Posted inରାଜ୍ୟ

ଆଳୁ ଚାଷ ପାଇଁ ୫ ବର୍ଷିଆ ଯୋଜନା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଆଉ ଅଧିକ ୧୩,୬୦୦ ହେକ୍ଟର ଜମିରେ ଆଳୁଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୨୦୨୧ ଖରିଫ ଋତୁରେ ୧୪୫୦ ହେକ୍ଟର ଜମିରେ ଏବଂ ରବି ଋତୁରେ ୫ ହଜାର ହେକ୍ଟର ଜମିରେ ଆଳୁଚାଷ ହେବ। ଅନୁଗୋଳ ଜିଲାରେ ଖରିଫ ଋତୁରେ ୮୦ ହେକ୍ଟର ଜମିରେ ଆଳୁଚାଷ କରାଯାଇଛି। ସେହିପରି ବରଗଡ଼ ୨୦, ବୌଦ୍ଧ ୩୦, ଦେବଗଡ଼ ୩୦, ଗଜପତି ୫୦, ଝାରସୁଗୁଡ଼ା ୪୦, କନ୍ଧମାଳ ୨୫୦, କୋରାପୁଟ ୫୦୦, ରାୟଗଡ଼ା ୪୦, କେନ୍ଦୁଝର ୫୦, କଳାହାଣ୍ଡି ୩୦, ମାଲକାନଗିରି ୩୦, ନୟାଗଡ଼ ୫୦, ସମ୍ବଲପୁର ୧୬୦ ଏବଂ ସୁନ୍ଦରଗଡ଼ ଜିଲାର ୯୦ ହେକ୍ଟର ଜମିରେ ଆଳୁଚାଷ କରାଯିବ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଳୁଚାଷ ପ୍ରତି କୃଷକଙ୍କ ଆଗ୍ରହ ବଢ଼ାଇବା ସହ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଅନ୍ତର୍ଜାତୀୟ ଆଳୁ ସଂସ୍ଥା (ସିଆଇପି) ମଧ୍ୟରେ ୨୦୧୮ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିଓ୍ବାଇ) ସହାୟତାରେ ସିଆଇପି ପ୍ରକଳ୍ପ ୭ ଜିଲାରେ କାର୍ଯ୍ୟକାରୀ କରାଯାଉଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର। ଏହିସବୁ ଜିଲାରେ ୨୦୧୯-୨୦ ଏବଂ ୨୦୨୦-୨୧ରେ ୪୮୦ ହେକ୍ଟର ଜମିରେ ରବି ଆଳୁ ଚାଷ କରାଯାଇଛ। ସେହିପରି କୋରାପୁଟ ଓ କନ୍ଧମାଳ ଜିଲାର ୪୦୦ ହେକ୍ଟର ଜମିରେ ଆଳୁଚାଷ କରାଯାଇଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ୨୬,୮୮୦ ହେକ୍ଟର ଜମିରେ ଆଳୁଚାଷ କରାଯାଉଛି। ଉତ୍ପାଦନ ବଢ଼ାଇବାକୁ ସରକାର ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲେ। ଏହା ପୂର୍ବରୁ ରାଜ୍ୟରେ ୧୫,୮୦୫ ହେକ୍ଟର ଜମିରେ ଆଳୁଚାଷ କରାଯାଉଥିଲା। ମୋଟ ୨.୬୮ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହେଉଥିଲା। ଆଳୁ ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଆଳୁଚାଷ ୨୫,୦୮୩ ହେକ୍ଟର ଜମିରେ ହେବାସହ ଉତ୍ପାଦନ ୩.୦୩ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ସରକାର ଆଳୁ ମିଶନରେ ରିହାତି ଓ ବଜାର ସୁବିଧା ପାଇଁ ବ୍ୟବସ୍ଥା କରିଛନ୍ତିବୋଲି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ଘୂର୍ଣ୍ଣିବଳୟ ସକ୍ରିୟ: ୨୩ ଯାଏ ପ୍ରବଳ ବର୍ଷା, ସତର୍କ ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୧୮ା୯: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?