ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ୫ ହଜାର

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): କେଉଁଠି ଦୁର୍ଘଟଣା ଘଟିଲେ ପୀଡ଼ିତଙ୍କୁ ଡାକ୍ତରଖାନାରେ ନେଇ ପହଞ୍ଚାଇବା ଲାଗି ବହୁ ବ୍ୟକ୍ତି ଇଚ୍ଛା କରୁନାହାନ୍ତି। କାଳେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ବାରମ୍ବାର ପୋଲିସ ଜେରାର ସମ୍ମୁଖୀନ ହେବାକୁ ପଡ଼ିବ ସେଥିଲାଗି ଅଧିକାଂଶ ଲୋକ ଏଥିରୁ ନିଜକୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି। ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତି ଅନେକସ୍ଥଳେ ବଞ୍ଚିବାର ଆଶା ଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ କିପରି ବଞ୍ଚାଇ ହେବ ସେଥିଲାଗି କେନ୍ଦ୍ର ସରକାର ଏକ ନୂଆ ବ୍ୟବସ୍ଥା କରିଛନ୍ତି। ଏଣିକି ଯେଉଁ ବ୍ୟକ୍ତିମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇବେ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ସବୁ ରାଜ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧିତ ଏକ ଚିଠି ଓଡ଼ିଶା ସରକାରଙ୍କୁ ମଧ୍ୟ ମିଳିଛି। ସେହି ଅନୁଯାୟୀ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ନିଜ ତରଫରୁ ରାଜ୍ୟବ୍ୟାପୀ ୨୫ ହଜାର ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରିବେ। ଏନେଇ ଏକ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଛି। ଖୁବ୍‌ଶୀଘ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ବୀକୃତି ପାଇବ ବୋଲି କୁହାଯାଉଛି।
ଦେଶବ୍ୟାପୀ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଇବା ସାଙ୍ଗକୁ ଦୁର୍ଘଟଣା ମଧ୍ୟ ବଢ଼ିଚାଲିଛି। ଏହି ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅନ୍ୟପଟେ ଓଡ଼ିଶାରେ ଦୁର୍ଘଟଣା ଜନିତ ମୃତ୍ୟୁ ପ୍ରତିଶତ ବଢୁଥିବା ଯୋଗୁ ସୁପ୍ରିମକୋର୍ଟ କମିଟି ମଧ୍ୟ ରାଜ୍ୟକୁ ବାରମ୍ବାର ଭର୍ତ୍ସନା କରିଛି। ତେଣୁ ଦୁର୍ଘଟଣାରୁ ଲୋକଙ୍କୁ ରକ୍ଷା କରିବା ଲାଗି ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏଣିକି ଯେଉଁ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନେଇ ହସ୍ପିଟାଲରେ ପହଞ୍ଚାଇବ ତାଙ୍କ ପରିଚୟ ଗୋପନ ରଖାଯିବ। କେବଳ ଡାକ୍ତରଖାନା କର୍ମଚାରୀ ତାଙ୍କ ପରିଚୟ ଏବଂ ଠିକଣା ଲେଖିକି ରଖିବେ। ଏହାପରେ ଉକ୍ତ ତଥ୍ୟକୁ ଡାକ୍ତରଖାନା ତରଫରୁ ପୋଲିସ ନିକଟକୁ ପଠାଇଦେବେ। ପୋଲିସ ସେହି ଲୋକଙ୍କ ତଥ୍ୟ ଜିଲାପାଳଙ୍କ ଅଫିସକୁ ପ୍ରଦାନ କରିବେ। ଜିଲା ସ୍ତରରେ ଜିଲାପାଳ, ଏସ୍‌ପି, ସିଡିଏମ୍‌ଓ ଏବଂ ଆର୍‌ଟିଓଙ୍କୁ ନେଇ ଏକ କମିଟି ଗଠନ ହେବ। ପ୍ରତି ମାସରେ ଏହି କମିଟିର ଥରେ ଲେଖା ବୈଠକ ବସିବ। କମିଟି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି ସମ୍ପର୍କରେ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବେ। ତାହା ପରିବହନ କମିଶନରଙ୍କ ନିକଟକୁ ପଠାଇବା ପରେ ଉକ୍ତ ପୁରସ୍କାର ରାଶି ସରକାରଙ୍କ ତରଫରୁ ସାହାଯ୍ୟକାରୀ ବ୍ୟକ୍ତିଙ୍କ ନିକଟକୁ ଆସିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବହନ ସଚିବଙ୍କ ପାଖକୁ ଚିଠି ଆସିବା ପରେ ଏହାର ନକଲ ପ୍ରସ୍ତୁତ କରି ଜିଲାପାଳମାନଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି।
ସେହିପରି ରାଜ୍ୟ ସରକାର ଦୁର୍ଘଟଣା ମୁହଁରୁ ଲୋକଙ୍କ ଜୀବନ ରକ୍ଷା ଲାଗି ଆଉ ଏକ ପଦକ୍ଷେପ ସ୍ବରୂପ ୨୫ ହଜାର ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କ ଜରିଆରେ ଏହି ସ୍ବେଚ୍ଛାସେବୀମାନଙ୍କୁ ଚିହ୍ନଟ କରାଯିବ। ପ୍ରାୟତଃ ସ୍ଥାନୀୟ ଢାବା ମାଲିକ କିମ୍ବା କର୍ମଚାରୀ, ଦୋକାନୀ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ସ୍ବେଚ୍ଛାସେବୀ ଚିହ୍ନଟ ହେବେ। ଏହାଦ୍ୱାରା ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତୁରନ୍ତ ପୀଡ଼ିତଙ୍କୁ ସାଙ୍ଗରେ ନେଇ ହସ୍ପିଟାଲରେ ପହଞ୍ଚାଇବାଠାରୁ ପ୍ରାଥମିକ ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସେମାନେ ତୁଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?