ଭିତରକନିକା ଜାତୀୟ ଉଦ୍ୟାନକୁ ୫୦ବର୍ଷ

ରାଜନଗର, ୨୬ା୮(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ସୌନ୍ଦର୍ଯ୍ୟର ଅନନ୍ୟ ଗୌରବ ଗାଥା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନ ଏବେ ୫୦ ବର୍ଷରେ ପାଦ ଥାପିଛି। ଏହି ସୁଦୀର୍ଘ ସମୟ ଭିତରେ ଭିତରକନିକା ଜାତୀୟ ଉଦ୍ୟାନ ବିଭିନ୍ନ କ୍ଷେତ୍ରରେ ଅଜସ୍ର ସ୍ମୃତି ସାଉଁଟି ସାରିଛି। ଜାତୀୟ ଉଦ୍ୟାନର ଅସଂଖ୍ୟ ଘଟଣାବଳୀ ମଧ୍ୟ ଭିତରକନିକା ଛାତି ଭିତରେ ଅଲିଭା ସବୁଜ ହସ୍ତାକ୍ଷର ଲେଖା ସରିଛି। ୧୯୭୫ ମସିହା କଥା, ଆମେରିକାର ୱାଶିଂଟନ ଡିସି ସହରରେ ବିଶ୍ୱସ୍ତରୀୟ ବନ୍ୟପ୍ରାଣୀ କର୍ମଶାଳାରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ବଂଶ ହ୍ରାସ ପାଇଁ ଉଦ୍‌ବେଗ ପ୍ରକାଶ ପାଇବା ସହ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍‌.ଆର୍‌.ବଷ୍ଟାର୍ଡଙ୍କୁ ଏହାର କାରଣ ସମ୍ପର୍କରେ ଜାଣିବାକୁ ଦାୟିତ୍ୱ ଦିଆଗଲା। ସେ ଭିତରକନିକା ଘଞ୍ଚ ଅରଣ୍ୟରେ ପାଦ ରଖି ବିଶ୍ୱର ସର୍ବପ୍ରଥମ ବଉଳା କୁମ୍ଭୀରର କୃତ୍ରିମ ପ୍ରଜନନ କେନ୍ଦ୍ର ସ୍ଥାପନ କରିଥିଲେ। ସେହିବର୍ଷ ଜୁଲାଇରେ ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ସଙ୍ଗମ ସ୍ଥଳରେ ଥିବା ଭିତରକନିକାର କାଳିଭଞ୍ଜଡିଆ ଦ୍ୱୀପରୁ ଗୋଟିଏ କୁମ୍ଭୀର ବସାରୁ ୪୮ଟି ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ହେନ୍ତାଳ ଓ ଖରଖରି ପତ୍ର ସଂଗ୍ରହ କରି କୁମ୍ଭୀର ବସା ନିର୍ମାଣ କରି ସେଥିରେ ସେହି ଅଣ୍ଡାଗୁଡିକ ରଖିଥିଲେ। ୬୦ଦିନ ପରେ ସେହି ଅଣ୍ଡାଗୁଡିକରୁ ୨୪ଟି ଛୁଆ ଜନ୍ମ ନେଇଥିଲେ। ସେଥିମଧ୍ୟରୁ ଶଙ୍ଖ ଭଳି ଧଳା ଦେଖାଯାଉଥିବା ଶାବକ କୁମ୍ଭୀରର ସ୍ବତନ୍ତ୍ର ଭାବେ ଯତ୍ନ ନେଇଥିଲେ। ପରବର୍ତ୍ତୀ ସମୟରେ ତା’ର ରୂପ ଲାବଣ୍ୟକୁ ଦେଖି ତା’ର ନାମ ଗୋରୀ ଦିଆଯାଇଥିଲା। ସେହି ଗୋରୀ ମା’ କୁମ୍ଭୀରଟି ଆରମ୍ଭରୁ ଆବଦ୍ଧ ପୁଷ୍କରିଣୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଛି। ଏବେ ଗୋରୀ ଯୌବନର ଅପରାହ୍ନରେ ପାଦ ଦେଇଥିଲେ ବି ମା’ହେବାର ସୌଭାଗ୍ୟ ତା’ ଭାଗ୍ୟ ଆକାଶରେ ଜୁଟିନି। ଦେଶ ବିଦେଶରୁ ଆସୁଥିବା ଆଗନ୍ତୁକ ପର୍ଯ୍ୟଟକ ହୁଅନ୍ତୁ ବା ପ୍ରାଣୀ ବୈଜ୍ଞାନିକ, ଗବେଷକ ସଭିଁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି ନିରିମାଖୀ ଗୋରୀ। ଗୋରୀକୁ ଆବିଷ୍କାର କରି ସାରା ଜଗତରେ କୁମ୍ଭୀର ମଣିଷ ଭାବେ ପରିଚିତ ଡ. ଏଚ୍‌. ଆର. ବଷ୍ଟାର୍ଡ ଏବେ ୯୦ ବର୍ଷରେ ପାଦ ଦେଇଥିବା ବେଳେ ୨୦୧୯ ମସିହାରେ ଭିତରକନିକା ଗସ୍ତରେ ଆସି ଗୋରୀ ସହିତ କୁମ୍ଭୀର ପ୍ରଜନନ କେନ୍ଦ୍ର ପରିଦର୍ଶନ କରି ଆନନ୍ଦିତ ହୋଇଥିଲେ।

କୁମ୍ଭୀର-ମଣିଷ ଲଢ଼େଇର କେବେ ହେବ ଅନ୍ତ

ସମୟର ବିବର୍ତ୍ତମାନରେ ଏବେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୮୧୧ ହୋଇ ସାରିଲାଣି। ସୀମିତ ଜଳରାଶିରେ ସେମାନଙ୍କ ବାସସ୍ଥାନ ସଙ୍କୁଚିତ ହୋଇଯିବାରୁ ସେମାନେ ଅନେକ ସମୟରେ ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ନଦୀଗୁଡିକରେ ପ୍ରବେଶ କରି ନଈକୂଳିଆ ଗଁାଗୁଡିକରେ ଆତଙ୍କ ସୃଷ୍ଟି କରୁଛନ୍ତି। ଗଭୀର ପାଣି ଭିତରେ ଆମତ୍ଗୋପନ କରି ନଦୀ ଉପରେ ନିର୍ଭର କରି ଆସୁଥିବା ଲୋକଙ୍କୁ ଝାମ୍ପି ନେଇ ଖାଉଛନ୍ତି। ଅନେକ ସମୟରେ କୁମ୍ଭୀର ଓ ମଣିଷ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥାଏ। କେଉଁଠି କୁମ୍ଭୀର ମଣିଷକୁ ଝାମ୍ପି ନେଇ ଯାଉଥିବା ବେଳେ ତ କେଉଁଠି ମଣିଷ କୁମ୍ଭୀର ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇ ପାରିଥାଏ। ତେବେ ମଣିଷ-କୁମ୍ଭୀର ଲଢେଇର ଶେଷ କେବେ ହେବ, ତାହା କିଏ କହିବ। ଏହାକୁ ନେଇ ଜାତୀୟ ସ୍ତରରେ ବିତର୍କ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?