Posted inଫୁରସତ

୫ ହଜାର କାର୍‌ ଚୋରି କରିଛନ୍ତି ଅଟୋ ଚାଳକ

ନୂଆଦିଲ୍ଲୀ: ୨୭ ବର୍ଷ ଧରି କାର୍‌ ଚୋରି, ଦିଲ୍ଲୀ, ମୁମ୍ବାଇ ସମେତ ଭାରତର ବିଭିନ୍ନ ସ୍ଥାନରେ ସମ୍ପତ୍ତି, ୩ ସ୍ତ୍ରୀଙ୍କ ସହ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଜଣେ ଅଟୋ ରିକ୍ସା ଚାଳକ ଦିଲ୍ଲୀ ପୋଲିସ ହାତରେ ଧରାପଡ଼ିଛନ୍ତି। ୧୯୯୫ରୁ ଅଦ୍ୟାବଧି ୫ ହଜାରରୁ ଅଧିକ କାର୍‌ ଚୋରି କରିଥିବା ଅନିଲ ଚୌହାନ(୫୨)ଙ୍କୁ ପୋଲିସ ଭାରତର ସବୁଠୁ ବଡ଼ କାର୍‌ ଚୋର ବୋଲି କହିଛି। ସୂଚନା ପାଇ ସେଣ୍ଟ୍ରାଲ ଦିଲ୍ଲୀ ପୋଲିସର ସ୍ପେଶାଲ ଷ୍ଟାଫ୍‌ ତାଙ୍କୁ ଦେଶ ବନ୍ଧୁ ଗୁପ୍ତା ରୋଡ୍‌ରୁ ଗିରଫ କରିଛି। ସେ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ କହିଛି। ଉତ୍ତରପ୍ରଦେଶରୁ ଅସ୍ତ୍ରଶସ୍ତ୍ର ନେଇ ଉତ୍ତରପୂର୍ବ ରାଜ୍ୟରେ ନିଷିଦ୍ଧ ଘୋଷଣା କରାଯାଇଥିବା ସଙ୍ଗଠନଗୁଡ଼ିକୁ ଯୋଗାଉଥିଲେ ବୋଲି ଜଣାପଡ଼ିଛି।
ଅନୁସାରେ, ଅନିଲ ପୂର୍ବରୁ ଦିଲ୍ଲୀର ଖାନ୍‌ପୁର ଅଞ୍ଚଳରେ ଅଟୋ ଚଳାଉଥିଲେ। ୧୯୯୫ ପରେ ସେ କାର୍‌ ଚୋରି ଆରମ୍ଭ କରିଥିଲେ। ସେହି ସମୟରେ ସେ କେବଳ ମାରୁତି ୮୦୦ ଗାଡ଼ିକୁ ଟାର୍ଗେଟ କରୁଥିଲେ। ଭାରତର ବିଭିନ୍ନ ସ୍ଥାନରୁ କାର୍‌ ଚୋରି କରି ସେ ସେଗୁଡ଼ିକୁ ଜମ୍ମୁ-କଶ୍ମୀର, ଉତ୍ତର ପୂର୍ବ ରାଜ୍ୟ ସମେତ ଦେଶ ବାହାରକୁ ପଠାଇଦେଉଥିଲେ। ଚୋରି ବେଳେ ସେ ଅନେକ ଟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ପରେ ସେ ଆସାମ ଯାଇ ସେଠାରେ ବସବାସ କରୁଥିଲେ। ଚୋରି ଅର୍ଥରେ ସେ ଅନେକ ସ୍ଥାନରେ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି କିଣିଛନ୍ତି। ତାଙ୍କ ନାଁରେ ୧୮୦ ମାମଲା ରହିଛି। ୨୦୧୫ରେ ତାଙ୍କୁ ଗିରଫ କରାଯାଇଥିବାବେଳେ ୫ ବର୍ଷ ଜେଲ୍‌ରେ ରହି ମୁକୁଳିଥିଲେ। ତାଙ୍କର ୩ ସ୍ତ୍ରୀ ଓ ୭ ସନ୍ତାନ ରହିଥିବା ପୋଲିସ କହିଛି। ଅନିଲଙ୍କଠାରୁ ୬ ପିସ୍ତଲ ଏବଂ ୭ କ୍ୟାଟ୍ରିଜ୍‌ ଜବତ କରାଯାଇଛି। ଆସାମ ସରକାରଙ୍କ ସେ ଜଣେ କଣ୍ଟ୍ରାକ୍ଟର ରହିବା ସହ ଅନେକ ସ୍ଥାନୀୟ ନେତାଙ୍କ ସହ ସମ୍ପର୍କରେ ଥିଲେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?