ସମ୍ପର୍କ ଲୁଚାଇବାକୁ ୫୦ କୋଟି

ଲଣ୍ଡନ,୨୫ା୧୧: ୪୬ ବର୍ଷୀୟା ପ୍ରିନ୍ସେସ୍‌ ହୟା ବିଣ୍ଟ ହୁସେନ୍‌ ହେଉଛନ୍ତି ଜୋର୍ଡାନ୍‌ ରାଜା ହୁସେନ ଓ ତାଙ୍କ ତୃତୀୟ ସ୍ତ୍ରୀ କ୍ୱିନ୍‌ ଆଲିଆଙ୍କ ଝିଅ ତଥା କିଙ୍ଗ୍‌ ଅବ୍‌ଦୁଲ୍ଲା ଦ୍ୱିତୀୟଙ୍କ ସାବତ ଭଉଣୀ। ୧୯୭୪ ଜୁଲାଇ ୧୫ରେ ଜନ୍ମିତ ହୟା ଅକ୍ସଫୋର୍ଡ ୟୁନିଭର୍ସିଟିରୁ ପାଠପଢ଼ା ଶେଷ କରିଥିଲେ। ସେ ୨୦୦୦ ସିଡ୍‌ନୀ ସମର ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଫର୍‌ ଇକ୍ୱେଷ୍ଟ୍ରିଆନ୍‌ ସ୍ପୋଟର୍‌ସ (ଏଫ୍‌ଇଆଇ)ର ଦୁଇଥର ପ୍ରେସିଡେଣ୍ଟ ହୋଇଥିଲେ। ସେ ଅନେକ ଦାତବ୍ୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିଥାନ୍ତି। ୨୦୦୪ ଏପ୍ରିଲ ୧୦ରେ ପ୍ରିନ୍ସେସ୍‌ ହୟା ଦୁବାଇ ଶାସକ ଶେଖ୍‌ ମହମ୍ମଦ ବିନ୍‌ ରସିଦ୍‌ ଅଲ୍‌ ମକ୍‌ତୁମ (୭୧)ଙ୍କୁ ବିବାହ କରି ତାଙ୍କର ଦ୍ୱିତୀୟ ଅଫିସିଆଲ୍‌ ସ୍ତ୍ରୀ ହୋଇଥିଲେ। ହୟାଙ୍କୁ ଛାଡ଼ିଦେଲେ ଶାସକଙ୍କ ଆହୁରି କେତେଜଣ ଅନ୍‌ଅଫିସିଆଲ ସ୍ତ୍ରୀ ଅଛନ୍ତି। ୨୦୧୯ ଫେବୃୟାରୀ ୭ରେ ଶେଖ୍‌ ମହମ୍ମଦ ଶାରିଆ ଆଇନ ଅନୁସାରେ ହୟାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏପ୍ରିଲ ୧୫ରେ ହୟା ନିଜ ଦୁଇ ପିଲାଙ୍କୁ ଧରି ଦୁବାଇ ଛାଡ଼ି ଲଣ୍ଡନ ଚାଲିଯାଇଥିଲେ। ନିଜ ପିଲାଙ୍କୁ ଫେରାଇ ଆଣିବା ଲାଗି ଶେଖ୍‌ ମେ ୧୪ରେ ବ୍ରିଟେନ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ଏହି ମାମଲାର ଶୁଣାଣି ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି।
ଶୁଣାଣି ବେଳେ ଜଣାପଡ଼ିଛି ଯେ, ଶାସକଙ୍କ ସ୍ତ୍ରୀ ହୟାଙ୍କ ସହିତ ସବୁବେଳେ ଦୁଇଜଣ ବଡିଗାର୍ଡ ରହିବା ନେଇ ପଟୋକଲ୍‌ ଥିଲା। ଉଭୟଙ୍କ ମଧ୍ୟରୁ ବ୍ରିଟିଶ୍‌ ବଡିଗାର୍ଡ ରସେଲ୍‌ ଫ୍ଲାଓ୍ବାର୍ସଙ୍କୁ ହୟା ପ୍ରେମ କରୁଥିଲେ। ତେଣୁ ସବୁବେଳେ ତାଙ୍କୁ ହିଁ ପାଖରେ ରଖୁଥିଲେ। ବିଦେଶ ଗସ୍ତ ସମୟରେ ହୟା ଓ ଫ୍ଲାଓ୍ବାର୍ସଙ୍କ ରୁମ୍‌ ଲାଗି ଲାଗି ରହୁଥିଲା। ସେ ଫ୍ଲାଓ୍ବାର୍ସଙ୍କ ସହିତ ଅନେକ ରାତି ବିତାଇଥିଲେ। ଏହି ସମ୍ପର୍କକୁ ନେଇ କେହି ଯେମିତି ଜାଣି ନ ପାରିବେ ସେଥିଲାଗି ହୟା ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଗୁପ୍ତ ପ୍ରେମ ସମ୍ପର୍କ ଚାଲିଥିଲା। ଇତିମଧ୍ୟରେ ହୟା ଫ୍ଲାଓ୍ବାର୍ସଙ୍କ ମୁହଁ ବନ୍ଦ କରିବା ଲାଗି ତାଙ୍କୁ ୧.୨ ନିୟୁତ ପାଉଣ୍ଡ ଦେଇଥିଲେ। ସେହିପରି ଫ୍ଲାଓ୍ବାର୍ସଙ୍କୁ ସେ ଦେଇଥିବା ଅନେକ ଦାମୀ ଉପହାର ମଧ୍ୟରେ ଥିଲା ୧୨,୦୦୦ ପାଉଣ୍ଡର ଅଡେମାର୍ସ ପିଗୁଏଟ୍‌ ଘଣ୍ଟା ଓ ୫୦,୦୦୦ ପାଉଣ୍ଡ ମୂଲ୍ୟର ଭିଣ୍ଟେଜ୍‌ ଶଟଗନ୍‌। ପୂର୍ବତନ ସୈନିକ ଫ୍ଲାଓ୍ବାର୍ସ ୫ ବର୍ଷ ଧରି ହୟାଙ୍କ ସେବାରେ ଥିବାବେଳେ ୨୦୧୬ ଶେଷ ଆଡ଼କୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ଜଣାପଡ଼ିଛି। ଅନୁରୂପ ଭାବେ ଗୁପ୍ତ ସମ୍ବନ୍ଧ ଲୁଚାଇବା ପାଇଁ ଅନ୍ୟ ୩ ବଡିଗାର୍ଡଙ୍କୁ ମଧ୍ୟ ପ୍ରିନ୍ସେସ୍‌ ହୟା ୧.୨ ନିୟୁତ ପାଉଣ୍ଡ ଲେଖାଏ ଦେଇଥିଲେ। ଏହି ସମସ୍ତ ଅର୍ଥର ପରିମାଣ ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ସତ ସବୁଦିନ ଲୁଚିରହେ ନାହିଁ। ଦିନେ ସବୁକଥା ପଦାକୁ ଆସିଥିଲା। ଫୋନ୍‌କଲ ଓ ମେସେଜ୍‌ଗୁଡ଼ିକରୁ ଏ ସମ୍ପର୍କରେ ଜାଣିବା ପରେ ଫ୍ଲାଓ୍ବାର୍ସଙ୍କ ସ୍ତ୍ରୀ ତାଙ୍କ ସହ ବୈବାହିକ ସମ୍ବନ୍ଧରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଶେଖ୍‌ଙ୍କ ସୁଫୋଲ୍କର ନ୍ୟୁ ମାର୍କେଟ ନିକଟ ତଲହାମ୍‌ ହଲ୍‌(୩ ହଜାର ଏକର ଜମି ଉପରେ ବିସ୍ତୃତ ଇଷ୍ଟେଟ୍‌)ରେ ପ୍ରିନ୍ସେସ ହୟା ତାଙ୍କ ପ୍ରେମିକ ବଡିଗାର୍ଡଙ୍କ ସହ ରାତ୍ରିଯାପନ କରିଥିବା ଶେଖ୍‌ ମଧ୍ୟ ଜାଣିପାରିଥିଲେ। ଏହାକୁ ନେଇ ସେ କ୍ଷୁବ୍ଧ ହୋଇଥିଲେ। ଧରାପଡ଼ିବା ପରେ ହୟା ୨୦୧୮ରେ ଦୁବାଇରୁ ଲୁଚି ଲଣ୍ଡନ ଚାଲିଯାଇଥିଲେ। ସମ୍ପ୍ରତି ପ୍ରିନ୍ସେସ ହୟା ତାଙ୍କ ୧୧ ବର୍ଷୀୟା ଝିଅ ଓ ୭ ବର୍ଷୀୟ ପୁଅଙ୍କ ସହ ଲଣ୍ଡନର କେନ୍‌ସିଙ୍ଗ୍‌ଟନସ୍ଥିତ ଏକ ପ୍ରାସାଦରେ ରହୁଛନ୍ତି, ଯାହାର ମୂଲ୍ୟ ୮୫ ନିୟୁତ ପାଉଣ୍ଡ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri