟୁରୋ):ଚାକିରି ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌), ଦରମା ପାଉଛନ୍ତି ମାତ୍ର ୮ ହଜାର ୫୦୦ ଟଙ୍କା। ହେଲେ ସେ ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କଟକ ଓ ଭୁବନେଶ୍ୱରର ୫୯ ସ୍ଥାନରେ ପ୍ଲଟ୍‌ ରହିଥିବାବେଳେ ୩ରୁ ଊର୍ଦ୍ଧ୍ୱ ସ୍ଥାନରେ ବହୁତଳ ପ୍ରାସାଦ ସମେତ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ଚାକିରି ଛୋଟ ହେଲେ ବି ସରକାରୀ କ୍ଷମତା ଥିଲେ ଜଣେ କିପରି କୋଟିପତି ହୋଇପାରିବ ତାହା କରି ଦେଖାଇଛନ୍ତି ଭୁବନେଶ୍ୱର ଇଞ୍ଜଣ ଗ୍ରାମପଞ୍ଚାୟତ (ପୂର୍ବର କଳାରାହାଙ୍ଗ ପଞ୍ଚାୟତ)ର ଜିଆର୍‌ଏସ୍‌ ବାବୁଲି ଚରଣ ପଢ଼ିହାରୀ। ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ସୋମବାର ତାଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏଥିମଧ୍ୟରେ ଭୁବନେଶ୍ୱର ରଘୁନାଥପୁରସ୍ଥିତ ପ୍ଲଟ ନଂ.୧୪୬/୩୭୩୬ରେ ଥିବା ଗୋଟିଏ ତିନି ମହଲା ଓ ଅନ୍ୟଟି ଦୁଇ ମହଲା କୋଠା, ପ୍ଲଟ ନଂ. ୪୧୯ରେ ଥିବା ଗୋଟିଏ ଘର, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ନଂ.୧୦୨, ରଘୁନାଥପୁରସ୍ଥିତ ପୈତୃକ ଘର ଓ କଳାରାହାଙ୍ଗସ୍ଥିତ ତାଙ୍କ କାର୍ଯ୍ୟାଳୟ ରହିଛି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, କଟକ ବେଲଗଛିଆରେ ଗୋଟିଏ ଓ ଭୁବନେଶ୍ୱରରେ ୫୮ ପ୍ଲଟ୍‌ ଠାବ ହୋଇଛି। ଭୁବନେଶ୍ୱର ରଘୁନାଥପୁର ମାଉସୀ ମା’ ମନ୍ଦିର ନିକଟରେ ୧.୨୪ କୋଟିର ଗୋଟିଏ ୩ ମହଲା କୋଠା, ଦାଢ଼ାରେ ପ୍ଲଟ୍‌ ନଂ.୪୧୯ରେ ୩୨ଲକ୍ଷର ପ୍ଲଟ ସମେତ ଏକ ଘର, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ୧୪ ଲକ୍ଷର ଗୋଟିଏ ଫ୍ଲାଟ୍‌, ରଘୁନାଥପୁରରେ ୧୪.୧୮ ଲକ୍ଷର ଏକ ଘର ରହିଛି। ଭିଜିଲାନ୍ସର ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ପକ୍ଷରୁ ଏସବୁର ପ୍ରକୃତ ମୂଲ୍ୟ ହିସାବ କରାଯାଉଛି। ସେହିପରି ତାଙ୍କ ଘରୁ ୪.୯୮ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଯାନ, ଗୋଟିଏ ବାଇକ, ୮ ଲକ୍ଷ ୮୫ହଜାର ଟଙ୍କାର ବ୍ୟାଙ୍କ ଜମା, ସୁନା ଓ ରୁପା ଗହଣା, ଘରୋଇ ଆସବାବପତ୍ର, ନଗଦ ଟଙ୍କା ମିଳିଛି। ଜଣେ ଜିଆର୍‌ଏସ୍‌ଙ୍କ ଏତେ ପରିମାଣର ସମ୍ପତ୍ତି ଠୁଳ କରିବା ସମସ୍ତଙ୍କୁ ଚକିତ କରିଛି।
ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ବାବୁଲି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଏସବୁ ବହୁ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ବାବୁଲି ୧୪ ବର୍ଷରେ ଏସବୁ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ୨୦୦୮ ମାର୍ଚ୍ଚ ୧ରେ ଜିଆର୍‌ଏସ୍‌ ଭାବେ ଯୋଗ ଦେଇଥିଲେ। ପଞ୍ଚାୟତରେ ସେ ବହୁ କାର୍ଯ୍ୟରେ ଦୁର୍ନୀତି କରି ଏସବୁ ସମ୍ପତ୍ତି ଅର୍ଜନ କରିଥିବା ଭିଜିଲାନ୍ସ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଏନେଇ ଭିଜିଲାନ୍ସ ତାଙ୍କୁ ଅଧିକ ପଚରାଉଚୁରା କରୁଛି। ଚଢ଼ାଉ ଜାରି ରହିଥିବାରୁ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇପାରେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୩ଜଣ ଡିଏସ୍‌ପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri