ସରକାରୀ ସୁବିଧାରୁ ବଞ୍ଚିତ ୫୦ ବୁଣାକାର ପରିବାର : ଘରୋଇ କାମ କରି ଶୋଷଣର ଶିକାର

ଲୋଇସିଂହା,୩୦।୭(ସୁଶାନ୍ତ ବାରିକ):ଦୀର୍ଘ ୨ ଦଶନ୍ଧି ପରେ ପୁଣି ମଙ୍ଗାଶାଳକୁ ଫେରିଥିଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମର ଦଳିତ ବସ୍ତିର ବୁଣାକାର ପରିବାର। ବସ୍ତିର ୫୦ ପରିବାର ବିଭିନ୍ନ ପ୍ରକାର ଶାଢ଼ି, କପଡ଼ା ବୁଣାବୁଣି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏମାନଙ୍କ ମଧ୍ୟରେ କେତେଜଣ ଶିକ୍ଷିତ ବେକାର ଯୁବକ ମଧ୍ୟ ଅଛନ୍ତି। ହେଲେ କୌଣସି ସରକାରୀ ସୋସାଇଟି ଅଧୀନରେ ନ ଥିବାରୁ ସରକାର ଯୋଗାଉଥିବା ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଥିବା ଏହି ବୁଣାକାର ପରିବାରଗୁଡିକ ଅଭିଯୋଗ କରିଛନ୍ତି।
ଯୋଗୀସର୍ଡା ପଞ୍ଚାୟତ ଯୋଗୀସର୍ଡା ସଦର ଗାଁର ଦଳିତ ବସ୍ତିରେ ୬୦ ପରିବାର ବସବାସ କରୁଛନ୍ତି। ସେଥିମଧ୍ୟରୁ ୫୦ ପରିବାର ବୁଣାକାର। ବୁଣାକାରଙ୍କ କହିବା ଅନୁଯାୟୀ, ପ୍ରାୟ ୨୦୦୦ ମସିହା ଯାଏ ବସ୍ତିର ଲୋକେ ହସ୍ତତନ୍ତ ଶିଳ୍ପ କାମ କରୁଥିଲେ। ସେତେବେଳେ ସେମାନେ ଲୋଇସିଂହା ବ୍ଲକର ବାଦିବାହାଲ, ସୁବର୍ଣ୍ଣପୁର ଜିଲାର କୁମୁଣ୍ଡେ ସୋସାଇଟି ଅଧୀନରେ ରହି ଝରଣା ଶାଢ଼ି, ଧଡ଼ି ବନ୍ଧନ, ମାଛ ଧଡ଼ି କପଡା,ଝିଅଙ୍କ ପାଇଁ ଶାର୍ଟ ପିସ୍‌ କପଡା (ଦିଲ୍ଲୀ ପ୍ୟାଟନ୍‌), ସମ୍ବଲପୁରୀ ଗାମୁଛା, ଲୁଙ୍ଗି, ରଙ୍ଗୀନ ପରଦା, କୁଷ୍ଠୁବାହାର ଗଡ଼ିଆ ଆଦି କପଡା ବୁଣି ରୋଜଗାର କରୁଥିଲେ। କିନ୍ତୁ କୌଣସି କାରଣବଶତଃ ପ୍ରାୟ ୨ ଦଶନ୍ଧି ଧରି ସେମାନେ ହସ୍ତତନ୍ତ ଶିଳ୍ପ କାମରୁ ଦୂରେଇ ଯାଇଥିଲେ। ତେବେ ମହାମାରୀ କୋଭିଡ଼ ସମୟରେ କାମ ଧନ୍ଦା ନ ମିଳିବାରୁ ପୁଣି ପୂର୍ବରୁ ଜାଣିଥିବା କପଡା ବୁଣା କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ ସମୟରେ ଉକ୍ତ ବୁଣାକାର ପରିବାରଗୁଡିକ ଜିଲାର ସାଲେଭଟା, ଆଗଲପୁର , ପଡୋଶୀ ଜିଲାର ଡୁଙ୍ଗରିପାଲି ଓ ବରପାଲି ଆଦି ଅଞ୍ଚଳର ବ୍ୟବସାୟୀଙ୍କ ନିକଟରୁ ସୂତା ଆଣି ହସ୍ତତନ୍ତ ଶିଳ୍ପ କାମ କରୁଛନ୍ତି। ଶାଢି ମଧ୍ୟରେ ମାଛ ଧଡ଼ି , ସତ୍ୟଭାମା, ଥାନ, ପେପର ଡିଜାଇନ ଆଦି ବୁଣୁଛନ୍ତି ା ସେହିପରି ସମ୍ବଲପୁରୀ ଓଢଣି କାମ ମଧ୍ୟ କରୁଛନ୍ତି। ଶାଢି ଦର ଅନୁଯାୟୀ ବୁଣାକାରଙ୍କୁ ବ୍ୟବସାୟୀମାନେ ପ୍ରାପ୍ୟ ଦେଇଥାନ୍ତି ବୋଲି ସେମାନେ କହିଛନ୍ତି। ଅଧିକ ପରିଶ୍ରମ ସେମାନେ କରୁଥିବା ସ୍ଥଳେ ସେହି ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ମାତ୍ର ବ୍ୟବସାୟୀ ଅଧିକ ଲାଭାନ୍ବିତ ହେଉଛନ୍ତି। ବସିବା ଅପେକ୍ଷା କାଶିବା ନୀତିରେ ବାଧ୍ୟ ହୋଇ ସେମାନେ କାମ କରୁଥିବା ଉକ୍ତ ବସ୍ତିର ସର୍ଜନ ଦୀପ, ବ୍ରଜ ଭାଇନା, ଯୁଧିଷ୍ଠିର ବାଗ, ଗୋବିନ୍ଦ ଦୀପ, ଲିଙ୍ଗେଶ୍ୱର ଦୀପ, ଲୁକୁ ଦୀପ , ପରମେଶ୍ୱର ଦୀପ ପ୍ରମୁଖ କହିଛନ୍ତି। ଇତିମଧ୍ୟରେ ପୁଣି ୫ ବର୍ଷ ହେବ ଏହି ପରିବାରଗୁଡିକ ହସ୍ତତନ୍ତ ଶିଳ୍ପ କାମକୁ ଆପଣେଇଛନ୍ତି। ତେବେ ଅନେକ ସମୟରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ସେମାନଙ୍କ ହସ୍ତତନ ଶିଳ୍ପ କାମରେ ବାଧା ସୃଷ୍ଟି ହୋଇଥାଏ। ସରକାର ବୁଣାକାରଙ୍କ ପାଇଁ ଅନେକ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ହେଲେ ହସ୍ତତନ୍ତ ଶିଳ୍ପ ବିଭାଗ ସୋସାଇଟି ଅଧୀନରେ ନ ଥିବାରୁ ସେମାନେ ମଙ୍ଗା, ଇନଭେଟର ଓ ବିଭିନ୍ନ ଉପକାରର ଆଦି ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ କରିଛନ୍ତି। ବର୍ଷକ ତଳେ ସୋସାଇଟି ଗଠନ ପାଇଁ ପାଟଣାଗଡସ୍ଥିତ ଜିଲା ହସ୍ତତନ୍ତ ଶିଳ୍ପ କେନ୍ଦ୍ରର ଦ୍ୱାରସ୍ଥ ହୋଇ ସୁଫଳ ପାଇ ପାରି ନ ଥିବାରୁ ବୁଣାକାର ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ବୁଣାକାର ପରିବାର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri