ରଣାଙ୍ଗନ ଛାଡ଼ିଲେ ୫୨ କର୍ପୋରେଟର ପ୍ରାର୍ଥୀ

ଭୁବନେଶ୍ୱର, ୧୫।୩ (ବ୍ୟୁରୋ): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସୋମବାର ଶେଷ ହୋଇଛି। ଶେଷ ଦିନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ୪୪ଜଣ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ପ୍ରଥମ ଦିନରେ ୮ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ଏହାକୁ ମିଶାଇ ମୋଟ ୫୨ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରୁ ଓହରି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଜେଡିରୁ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇବା ଓ ଦମନ ପାଇଁ ଦଳ ପକ୍ଷରୁ କଳବଳ କୌଶଳ ଆପଣାଯାଇଥିଲା। ଶେଷରେ ସେଥିରେ ସଫଳତା ମିଳିଥିବା କୁହାଯାଉଥିଲେ ମଧ୍ୟ ଅଳ୍ପ କେତେକ ସ୍ଥାନରେ ବିଦ୍ରୋହୀ ରହିଥିବା ସୂଚନା ମିଳିଛି। ଚଳିତ ନିର୍ବାଚନରେ ୬୭ ଓ୍ବାର୍ଡ ପାଇଁ ମୋଟ ୩୪୩ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଥିଲା। ବାକି ୩୪୨ଜଣଙ୍କ ମଧ୍ୟରୁ ଏବେ ୫୨ଜଣ ଓହରିଯାଇଥିବାରୁ ଆଉ ୨୯୦ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ୧୨ ମେୟର ପ୍ରାର୍ଥୀଙ୍କ ମଧ୍ୟରୁ କେହି ନାମାଙ୍କନପତ୍ର ପ୍ରତ୍ୟାହାର କରି ନ ଥିବା ଜଣାପଡିଛି।
ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରକାରୀଙ୍କ ମଧ୍ୟରେ ରହିଛନ୍ତି, ଓ୍ବାର୍ଡ ନଂ.୩ରୁ ସସ୍ମିତା ସେଠୀ, ୫ରୁ ବିଜୟଲକ୍ଷ୍ମୀ ରାଉତ, ୭ରୁ ସୁଶୀଲ କୁମାର ପଣ୍ଡା, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଈଶ୍ୱର ଚନ୍ଦ୍ର ସ୍ବାଇଁ ଓ ସ୍ବର୍ଣ୍ଣପ୍ରଭା ରାୟ, ୧୦ରୁ ସ୍ବାଗତିକା ରାଉତ, ଦିଲୀପ କୁମାର ନାୟକ, ୧୧ରୁ ସ୍ମରଣିକା ମହାନ୍ତି ଓ ରଶ୍ମୀତା ମହାନ୍ତି, ୧୨ରୁ ସସ୍ମିତା ସେଠୀ, ୧୩ରୁ ଶ୍ରଦ୍ଧାଞ୍ଜଳି ମଲ୍ଲିକ, ରଞ୍ଜିତା ସେଠୀ ଓ ତପସ୍ବିନୀ ଦାସ, ୧୪ରୁ ମିନିରାଣୀ ସିଂ, ସନ୍ଧ୍ୟାରାଣୀ ମଲ୍ଲିକ ଓ ରେବତୀ ସ, ୧୬ରୁ ଚୌଧୁରୀ ବିକାଶ ଦାସ, ଅକ୍ଷୟ କୁମାର ବେହେରା ଓ ପ୍ରଶାନ୍ତ କୁମାର ସ୍ବାଇଁ ୧୭ରୁ ଦିପ୍ତୀରେଖା ପାଇକରାୟ, ସୁସ୍ମିତା ଦାସ ଓ ବିଜୟିନୀ ବେହେରା, ୧୮ରୁ ଧିରେନ୍ଦ୍ର କୁମାର ବେହେରା, ୧୯ରୁ ପୁନମ୍‌ ପରିଡ଼ା ଓ ଜ୍ୟୋତ୍ସ୍ନାରାଣୀ ରାଉତରାୟ, ୨୦ରୁ ଗଦାଧର ପ୍ରଧାନ ଓ ପ୍ରସନ୍ନ କୁମାର ସାହୁ, ୨୨ରୁ ଦ୍ରୌପଦୀ ମଣିସିଂ, ୨୫ରୁ ଅକ୍ଷୟ କୁମାର ବାରିକ, ୨୭ରୁ ବସନ୍ତ କୁମାର ପ୍ରଧାନ ଓ ଅକ୍ଷୟ କୁମାର ମହାନ୍ତି, ୨୯ରୁ ଶେଖ୍‌ ନିଜାମ ଉଦ୍ଦିନ୍‌, ୩୦ରୁ ନିହାର ରଞ୍ଜନ ପତି, ୩୬ରୁ ଦେବାଶିଷ ସିଟ୍‌, ୩୮ରୁ ପ୍ରଣତି ମିଶ୍ର ଓ ରାଜଶ୍ରୀ ମହାନ୍ତି, ୩୯ରୁ ପ୍ରତିଭା ସାମନ୍ତରାୟ, ୪୧ରୁ ମମତା ସାହୁ ଓ ଗାୟତ୍ରୀ ପଣ୍ଡା, ୪୫ରୁ ପ୍ରଶାନ୍ତ କୁମାର ନାୟକ, ୪୮ରୁ ଜ୍ୟୋତିର୍ମୟୀ ସାହୁ ଓ ସ୍ମିତାରାଣୀ ମହାନ୍ତି, ୫୨ରୁ ଚିନ୍ମୟ କୁମାର ମାଝୀ, ୫୩ରୁ ବନଶ୍ରୀ ଦାସ, ୫୯ରୁ ଲିଙ୍ଗରାଜ ମହାନ୍ତି, ୬୩ରୁ ଲକ୍ଷ୍ମୀପ୍ରିୟା ମହାନ୍ତି, ୬୫ରୁ ଦିପ୍ତୀମୟୀ ପାଟଶାଣୀ, ସସ୍ମିତା ପାତ୍ର ଓ କିଶୋରୀ ମୋହନ ପଟ୍ଟାନାୟକ ଏବଂ ୬୭ରୁ ଗୀତାରାଣୀ ରଥ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?