ନିମାପଡ଼ା,୬।୮(ବିଚିତ୍ରାନନ୍ଦ ସାହୁ)କୁଶଭଦ୍ରାନଦୀରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଇଥିବାବେଳେ ଧନୁଅଁା ନଦୀରେ ବନ୍ୟା ତାଣ୍ଡବ ରଚିଛି। ଧନୁଅଁାନଦୀରେ ନିମାପଡ଼ା ବ୍ଲକର ଧନୁଅଁା, ଅଲଣ୍ଡା, ଶଗଡ଼ା, ବଡ଼ମାଛପୁର, ଶାଇଁସଶାସନ, ବଡ଼ଶିରୁଳା, ବାମନାଳ, କାଟକୋସାଙ୍ଗ ଆଦି ୮ ପଞ୍ଚାୟତର ୫୦ ଗ୍ରାମ ପାଣିଘେରରେ ରହିଛି। ବନ୍ୟାଜଳ ପ୍ରବାହିତ ଯୋଗୁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ବନ୍ୟାପାଣିରେ ଚାଷଜମି ସବୁ ବୁଡ଼ିଯାଇଥିବାରୁ ଧାନ ପନିପରିବା ଚାଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଚାଷ ଓ ଫସଲ ହରାଇ ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧନୁଅଁା ବନ୍ୟାର ବିଭୀଷିକା ଯୋଗୁ ବ୍ଲକର ଚାଷ ଜମି, ପଡ଼ିଆ ଜମି, ଗୋଚରଭୂଇଁ ଆଦି ବନ୍ୟାପାଣିରେ ବୁଡ଼ି ଜଳାର୍ଣ୍ଣବ ହୋଇପଡ଼ିଛି। ଫଳରେ ଗୃହପାଳିତ ପଶୁ ବାହାରକୁ ବାହାରି ପାରୁ ନାହାନ୍ତି। ଧନୁଅଁା, ଅଲଣ୍ଡା, କୋଟକୋସାଙ୍ଗ, ବାମନାଳ ଆଦି ପଞ୍ଚାୟତରେ ବହୁ ଗ୍ରାମ୍ୟ ରାସ୍ତା ସମେତ ବହୁ ଗଁାଗଣ୍ଡା ରାସ୍ତା ବନ୍ୟାପାଣିରେ ବୁଡ଼ିଯିବାରୁ ସାଧାରଣ ଯାତାୟାତ ବହୁଳ ବାଧାପ୍ରାପ୍ତ ହୋଇଛି। ବିଡିଓ ବସନ୍ତ ମଲ୍ଲିକ ଶନିବାର ଧନୁଅଁା, ଅଲଣ୍ଡା, ବଡ଼ଶିରୁଳା, ଶଗଡ଼ା ଆଦି ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏହି ବନ୍ୟାରେ କୌଣସି ଧନଜୀବନ ହାନି ଘଟି ନ ଥିବାବେଳେ ଚାଷଜମି ଜଳମଗ୍ନ ହୋଇପଡ଼ିଥିବାରୁ ହଜାର ହଜାର ଚାଷୀ, ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବିଡିଓ ମଲ୍ଲିକ କହିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଇଂ. ବୈକୁଣ୍ଠନାଥ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାଶଙ୍କୁ ପଚାରିବାରେ, କୁଶଭଦ୍ରା ଓ ଧନୁଅଁା ନଦୀରେ ବନ୍ୟାଜଳ କମିବାରେ ଲାଗିଛି। ବିପଦର ଆଶଙ୍କା ନାହିଁ। ଲୋକେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ବନ୍ୟା ପରିସ୍ଥିତି ପ୍ରତି ଜଳସମ୍ପଦ ବିଭାଗ ସତର୍କ ଦୃଷ୍ଟି ରହିଛି ଓ ସଜାଗ ରହିଥିବା ଦଳେଇ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାଶ କହିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ସଦା ପ୍ରସ୍ତୁତ ରହିଛି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

