Posted inରାଜ୍ୟ

ଆଳୁ ଚାଷ ପାଇଁ ୫ ବର୍ଷିଆ ଯୋଜନା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଆଉ ଅଧିକ ୧୩,୬୦୦ ହେକ୍ଟର ଜମିରେ ଆଳୁଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୨୦୨୧ ଖରିଫ ଋତୁରେ ୧୪୫୦ ହେକ୍ଟର ଜମିରେ ଏବଂ ରବି ଋତୁରେ ୫ ହଜାର ହେକ୍ଟର ଜମିରେ ଆଳୁଚାଷ ହେବ। ଅନୁଗୋଳ ଜିଲାରେ ଖରିଫ ଋତୁରେ ୮୦ ହେକ୍ଟର ଜମିରେ ଆଳୁଚାଷ କରାଯାଇଛି। ସେହିପରି ବରଗଡ଼ ୨୦, ବୌଦ୍ଧ ୩୦, ଦେବଗଡ଼ ୩୦, ଗଜପତି ୫୦, ଝାରସୁଗୁଡ଼ା ୪୦, କନ୍ଧମାଳ ୨୫୦, କୋରାପୁଟ ୫୦୦, ରାୟଗଡ଼ା ୪୦, କେନ୍ଦୁଝର ୫୦, କଳାହାଣ୍ଡି ୩୦, ମାଲକାନଗିରି ୩୦, ନୟାଗଡ଼ ୫୦, ସମ୍ବଲପୁର ୧୬୦ ଏବଂ ସୁନ୍ଦରଗଡ଼ ଜିଲାର ୯୦ ହେକ୍ଟର ଜମିରେ ଆଳୁଚାଷ କରାଯିବ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଳୁଚାଷ ପ୍ରତି କୃଷକଙ୍କ ଆଗ୍ରହ ବଢ଼ାଇବା ସହ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଅନ୍ତର୍ଜାତୀୟ ଆଳୁ ସଂସ୍ଥା (ସିଆଇପି) ମଧ୍ୟରେ ୨୦୧୮ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିଓ୍ବାଇ) ସହାୟତାରେ ସିଆଇପି ପ୍ରକଳ୍ପ ୭ ଜିଲାରେ କାର୍ଯ୍ୟକାରୀ କରାଯାଉଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର। ଏହିସବୁ ଜିଲାରେ ୨୦୧୯-୨୦ ଏବଂ ୨୦୨୦-୨୧ରେ ୪୮୦ ହେକ୍ଟର ଜମିରେ ରବି ଆଳୁ ଚାଷ କରାଯାଇଛ। ସେହିପରି କୋରାପୁଟ ଓ କନ୍ଧମାଳ ଜିଲାର ୪୦୦ ହେକ୍ଟର ଜମିରେ ଆଳୁଚାଷ କରାଯାଇଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ୨୬,୮୮୦ ହେକ୍ଟର ଜମିରେ ଆଳୁଚାଷ କରାଯାଉଛି। ଉତ୍ପାଦନ ବଢ଼ାଇବାକୁ ସରକାର ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲେ। ଏହା ପୂର୍ବରୁ ରାଜ୍ୟରେ ୧୫,୮୦୫ ହେକ୍ଟର ଜମିରେ ଆଳୁଚାଷ କରାଯାଉଥିଲା। ମୋଟ ୨.୬୮ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହେଉଥିଲା। ଆଳୁ ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଆଳୁଚାଷ ୨୫,୦୮୩ ହେକ୍ଟର ଜମିରେ ହେବାସହ ଉତ୍ପାଦନ ୩.୦୩ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ସରକାର ଆଳୁ ମିଶନରେ ରିହାତି ଓ ବଜାର ସୁବିଧା ପାଇଁ ବ୍ୟବସ୍ଥା କରିଛନ୍ତିବୋଲି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦିଏ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):  ରାଜ୍ୟରେ ଶାସନ କରିବା ପାଇଁ ଓଡ଼ିଶାର ଜନତା ନବୀନବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ସରକାରୀ ବାବୁମାନେ ଶାସନ କରୁଛନ୍ତି। କୋଇଲା, ଜଙ୍ଗଲ, ଚିଟ୍‌ଫଣ୍ଡ,...

ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ...

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଭୁବନେଶ୍ୱରକୁ ୩ଟି ଜୋନ୍‌ରେ ଭାଗକରି ୬ ବରିଷ୍ଠ ଆଇଏଏସ୍‌ଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ କେବଳ ଭୁବନେଶ୍ୱରରେ ୪୬ଜଣ ଅଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱରରେ ଆକ୍ରାନ୍ତଙ୍କ...

ବାଡ଼ ଖାଉଛି ଫସଲ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବାଡ଼ ଖାଉଛି ଫସଲ। ରାଜ୍ୟରେ ତଳସ୍ତରରୁ ଉପରଯାଏ ଦୁର୍ନୀତି ଭରି ରହିଛି। ପର୍ସେଣ୍ଟେଜ୍‌(ପିସି) କାରବାର ବୃଦ୍ଧି ପାଇଛି। ସରକାରଙ୍କ ସମସ୍ତ ବିଭାଗରେ ପୁଳାପୁଳା...

ଶାହାଙ୍କ ଗସ୍ତକୁ ପୁରୀ ଜିଲା କଂଗ୍ରେସର ବିରୋଧ, ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ

ପୁରୀ ଅଫିସ,୨୮।୨: ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଉଗ୍ରରୂପ ଧାରଣ କରିଛି । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇ ବର୍ତ୍ତମାନ...

ଅଧାବାଟରେ ପଙ୍କଚର ହେଲା ୧୦୮: ମେଡ଼ିକାଲ ଡେରିରେ ପହଞ୍ଚି ଗଲା ରୋଗୀଙ୍କ ଜୀବନ

ରାୟଗଡା ଅଫିସ, ୧୬।୧୦: ରୋଗୀଙ୍କୁ ଧରି ଆସୁଥିଲା ୧୦୮ ଆମ୍ବୁଲାନ୍ସ। କିନ୍ତୁ ତାହା ଅଧାବାଟରେ ପଙ୍କଚର ହୋଇଗଲା। ଦୁଇଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା...

୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା...

ଭୁବନେଶ୍ୱରରୁ ଆଜି ୩୧୬ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୩୨

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୨...

Advertisement
Archives

Model This Week