ଜାଗମରା ଅଞ୍ଚଳରୁ ୫୦ ଆମିଷ ଦୋକାନ ଉଚ୍ଛେଦ

ଭୁବନେଶ୍ୱର,୪।୩ (ବ୍ୟୁରୋ): ଗୁରୁବାର ଭୁବନେଶ୍ୱରରୁ ପୁନେ ଯାଉଥିବା ଏୟାର ଏସିଆ ବିମାନରେ ପକ୍ଷୀ ମାଡ ହେବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିଏମ୍‌ସି ଘଟଣାକୁ ଗୁରୁତର ସହ ନେଇଛନ୍ତି। ରେଡ୍‌ ଜୋନ୍‌ରେ ଥିବା ଜାଗମରା ଅଞ୍ଚଳରୁ ଶୁକ୍ରବାର ବିଏମ୍‌ସି ଓ ବିଡିଏ ପକ୍ଷରୁ ରାସ୍ତା କଡ଼ରେ ଥିବା ଆମିଷ ଦୋକାନକୁ ହଟା ଯାଇଛି। ଏହି କ୍ରମରେ ପ୍ରାୟ ୫୦ଟି ମାଚ୍ଛ ଓ ଚିକେନ୍‌ ଦୋକାନକୁ ହଟା ଯାଇଛି। ସମ୍ପୃକ୍ତ ଅଞ୍ଚଳ ବିମାନ ବନ୍ଦର ନିକଟରେ ରହିଛି। ସେଠାରେ ଆମିଷ ଦୋକାନ ଥିବାରୁ ଆମିଷ ଗନ୍ଧରେ କାଉ ଏବଂ ଅନ୍ୟାନ୍ୟ ପକ୍ଷୀମାନେ ସେଠାକୁ ଆସୁଛନ୍ତି। ଫଳରେ ଏଭଳି ଏକ ଘଟଣା ଘଟିଛି। ତେଣୁ ଘଟଣାକୁ ଗୁରୁତର ସହ ନେଇ ବିଏମ୍‌ସି ଓ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି। ଆଗକୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଫାଷ୍ଟଫୁଡ୍‌ ଦୋକାନକୁ ମଧ୍ୟ ହଟାଯିବ ବୋଲି ସୂଚନା ଦିଆଯାଇଛି। ଏଥିରେ ୩ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ସାମିଲ ହୋଇଥିଲେ। ଏନେଇ ବିଏମ୍‌ସି ଅତିରିକ୍ତି କମିଶନର ବିନୟ କୁମାର ଦାଶ କହିଛନ୍ତି, ବିମାନ ବନ୍ଦର ଅଞ୍ଚଳରେ ଆମିଷ ଏବଂ ଖାଦ୍ୟାପେୟ ଦୋକାନ ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଆବଶ୍ୟକ ହେଲେ ଏନ୍‌ଫୋର୍ସମେଣ୍ଟ ମଧ୍ୟ କରାଯାଉଛି। ତେବେ ଏଥିରେ ଲୋକମାନେ ମଧ୍ୟ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧।୧: ରାଜ୍ୟବାସୀଙ୍କୁ ନୂଆ ବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।‘ରାଜ୍ୟବାସୀଙ୍କୁ...

କରୋନା ପାଇଁ ମୋ ବସ୍‌ରେ ସ୍ବତନ୍ତ୍ର ବିଶୋଧନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସମସ୍ତ ମୋ ବସ୍‌ ଓ ବସ ଷ୍ଟପରେ ସ୍ବତନ୍ତ୍ର...

ଏବର୍ଷ ବି କଟକଣାରେ ଜାଗର ଯାତ୍ରା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଚଳିତ ବର୍ଷ କୋଭିଡ କଟକଣାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳନ କରାଯିବ। ରାତି ୧୦ଟାରେ ମହାଦୀପ ଉଠିବ। ଶୁକ୍ରବାର ମନ୍ଦିର ଟ୍ରଷ୍ଟ ବୋର୍ଡ...

ମାଡ଼ିଗଲା କାର୍‌: ଜଣେ ମୃତ, ଶିଶୁ ସମେତ ୫ ଗୁରୁତର

ଫୁଲବାଣୀ ଅଫିସ,୭ା୬- ଫୁଲବାଣୀ ସହର ନାରାୟଣୀ ମନ୍ଦିର ଛକ ପାଖରେ ଏକ କାର ରାସ୍ତାରେ ଚାଲି ଚାଲି ଯାଉଥିବା ୬ଜଣ ଲୋକଙ୍କ ଉପରେ ମାଡି ଯାଇଛି।...

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୩।୧(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲରେ ଜଣଙ୍କ ପରେ ଜଣଙ୍କୁ ଇଡି...

ମଦ ଦୋକାନ ଆଗରେ ଗଣ୍ଡଗୋଳ: ଆକ୍ରମଣରେ ୨ ପୋଲିସ ଅଧିକାରୀ ସମେତ ୭ ଗୁରୁତର

ବାହାନଗା, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ଏକ ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।...

ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଖୋଲିବ ଆଶ୍ରୟସ୍ଥଳ

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର...

ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା, ସେତେଟା ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ୭୫ରୁ ୮୫ କି.ମି....

Advertisement
Archives

Model This Week