ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ ବିଦ୍ୟାର୍ଥୀ କରୋନା ପଜିଟିଭ, ସମସ୍ତ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଯାଇଛି । ଗୁରୁବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ ଛାତ୍ରୀଛାତ୍ର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପରିସରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ୧୫ ଜାନୁୟାରୀରୁ ୩୧ ଜାନୁୟାରୀ ମଧ୍ୟରେ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୨୦୨୧ରୁ ଆରମ୍ଭ ହୋଇଥିବା ସେମିଷ୍ଟର ପରୀକ୍ଷାର ନୂଆ ତାରିଖ ସମ୍ପର୍କରେ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ପରୀକ୍ଷାର ନୁଆ ତାରିଖ ଖୁବଶୀଘ୍ର www.lkouniv.acରେ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: କଳାହାଣ୍ଡିରେ ଆଉ ୧୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନରେ କଳାହାଣ୍ଡି ଜିଲାରେ ଆଉ ୧୧ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି।...

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି...

ସୀମା ପାରରୁ ଡ୍ରୋନ୍‌ ଜରିଆରେ ସ୍ନାଇପର ଗନ୍‌ ପଠାଉଛି ଏହି ଦେଶ: ଏନ୍‌ଆଇଏ କରିବ ଯାଞ୍ଚ

ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ...

ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟ୍‌କା: ଜେଡିୟୁରେ ସାମିଲ ହେବେ ଲାଲଙ୍କୁ ସମୁଦି

ପାଟନା,୧୯।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳ ବଦଳ ନୀତି ଜୋରସୋରରେ ଚାଲିଛି। ନିକଟରେ...

ଭାରତରେ ପ୍ରଥମ ମାମଲା: ୧୨୪ ଦିନ ପରେ ପୁଣି ଥରେ ଜଣେ ସଂକ୍ରମିତ

ଅହମଦାବାଦ,୨୬।୮: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ନିୟମ ଉଲ୍ଲଂଘନକାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ

ଛତ୍ରପୁର,୩୧ା୩(ଡି.ଏନ.ଏ)-ଲକ୍‌ଡାଉନ୍‌କୁ ବେଖାତିର କରି କେତେକ ଯୁବଗୋଷ୍ଠୀ ବାହାରେ ବୁଲିବା ଅଭ୍ୟାସ ଛାଡୁନାହାନ୍ତି। ସମସ୍ତ ପ୍ରଶାସନିକ ଚେଷ୍ଟା ସତ୍ତ୍ୱେ ନ ସୁଧୁରିଲେ ସେମାନଙ୍କୁ ଧରି ୧୪ ଦିନ...

ପାଟିର ଲାଳ ଦୂର କରେ ଶହେରୁ ଅଧିକ ପ୍ରକାର ରୋଗ..

ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ ଶରୀରରେ...

ଦୋମୁହାଁ ସାପର ଦାମ୍‌ ଅମୂଲ ମୂଲ

ମୁମ୍ବାଇ,୨୯।୫: ମହାରାଷ୍ଟ୍ରର ଠାଣେ ଜିଲ୍ଲାରୁ ଚୋରା ଚାଲାଣ କରାଯାଉଥିବା ୨ଟି ଦୋମୁହାଁ ସାପକୁ ଜବତ କରାଯାଇଛି। ଏଥିସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଛି ନବଘର...

Advertisement


Archives

Model This Week