ବସ୍‌ରେ ଯାତ୍ରୀଙ୍କଠାରୁ ୫୦ ହଜାର ଚୋରି

ଭୁବନେଶ୍ୱର,୨୯।୩(ବ୍ୟୁରୋ): ମୋ ବସ୍‌ରେ ମଙ୍ଗଳବାର ଜଣେ ଯାତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଚୋରି ହୋଇଛି। ଚୋରିର ଶିକାର ହୋଇଛନ୍ତି କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ବଡ଼ପଦନପୁର ଗ୍ରାମର ରାଜକିଶୋର ଜେନା। ଏନେଇ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅନୁଯାୟୀ, କିଛିଦିନ ତଳେ ରାଜକିଶୋରଙ୍କ ଝିଅ ବାହାଘର ହୋଇଥିଲା। ବାହାଘର ପରେ ଝିଅକୁ ଦିଆଯିବାକୁ ଥିବା ଶାଢ଼ି ଭୁବନେଶ୍ୱରରୁ କିଣିବାକୁ ସେ ଯୋଜନା କରିଥିଲେ। ସେ ଶାଢ଼ି କିଣିବାକୁ ତାଙ୍କ ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କ ସହ ମଙ୍ଗଳବାର ଭୁବନେଶ୍ୱର ଆସୁଥିଲେ। ସେମାନେ ପୂର୍ବାହ୍ନରେ ବାଙ୍କୀରୁ ପଦ୍ମିନୀ ବସ୍‌ରେ ଆସିଥିଲେ। ପରେ କଟକ ତ୍ରିଶୁଳିଆ ଛକରୁ ଜଗତ୍‌ପୁରରୁ ବରମୁଣ୍ଡା ଆସୁଥିବା ୧୮ ନଂ. ମୋ ବସ୍‌ରେ ବସି ଭୁବନେଶ୍ୱର ଅଭିମୁଖେ ଆସିଥିଲେ। ଏହି ସମୟରେ ବସ୍‌ ଭିତରେ ପ୍ରବଳ ଭିଡ଼ ଥିଲା। ତେବେ ତ୍ରିଶୁଳିଆ ପରେ ପରେ ରାଜକିଶୋର ତାଙ୍କ ପକେଟ୍‌ରେ ରଖିଥିବା ୫୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ବସ୍‌ କର୍ମଚାରୀଙ୍କୁ ଜଣାଇଥିଲେ। ବସ୍‌କୁ ରାସ୍ତାରେ ଅଟକାଯାଇ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା। ହେଲେ ଟଙ୍କା ମିଳି ନ ଥିଲା। ପରେ ସେ ଚନ୍ଦ୍ରଶେଖରପୁରରେ ପହଞ୍ଚି ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ପୋଲିସ ସମ୍ପୃକ୍ତ ମୋ ବସ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରି ଚୋରଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି। ଚୋରି ଘଟଣା ବଢ଼ୁଛି। ମୋ ବସ୍‌ରେ ସିସିଟିଭି ରହିଥିଲେ ମଧ୍ୟ ଭିଡ଼ର ସୁଯୋଗ ନେଇ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଯାତ୍ରୀଙ୍କ ଟଙ୍କା, ମୋବାଇଲ ଆଦି ନେଇ ଫେରାର ହୋଇଯାଉଛନ୍ତି। କେତୋଟି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲେ ମଧ୍ୟ ଚୋରିକୁ ସମ୍ପୂର୍ଣ୍ଣ ରୂପେ ରୋକିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri