ସମ୍ପର୍କ ଲୁଚାଇବାକୁ ୫୦ କୋଟି

ଲଣ୍ଡନ,୨୫ା୧୧: ୪୬ ବର୍ଷୀୟା ପ୍ରିନ୍ସେସ୍‌ ହୟା ବିଣ୍ଟ ହୁସେନ୍‌ ହେଉଛନ୍ତି ଜୋର୍ଡାନ୍‌ ରାଜା ହୁସେନ ଓ ତାଙ୍କ ତୃତୀୟ ସ୍ତ୍ରୀ କ୍ୱିନ୍‌ ଆଲିଆଙ୍କ ଝିଅ ତଥା କିଙ୍ଗ୍‌ ଅବ୍‌ଦୁଲ୍ଲା ଦ୍ୱିତୀୟଙ୍କ ସାବତ ଭଉଣୀ। ୧୯୭୪ ଜୁଲାଇ ୧୫ରେ ଜନ୍ମିତ ହୟା ଅକ୍ସଫୋର୍ଡ ୟୁନିଭର୍ସିଟିରୁ ପାଠପଢ଼ା ଶେଷ କରିଥିଲେ। ସେ ୨୦୦୦ ସିଡ୍‌ନୀ ସମର ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଫର୍‌ ଇକ୍ୱେଷ୍ଟ୍ରିଆନ୍‌ ସ୍ପୋଟର୍‌ସ (ଏଫ୍‌ଇଆଇ)ର ଦୁଇଥର ପ୍ରେସିଡେଣ୍ଟ ହୋଇଥିଲେ। ସେ ଅନେକ ଦାତବ୍ୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିଥାନ୍ତି। ୨୦୦୪ ଏପ୍ରିଲ ୧୦ରେ ପ୍ରିନ୍ସେସ୍‌ ହୟା ଦୁବାଇ ଶାସକ ଶେଖ୍‌ ମହମ୍ମଦ ବିନ୍‌ ରସିଦ୍‌ ଅଲ୍‌ ମକ୍‌ତୁମ (୭୧)ଙ୍କୁ ବିବାହ କରି ତାଙ୍କର ଦ୍ୱିତୀୟ ଅଫିସିଆଲ୍‌ ସ୍ତ୍ରୀ ହୋଇଥିଲେ। ହୟାଙ୍କୁ ଛାଡ଼ିଦେଲେ ଶାସକଙ୍କ ଆହୁରି କେତେଜଣ ଅନ୍‌ଅଫିସିଆଲ ସ୍ତ୍ରୀ ଅଛନ୍ତି। ୨୦୧୯ ଫେବୃୟାରୀ ୭ରେ ଶେଖ୍‌ ମହମ୍ମଦ ଶାରିଆ ଆଇନ ଅନୁସାରେ ହୟାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏପ୍ରିଲ ୧୫ରେ ହୟା ନିଜ ଦୁଇ ପିଲାଙ୍କୁ ଧରି ଦୁବାଇ ଛାଡ଼ି ଲଣ୍ଡନ ଚାଲିଯାଇଥିଲେ। ନିଜ ପିଲାଙ୍କୁ ଫେରାଇ ଆଣିବା ଲାଗି ଶେଖ୍‌ ମେ ୧୪ରେ ବ୍ରିଟେନ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ଏହି ମାମଲାର ଶୁଣାଣି ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି।
ଶୁଣାଣି ବେଳେ ଜଣାପଡ଼ିଛି ଯେ, ଶାସକଙ୍କ ସ୍ତ୍ରୀ ହୟାଙ୍କ ସହିତ ସବୁବେଳେ ଦୁଇଜଣ ବଡିଗାର୍ଡ ରହିବା ନେଇ ପଟୋକଲ୍‌ ଥିଲା। ଉଭୟଙ୍କ ମଧ୍ୟରୁ ବ୍ରିଟିଶ୍‌ ବଡିଗାର୍ଡ ରସେଲ୍‌ ଫ୍ଲାଓ୍ବାର୍ସଙ୍କୁ ହୟା ପ୍ରେମ କରୁଥିଲେ। ତେଣୁ ସବୁବେଳେ ତାଙ୍କୁ ହିଁ ପାଖରେ ରଖୁଥିଲେ। ବିଦେଶ ଗସ୍ତ ସମୟରେ ହୟା ଓ ଫ୍ଲାଓ୍ବାର୍ସଙ୍କ ରୁମ୍‌ ଲାଗି ଲାଗି ରହୁଥିଲା। ସେ ଫ୍ଲାଓ୍ବାର୍ସଙ୍କ ସହିତ ଅନେକ ରାତି ବିତାଇଥିଲେ। ଏହି ସମ୍ପର୍କକୁ ନେଇ କେହି ଯେମିତି ଜାଣି ନ ପାରିବେ ସେଥିଲାଗି ହୟା ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଗୁପ୍ତ ପ୍ରେମ ସମ୍ପର୍କ ଚାଲିଥିଲା। ଇତିମଧ୍ୟରେ ହୟା ଫ୍ଲାଓ୍ବାର୍ସଙ୍କ ମୁହଁ ବନ୍ଦ କରିବା ଲାଗି ତାଙ୍କୁ ୧.୨ ନିୟୁତ ପାଉଣ୍ଡ ଦେଇଥିଲେ। ସେହିପରି ଫ୍ଲାଓ୍ବାର୍ସଙ୍କୁ ସେ ଦେଇଥିବା ଅନେକ ଦାମୀ ଉପହାର ମଧ୍ୟରେ ଥିଲା ୧୨,୦୦୦ ପାଉଣ୍ଡର ଅଡେମାର୍ସ ପିଗୁଏଟ୍‌ ଘଣ୍ଟା ଓ ୫୦,୦୦୦ ପାଉଣ୍ଡ ମୂଲ୍ୟର ଭିଣ୍ଟେଜ୍‌ ଶଟଗନ୍‌। ପୂର୍ବତନ ସୈନିକ ଫ୍ଲାଓ୍ବାର୍ସ ୫ ବର୍ଷ ଧରି ହୟାଙ୍କ ସେବାରେ ଥିବାବେଳେ ୨୦୧୬ ଶେଷ ଆଡ଼କୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ଜଣାପଡ଼ିଛି। ଅନୁରୂପ ଭାବେ ଗୁପ୍ତ ସମ୍ବନ୍ଧ ଲୁଚାଇବା ପାଇଁ ଅନ୍ୟ ୩ ବଡିଗାର୍ଡଙ୍କୁ ମଧ୍ୟ ପ୍ରିନ୍ସେସ୍‌ ହୟା ୧.୨ ନିୟୁତ ପାଉଣ୍ଡ ଲେଖାଏ ଦେଇଥିଲେ। ଏହି ସମସ୍ତ ଅର୍ଥର ପରିମାଣ ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ସତ ସବୁଦିନ ଲୁଚିରହେ ନାହିଁ। ଦିନେ ସବୁକଥା ପଦାକୁ ଆସିଥିଲା। ଫୋନ୍‌କଲ ଓ ମେସେଜ୍‌ଗୁଡ଼ିକରୁ ଏ ସମ୍ପର୍କରେ ଜାଣିବା ପରେ ଫ୍ଲାଓ୍ବାର୍ସଙ୍କ ସ୍ତ୍ରୀ ତାଙ୍କ ସହ ବୈବାହିକ ସମ୍ବନ୍ଧରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଶେଖ୍‌ଙ୍କ ସୁଫୋଲ୍କର ନ୍ୟୁ ମାର୍କେଟ ନିକଟ ତଲହାମ୍‌ ହଲ୍‌(୩ ହଜାର ଏକର ଜମି ଉପରେ ବିସ୍ତୃତ ଇଷ୍ଟେଟ୍‌)ରେ ପ୍ରିନ୍ସେସ ହୟା ତାଙ୍କ ପ୍ରେମିକ ବଡିଗାର୍ଡଙ୍କ ସହ ରାତ୍ରିଯାପନ କରିଥିବା ଶେଖ୍‌ ମଧ୍ୟ ଜାଣିପାରିଥିଲେ। ଏହାକୁ ନେଇ ସେ କ୍ଷୁବ୍ଧ ହୋଇଥିଲେ। ଧରାପଡ଼ିବା ପରେ ହୟା ୨୦୧୮ରେ ଦୁବାଇରୁ ଲୁଚି ଲଣ୍ଡନ ଚାଲିଯାଇଥିଲେ। ସମ୍ପ୍ରତି ପ୍ରିନ୍ସେସ ହୟା ତାଙ୍କ ୧୧ ବର୍ଷୀୟା ଝିଅ ଓ ୭ ବର୍ଷୀୟ ପୁଅଙ୍କ ସହ ଲଣ୍ଡନର କେନ୍‌ସିଙ୍ଗ୍‌ଟନସ୍ଥିତ ଏକ ପ୍ରାସାଦରେ ରହୁଛନ୍ତି, ଯାହାର ମୂଲ୍ୟ ୮୫ ନିୟୁତ ପାଉଣ୍ଡ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?