Posted inଜାତୀୟ

କାର୍ଯ୍ୟକ୍ଷେତ୍ରରେ ୫୮% ସ୍ବାସ୍ଥ୍ୟକର୍ମୀ ଅସୁରକ୍ଷିତ

ନୂଆଦିଲ୍ଲୀ, ୨୧ା୧୦: ଦେଶର ମେଡିକାଲ କଲେଜଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ଅଧାରୁ ଅଧିକ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଅସୁରକ୍ଷିତ ମଣୁଥିବା ନେଇ ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ନୂଆଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ(ଭିଏମ୍‌ଏମ୍‌ସି) ଆଣ୍ଡ ସଫଦରଜଙ୍ଗ ହସ୍ପିଟାଲ ଏବଂ ଏମ୍‌ସ ନୂଆଦିଲ୍ଲୀ ପକ୍ଷରୁ ମିଳିତ ଭାବେ ଉକ୍ତ ଅଧ୍ୟୟନ କରାଯାଇଛି। ‘ଏପିଡେମିଓଲୋଜି ଇଣ୍ଟରନ୍ୟାଶନାଲ’ ଜର୍ନାଲରେ ରବିବାର ପ୍ରକାଶିତ ‘ଓ୍ବର୍କପ୍ଲେସ୍‌ ସେଫ୍ଟି ଆଣ୍ଡ୍‌ ସିକ୍ୟୁରିଟି ଇନ୍‌ ଇଣ୍ଡିଆନ୍‌ ହେଲ୍‌ଥ କେୟାର ସେଟିଙ୍ଗସ୍‌: ଏ କ୍ରସ୍‌ ସେକ୍ସିଓନାଲ ସର୍ଭେ’ ଶୀର୍ଷକ ଏହି ଅଧ୍ୟୟନ ଭାରତୀୟ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକର ମୌଳିକ ସୁରକ୍ଷା ଭିତ୍ତିଭୂମିରେ ଥିବା ତ୍ରୁଟି ବିଚ୍ୟୁତିକୁ ଦର୍ଶାଇଛି। ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାରେ ଉନ୍ନତି ଆଣିବା ଜରୁରୀ ବୋଲି ଏଥିରେ କୁହାଯାଇଛି।
ଏହି ଅଧ୍ୟୟନରେ ଦେଶର ବିଭିନ୍ନ ମେଡିକାଲ ପ୍ରତିଷ୍ଠାନର ୧,୫୬୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କର୍ମକ୍ଷେତ୍ରରେ ନିରାପତ୍ତା ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚରାଯାଇ ସର୍ଭେ କରାଯାଇଛି। ସର୍ଭେରେ ୮୬୯(୫୫.୫%) ମହିଳା ଚିକିତ୍ସା କର୍ମୀ ଓ ୬୯୭ (୪୪.୫%)ପୁରୁଷ ଚିକିତ୍ସା କର୍ମୀ ସାମିଲ ହୋଇଥିଲେ। ମତାମତ ଦେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରାୟ ୭୧% ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ଥିବା ନେଇ ସର୍ଭେ କରିଥିବା ବରିଷ୍ଠ ଡାକ୍ତର ଯୁଗଳ କିଶୋର ସୂଚନା ଦେଇଛନ୍ତି।
ସର୍ଭେରେ ପ୍ରାୟ ୫୮.୨% ସ୍ବାସ୍ଥ୍ୟକର୍ମୀ ନିଜ ନିଜ କାର୍ଯ୍ୟସ୍ଥଳକୁ ଅସୁରକ୍ଷିତ ବୋଲି କହିଛନ୍ତି। ସେହିପରି ୭୮.୪% ସ୍ବାସ୍ଥ୍ୟକର୍ମୀ ଡ୍ୟୁଟିରେ ଥିବାବେଳେ ଧମକ ମିଳୁଥିବା ନେଇ ଜଣାଇଛନ୍ତି ବୋଲି ଡାକ୍ତର କିଶୋର କହିଛନ୍ତି। ଏକାଥରକେ ଲମ୍ବା ଅବଧିର ଡ୍ୟୁଟି କିମ୍ବା ରାତି ଡ୍ୟୁଟିରେ ନିୟୋଜିତ ପ୍ରାୟ ଅଧା ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ନିଜର ସ୍ବତନ୍ତ୍ର କୋଠରି ନ ଥିବା ଏହି ଅଧ୍ୟୟନ କହିଛି। ସେହିପରି ଡ୍ୟୁଟିରୁମକୁ ନିୟମିତ ଭାବେ ସଫା କରିବା, ସେଠାରେ କୀଟନାଶକ ନିୟନ୍ତ୍ରଣ, ଭେଣ୍ଟିଲେଶନ, ଏୟାର କଣ୍ଡିଶନର ଆଦି ସୁବିଧା ଅତ୍ୟନ୍ତ ଖରାପ ହୋଇଥିବା ନେଇ ଡାକ୍ତରମାନେ କହିଛନ୍ତି। ପ୍ରାୟ ୭୦% ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ସେମାନଙ୍କ କାର୍ଯ୍ୟସ୍ଥଳରେ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନାହାନ୍ତି। ସେହିପରି ୬୨% ସ୍ବାସ୍ଥ୍ୟକର୍ମୀ ଜରୁରିକାଳୀନ ଆଲାର୍ମ ସିଷ୍ଟମ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୯୦%ରୁ ଅଧିକ ହସ୍ପିଟାଲକୁ ପ୍ରବେଶ କରୁଥିବା ଲୋକଙ୍କର ଉପଯୁକ୍ତ ଢଙ୍ଗରେ ଯାଞ୍ଚ ହେଉନାହିଁ। ତେଣୁ
ଅସ୍ତ୍ରଶସ୍ତ୍ର କିମ୍ବା ବିପଜ୍ଜନକ ସାମଗ୍ରୀକୁ ସାଙ୍ଗରେ ଧରି ଅସାମାଜିକ ଲୋକେ ହସ୍ପିଟାଲ ମଧ୍ୟକୁ ଅବାଧରେ ପ୍ରବେଶ କରିବାର ଆଶଙ୍କା ରହିଛି।
ସେହିପରି ଘରୋଇ ମେଡିକାଲ ଅନୁଷ୍ଠାନ ଅପେକ୍ଷା ସରକାରୀ ମେଡିକାଲ ଅନୁଷ୍ଠାନଗୁଡ଼ିକରେ ସୁରକ୍ଷା ସମ୍ବନ୍ଧିତ ତ୍ରୁଟିକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ରହିଛି। ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ୬୩%ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଅସୁରକ୍ଷିତ ମଣୁଥିବା ଉକ୍ତ ଅଧ୍ୟୟନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?