କାଉନ୍‌ସିଲର ପ୍ରାର୍ଥୀ ୫୦ ହଜାର, ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ୨ ଲକ୍ଷ ଖର୍ଚ୍ଚ ଅନୁମତି

ଭୁବନେଶ୍ୱର,୧।୩(ବ୍ୟୁରୋ): ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଏପ୍ରିଲ ୧୨ରେ ଶେଷ ହେବ। ଏହାପୂର୍ବରୁ ନିର୍ବାଚନ ପ୍ର୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନର ବିସ୍ତୃତ ଭାବେ ଅବଗତ କରାଇଛନ୍ତି। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ରେ ସମୁଦାୟ ୧୨ ୱାର୍ଡର ୧୬ ବୁଥ୍‌ ରହିଛି। ଏହାର ଭୋଟରଙ୍କ ସଂଖ୍ୟା ୧୩୫୨୦। ସେହିପରି ହିନ୍ଦୋଳ ଏନ୍‌ଏସିର ସମୁଦାୟ ୧୬ ୱାର୍ଡର ୧୬ ବୁଥ୍‌ ରହିଥିବା ବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮୭୭। ଉଭୟ ଏନ୍‌ଏସିର ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି । ଏଗୁଡ଼ିକର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇିଛି। ନିର୍ବାଚନ ପାଇଁ କାଉନ୍‌ସିଲର ଏବଂ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରାର୍ଥୀମାନେ ସେମାନଙ୍କ ଆପରାଧିକ ପୃଷ୍ଠଭୂମି, ସମ୍ପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସତ୍ୟପାଠ ଦାଖଲ କରିବେ। ଅସମ୍ପୂର୍ଣ୍ଣ ସତ୍ୟପାଠ କିମ୍ବା ସତ୍ୟପାଠ ଦାଖଲ ନ କରିବା ଦ୍ୱାରା ସମ୍ପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ କରାଯିବ। ଯଦି କେହି ମିଥ୍ୟା ସତ୍ୟପାଠ ଦାଖଲ କରିବା ଜଣାଯାଏ, ସେମାନଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାର୍ଥତ୍ପତ୍ର ମନୋନୟନ ପ୍ରମାଣପତ୍ର ସହିତ ଜାତିଗତ ପ୍ରମାଣପତ୍ର ଦାଖଲକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ପ୍ରାର୍ଥୀମାନେ ସଂରକ୍ଷିତ ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି,ସେମାନେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ମନୋନୟନପତ୍ର ସହ ଦାଖଲ କରିବେ, ନଚେତ୍‌ ସେମାନଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଯିବ। ନିର୍ବାଚନ ଫିସ୍‌ରେ ଛାଡ଼ ପାଇଁ ସେମାନେ ବିବେଚିତ ହେବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି। କାଉନ୍‌ସିଲର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷ ଟଙ୍କା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ସମୟରେ କାଉନ୍‌ସିଲର ପଦ ନିମନ୍ତେ ଜଣେ ପ୍ରାର୍ଥୀ (ତିନିଚକିଆ ଓ ଚାରିଚକିଆ ଯାନ) ମୋଟ୍‌ ୨ଟି ଯାନ ବ୍ୟବହାର କରିପାରିବେ। ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିଲେ ଜଣେ ପ୍ରାର୍ଥୀ(ଦୁଇଚକିଆ ଓ ଚାରିଚକିଆ ଯାନ) ସମୁଦାୟ ୪ଟି ଯାନ ବ୍ୟବହାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।
ଏହି ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଆୟୋଗର ଯୁଗ୍ମ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ,ଆଇନ ଅଧିକାରୀ ମାଧୁରୀ ମିଶ୍ର, ଭାଜପାର ଯତୀନ ମହାନ୍ତି ଓ ଜୟନ୍ତ କୁମାର ଜେନା, କଂଗ୍ରେସର ଶିବାନନ୍ଦ ରାୟ, ବିଜେଡିର ବିଧାୟକ ଅନନ୍ତ ନାରାୟଣ ଜେନା, ବିଏସ୍‌ପିର ରାଜ୍ୟ ସାଧାରଣ ସମ୍ପାଦକ ମଧୁସୂଦନ ଯାଦବ, ଏସ୍‌ପିର ସୁଦର୍ଶନ ପ୍ରଧାନ, ଏଏପିର ସୌମ୍ୟରଞ୍ଜନ ସ୍ବାଇଁ, କଳିଙ୍ଗ ସେନାର ମନୋଜ କୁମାର ନାୟକ, ସିପିଆର ଜୟନ୍ତ ଦାଶ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, କୃପା ପାର୍ଟିର ବିଶ୍ୱନାଥ ରାଉତ ଓ ମୋ ଦଳର ଅଶୋକ କୁମାର ମହନ୍ତି ପ୍ରମୁଖ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?