ସିଙ୍ଗିଲ ଓ୍ବିଣ୍ଡୋରେ ୫୧୧ କୋଟିର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ୫୧୧.୧୯ କୋଟି ବ୍ୟୟରେ ୭ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ୬୪୦୨ରୁ ଅଧିକ କର୍ମନିଯୁକ୍ତିି ସୃଷ୍ଟି ହେବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ଉପରେ ମୋହର ବାଜିଛି।
୨୩ ଦିନ ତଳେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ୧୮୭୨.୧୧ କୋଟି ଟଙ୍କାର ୮ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ, ଯେଉଁଥିରେ ୩୪୬୨ କର୍ମନିଯୁକ୍ତି ସମ୍ଭାବନା ରହିଛି। ୨୩ ଦିନରେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ମୋଟ୍‌ ୨୩୮୩.୩୦ କୋଟି ଟଙ୍କା ପ୍ରକଳ୍ପକୁ ଅନୁମୋଦନ ଦେଇଥିବାବେଳେ ୯୮୬୩ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ବୈଠକରେ ମଞ୍ଜୁରୀ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ବୟନ, ପୋଷାକ, କାଗଜ ଉପତ୍ାଦ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଇସ୍ପାତ ଡାଉନ୍‌ଷ୍ଟ୍ରିମ୍‌ ଏବଂ ଆଇରନ୍‌ ଓର୍‌ ବେନିଫିକେଶନ କ୍ଷେତ୍ରରୁ ଆସିଥିବା ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲା ଚନ୍ଦକାଠାରେ ୫୧ କୋଟି ଟଙ୍କା ବିନିଯୋଗରେ ଅମ୍ବାଟ୍ଟୁର ଫ୍ୟାଶନ୍ସ ଏକ ମହିଳା ଓ ପୁରୁଷ ପୋଷାକ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିରେ ୪୭୦୦ରୁ ଅଧିକ ନିଯୁକ୍ତି ପାଇବେ। ସେହିପରି ଖୋର୍ଦ୍ଧା ଜିଲା ଛତାବର ଶିଳ୍ପାଞ୍ଚଳରେ ୫୨.୬୨ କୋଟି ନିବେଶ କରି ୱାଇଲ୍‌ଡ୍‌ ଲୋଟସ୍‌ ଫ୍ୟାଶନ୍ସ ପକ୍ଷରୁ ଏକ ପୋଷାକ ବିନିର୍ମାଣ ୟୁନିଟ୍‌ ସ୍ଥାପନ କରାଯିବ। ଏହାଦ୍ୱାରା ୫୬୦ ନିଯୁକ୍ତି ସୁଯୋଗ ପାଇପାରିବେ। ଏହାବାଦ୍‌ ବାଲେଶ୍ୱର ଜିଲାରେ ୧୨୦ କୋଟି ଟଙ୍କା ବିନିଯୋଗକରି ଦୈନିକ ୩୦୦ ଟନ୍‌ କ୍ଷମତା ବିଶିଷ୍ଟ ଏକ ନୂଆ କ୍ରାଫ୍ଟ ପେପର ୟୁନିଟ୍‌ ସ୍ଥାପନ କରିବ ପାୟୋନିର ପ୍ୟାକେଜିଂ ପ୍ରା.ଲିଃ.ର ସହାୟକ କମ୍ପାନୀ ବନ୍‌ସୀ ଲକ୍ଷ୍ମୀ ପ୍ରା.ଲିଃ, ଯେଉଁଥିରେ ୭୫୦ରୁ ଅଧିକ ନିଯୁକ୍ତି ପାଇବେ। ସେହିଭଳି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଲ୍‌) ୫୨.୨୮ କୋଟି ଟଙ୍କା ନିବେଶରେ ବୌଦ୍ଧ ଜିଲାରେ ଏକ ୧୦ ମେଗାୱାଟ୍‌ର ସୋଲାର ପାୱାର ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବ। ଏଥିରେ ୬୫ରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ଏହାବ୍ୟତୀତ ୬୩.୩୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଜିଲାରେ ପ୍ରାଚୀ ରିସର୍ଟ ଏକ ୪ ତାରକା ବିଶିଷ୍ଟ ହୋଟେଲ ନିର୍ମାଣ କରିବ, ଏଥିରେ ୮୫ରୁ ଅଧିକ ନିଯୁକ୍ତି ପାଇବେ। ଅନ୍ୟପକ୍ଷରେ ସମ୍ବଲପୁର ଜିଲାରେ ୫୧.୯୯ କୋଟି ନିବେଶରେ ସ୍ୟାଗ୍‌ମା ଟ୍ୟୁବ୍‌ସ ଆଣ୍ଡ ପାଇପ୍ସ ପକ୍ଷରୁ ଏକ ୫ ଲକ୍ଷ ଏମ୍‌ଟିର ଟ୍ୟୁବ୍‌ ଏବଂ ପାଇପ୍‌ ବିନିର୍ମାଣ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୬୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇପାରିବେ। ଏହାସହ କେନ୍ଦୁଝର ଜିଲା ବଡ଼ବିଲ୍‌ଠାରେ ପିଟିସିଏଲ୍‌ ଇନ୍‌ଫ୍ରା ତା’ର ଆଇରନ୍‌ ଓର୍‌ ବେନିଫିକେଶନ ପ୍ଲାଣ୍ଟ ୧.୫ ଏମ୍‌ଟିପିଏରୁ ୨.୫ ଏମ୍‌ଟିପିଏକୁ ସମ୍ପ୍ରସାରଣ କରିବ। ଏଥିରେ ୧୨୦ କୋଟି ଟଙ୍କା ବିନିଯୋଗ ହେବା ସହ ୧୮୨ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପର ନିର୍ମାଣ ଏବଂ କାର୍ଯ୍ୟକ୍ଷମ ଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ଇପିକଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ‘ସ୍କିଲ୍‌ଡ୍‌ ଇନ୍‌ ଓଡ଼ିଶା’ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri