Posted inଜାତୀୟ

୪୦ ଜୀବନ ଯିବାପରେ ୫୬୮ ଜଣ ଗିରଫ, ମଦମୃତ୍ୟୁର ହିସାବ ୧୬ ନଭେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ…

ପାଟନା,୯।୧୧: ବିହାରର ଗୋପାଳଗଞ୍ଜ, ବେତିୟା ଏବଂ ସମସ୍ତିପୁରରେ ବିଷାକ୍ତ ମଦ ପିଇବା ପରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ଏବେ ପୋଲିସ କ୍ରମାଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି। ନଭେମ୍ବର ୧୬ ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଦ ନିଷେଧାଦେଶର ଉପରେ ଏକ ସମୀକ୍ଷା ବୈଠକ ଡକାଇଛନ୍ତି। ବୈଠକରେ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହିତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ସେ ପ୍ରତ୍ୟେକ ଜିଲାର ମଦ ନିଷେଧାଦେଶର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପୂର୍ବରୁ ବିହାର ପୋଲିସ ମଦ ବ୍ୟବସାୟୀଙ୍କୁ ଖୋଜାଖୋଜି ଗିରଫ କରୁଛି। ବେଆଇନ ମଦ ଚୁଲିଗୁଡିକ ଭାଙ୍ଗି ଦିଆଯାଉଛି। ପ୍ରତ୍ୟେକ ଜିଲାର ମଦ ନିଷେଧାଦେଶର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୋଲିସ ଟିମ ପକ୍ଷରୁ ଇତି ମଧ୍ୟରେ ୭୪୯ ଚଢ଼ାଉ କରାଯାଇ ୫୬୮ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ ସମୟରେ ୧୫,୨୪୬ଲିଟର ବିଦେଶୀ ମଦ, ୩,୪୩୫ ଲିଟର ଦେଶୀ ମଦ, ୪୯୭ ଲିଟର ମହୁଆ ମଦ ଏବଂ ୫୦୦ ଲିଟର ସ୍ପିରିଟ୍‌ ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ୩୪୭ ମାମଲା ରୁଜୁ କରାଯାଇଛି। ମଦ କାରବାରରେ ନିୟୋଜିତ ୭୧ ଟି ଗାଡି ଜବତ ହୋଇଛି।

ଏହି ସମୟରେ ଆଠ ଲକ୍ଷରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ପୋଲିସର କାର୍ଯ୍ୟରେ ମୁଜାଫରପୁର ଜିଲ୍ଲାରୁ ସର୍ବାଧିକ ୧୬ ହଜାର ଲିଟର ମଦ ଜବତ ହୋଇଛି। ଗୋପାଳଗଞ୍ଜ ଜିଲାରେ ସର୍ବାଧିକ ଚଢ଼ାଉ କରାଯାଇଛି। ୩୭୬ ଚଢ଼ାଉରେ ୧୬୪ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୧୭୦୦ ଲିଟରରୁ ଅଧିକ ମଦ ଜବତ କରାଯାଇଛି।

ବେତିଆରେ ୧୭୭ ଚଢ଼ାଉରେ ପ୍ରାୟ ୮୫୦ ଲିଟର ଏବଂ ସମସ୍ତିପୁରରେ ୩୨ ଚଢ଼ାଉରେ ୪୧୦ ଲିଟର ଦେଶୀ ମଦ ଏବଂ ୪୬୫ ଲିଟର ସ୍ପିରିଟ୍‌ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?