ପାଣି ଘେରରେ ୫୦ ଗ୍ରାମ

ନିମାପଡ଼ା,୬।୮(ବିଚିତ୍ରାନନ୍ଦ ସାହୁ)କୁଶଭଦ୍ରାନଦୀରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଇଥିବାବେଳେ ଧନୁଅଁା ନଦୀରେ ବନ୍ୟା ତାଣ୍ଡବ ରଚିଛି। ଧନୁଅଁାନଦୀରେ ନିମାପଡ଼ା ବ୍ଲକର ଧନୁଅଁା, ଅଲଣ୍ଡା, ଶଗଡ଼ା, ବଡ଼ମାଛପୁର, ଶାଇଁସଶାସନ, ବଡ଼ଶିରୁଳା, ବାମନାଳ, କାଟକୋସାଙ୍ଗ ଆଦି ୮ ପଞ୍ଚାୟତର ୫୦ ଗ୍ରାମ ପାଣିଘେରରେ ରହିଛି। ବନ୍ୟାଜଳ ପ୍ରବାହିତ ଯୋଗୁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ବନ୍ୟାପାଣିରେ ଚାଷଜମି ସବୁ ବୁଡ଼ିଯାଇଥିବାରୁ ଧାନ ପନିପରିବା ଚାଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଚାଷ ଓ ଫସଲ ହରାଇ ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧନୁଅଁା ବନ୍ୟାର ବିଭୀଷିକା ଯୋଗୁ ବ୍ଲକର ଚାଷ ଜମି, ପଡ଼ିଆ ଜମି, ଗୋଚରଭୂଇଁ ଆଦି ବନ୍ୟାପାଣିରେ ବୁଡ଼ି ଜଳାର୍ଣ୍ଣବ ହୋଇପଡ଼ିଛି। ଫଳରେ ଗୃହପାଳିତ ପଶୁ ବାହାରକୁ ବାହାରି ପାରୁ ନାହାନ୍ତି। ଧନୁଅଁା, ଅଲଣ୍ଡା, କୋଟକୋସାଙ୍ଗ, ବାମନାଳ ଆଦି ପଞ୍ଚାୟତରେ ବହୁ ଗ୍ରାମ୍ୟ ରାସ୍ତା ସମେତ ବହୁ ଗଁାଗଣ୍ଡା ରାସ୍ତା ବନ୍ୟାପାଣିରେ ବୁଡ଼ିଯିବାରୁ ସାଧାରଣ ଯାତାୟାତ ବହୁଳ ବାଧାପ୍ରାପ୍ତ ହୋଇଛି। ବିଡିଓ ବସନ୍ତ ମଲ୍ଲିକ ଶନିବାର ଧନୁଅଁା, ଅଲଣ୍ଡା, ବଡ଼ଶିରୁଳା, ଶଗଡ଼ା ଆଦି ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏହି ବନ୍ୟାରେ କୌଣସି ଧନଜୀବନ ହାନି ଘଟି ନ ଥିବାବେଳେ ଚାଷଜମି ଜଳମଗ୍ନ ହୋଇପଡ଼ିଥିବାରୁ ହଜାର ହଜାର ଚାଷୀ, ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବିଡିଓ ମଲ୍ଲିକ କହିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଇଂ. ବୈକୁଣ୍ଠନାଥ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାଶଙ୍କୁ ପଚାରିବାରେ, କୁଶଭଦ୍ରା ଓ ଧନୁଅଁା ନଦୀରେ ବନ୍ୟାଜଳ କମିବାରେ ଲାଗିଛି। ବିପଦର ଆଶଙ୍କା ନାହିଁ। ଲୋକେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ବନ୍ୟା ପରିସ୍ଥିତି ପ୍ରତି ଜଳସମ୍ପଦ ବିଭାଗ ସତର୍କ ଦୃଷ୍ଟି ରହିଛି ଓ ସଜାଗ ରହିଥିବା ଦଳେଇ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାଶ କହିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ସଦା ପ୍ରସ୍ତୁତ ରହିଛି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri