ମାତା ମାତାଲ

ପୁଡୁଚେରୀର କରାଇକାଲ୍‌ରେ ୧୩ ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ର ଆର୍‌. ବାଲାମଣିକନ୍ଦନଙ୍କୁ ତାଙ୍କ ସହପାଠିନୀଙ୍କ ମାଆ ବିଷ ଦେଇ ମାରିଦେଇଥିବା ବିଷୟ ଏବେ ପଦାକୁ ଆସିଛି। ଅଭିଯୁକ୍ତ ଜେ. ସହାୟାୟାରାଣୀ ଭିକ୍ଟୋରିଆ ନିଜ ଝିଅଠାରୁ ଉକ୍ତ ଛାତ୍ର ଜଣଙ୍କ ପରୀକ୍ଷାରେ ଅଧିକ ମାର୍କ ରଖି ପ୍ରଥମ ସ୍ଥାନରେ ରହିବା ଯୋଗୁ ସେ ପ୍ରତିହିଂସାପରାୟଣ ହୋଇପଡ଼ିଥିଲେ। ସେପ୍ଟେମ୍ବର ୨ରେ ସେହି ଘରୋଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଲାଗି ଆୟୋଜନ ଚାଲିଥିବା ବେଳେ ଭିକ୍ଟୋରିଆ ସମ୍ପୃକ୍ତ ଛାତ୍ରଙ୍କ ମାତା ବୋଲି ପରିଚୟ ଦେଇ ସ୍କୁଲର ଜଗୁଆଳିଙ୍କୁ କେତୋଟି କୋଲ୍ଡ ଡ୍ରିକ୍ସ ତାଙ୍କୁ ଦେବାକୁ କହିଥିଲେ। ତାହାକୁ ପିଇବା ପରେ ବାଲାମଣିକନ୍ଦନ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତା’ ପରଦିନ ତାଙ୍କ ମୃତ୍ୟୁ ଘଟିଥିଲା। ପରେ ସ୍କୁଲର ସିସିଟିଭି ଫୁଟେଜ୍‌ରୁ ଭିକ୍ଟୋରିଆଙ୍କ କାରନାମା ଧରାପଡ଼ିବାରୁ ତାଙ୍କୁ ଗିରଫ କରାଯାଇଛି। ମାର୍କ ପଛରେ ଧାଉଁଥିବା ମାତାପିତାଙ୍କ ସହ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହି ଘଟଣା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିବା ଦରକାର। ସମ୍ଭବତଃ ଭିକ୍ଟୋରିଆ ଭାବି ନେଇଥିଲେ ଯେ ଦ୍ୱିତୀୟ ସ୍ଥାନରେ ତାଙ୍କ ଝିଅ ପଡ଼ିଯାଇଥିବାରୁ ସମଗ୍ର ପୃଥିବୀରେ ସର୍ବନାଶ ଘଟିଲା। ନିଜ ପିଲାକୁ ଏକ ନମ୍ବର ସ୍ଥାନର ଅଧିକାରୀ ଭାବେ ଦେଖିବାକୁ ମାତା ଭିକ୍ଟୋରିଆ ଆଜି ଭାରତରେ ଏକାକୀ ନୁହନ୍ତି। ପିଲାଙ୍କ ନିଜର ଇଚ୍ଛାକୁ ଅଣଦେଖା କରି ଅଭିଭାବକମାନଙ୍କର ଲୋଭ କରାଇକାଲ ଭଳି ଦୁର୍ଦ୍ଦଶା ଘଟାଉଛି। ଏବର ସ୍ଥିତିକୁ ଦେଖିଲେ ଭିକ୍ଟୋରିଆ ନିରୀହ ଛାତ୍ରଙ୍କ ଜୀବନ ନେଲେ, ନିଜେ ଗିରଫ ହେଲେ ଓ ତାଙ୍କ ଝିଅଙ୍କ କ୍ୟାରିୟର କେଉଁ ରୂପ ନେବ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖୁଥିବା ଛାତ୍ର ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇବେ ବୋଲି କୌଣସି ନିଶ୍ଚିତତା ନାହିଁ। ତଥାପି ମାତାପିତା ଓ ଅଭିଭାବକ ପିଲାଙ୍କ କମ୍‌ ନମ୍ବର ରଖିବାରେ ଯେଭଳି ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି, ତାହାର ଚାପ ସନ୍ତାନସନ୍ତତି ଉପରେ ସିଧାସଳଖ ପଡ଼ୁଛି। ଅତ୍ୟଧିକ ଆଶା ରଖୁଥିବା ଏଭଳି ଗୁରୁଜନବର୍ଗ ନିଜ ଜୀବନରେ ଯେଉଁ ସଫଳତା ପାଇପାରି ନ ଥାଆନ୍ତି, ତାହା ପିଲାଙ୍କ ଉପରେ ଲଦିଦେବାକୁ ଚାହୁଁଥିବାରୁ ପରିଣତି ଭୟଙ୍କର ହେଉଛି।
ଉପରୋକ୍ତ ଚିନ୍ତାରୁ କୁହାଯାଇପାରେ ଯେ, ମାତାପିତାଙ୍କ ଜୀବନରେ ହୁଏତ ପିଲାଙ୍କ ପାଠପଢ଼ାକୁ ଛାଡ଼ିଦେଲେ କ୍ରୀଡ଼ା, ମନୋରଞ୍ଜନ ଭଳି କ୍ଷେତ୍ରରେ ସଫଳତା ହାସଲ କରିବାର ସୁଯୋଗ ମିଳିନାହିଁ। ସେମାନଙ୍କ ଜୀବନର ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ପିଲାଙ୍କ ପାଠପଢ଼ାରେ ସଫଳତା ଏକମାତ୍ର ଧ୍ୟେୟ ହୋଇଯାଉଛି। ପୂର୍ବରୁ ଗାଡ଼ି, ଘର, ସୁନାଗହଣା ଭଳି ବିଷୟକୁ ନେଇ ଅଭିଭାବକମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିଲେ। ଏବେ ସେଥିରୁ କିଛିଟା ଦୂରେଇ ଯାଇ ସେହି ମାତାପିତା କେବଳ ନିଜ ପିଲା ଦ୍ୱାରା ହାସଲ କରାଯାଇଥିବା ପରୀକ୍ଷା ମାର୍କକୁ ନେଇ ଗର୍ବିତ ହେଉଥିବା ଭଳି ପ୍ରତୀୟମାନ ହେଉଛି। ମୋ ପିଲା ନବେ ପ୍ରତିଶତ ମାର୍କ ରଖିଥିବା ବେଳେ ତୋ ପିଲା ୮୯ ପ୍ରତିଶତ ରଖି ତା’ଠାରୁ ହୀନ ବୋଲି ପ୍ରମାଣିତ ହେଉଛି। ଏହିଭଳି ମାନସିକତା ପୋଷଣ କରୁଥିବା ମାତାପିତା ନିଜ ପିଲା ମନରେ ବନ୍ଧୁତ୍ୱ, ଭାଇଚାରା ସୃଷ୍ଟି କରିବା ପରିବର୍ତ୍ତେ କେବଳ ସ୍ବାର୍ଥପରତା ଓ ତୀବ୍ର ପ୍ରତିଯୋଗିତା ଜନ୍ମାଉଛନ୍ତି। ଏହାଦ୍ୱାରା ସେହି ପିଲା ବଡ଼ ହେଲା ବେଳକୁ ଏକ ଅତ୍ୟନ୍ତ ସ୍ବାର୍ଥପର ଓ ବିକୃତ ମାନସିକତା ନେଇ ବଢ଼ିବ।
ଆଜିର ସମାଜରେ ଅଣୁ କିମ୍ବା ଅତ୍ୟନ୍ତ କ୍ଷୁଦ୍ର ପରିବାର ସୃଷ୍ଟି ହେବା ସହିତ ସ୍ବାର୍ଥପରତା ବୃଦ୍ଧି ପାଉଛି। ଏହାଦ୍ୱାରା ସମାଜରେ ବିଭାଜନ ବଢ଼ୁଛି ଏବଂ ପ୍ରତ୍ୟେକ ନାଗରିକ ଏକାକୀ ବଞ୍ଚତ୍ଥିଲା ଭଳି ହୃଦ୍‌ବୋଧ କରୁଛି। କେବଳ ନିଜର ଅତି ନିକଟ ପରିବାରକୁ ଛାଡ଼ିଦେଲେ ସାଙ୍ଗସାଥୀମାନଙ୍କ ଉପରେ ମଧ୍ୟ ଭରସା କରି ବଞ୍ଚତ୍ବା ସମ୍ଭବପର ବୋଲି ଅଧିକାଂଶ ଭାବୁନାହାନ୍ତି। ସବୁ ବନ୍ଧୁତ୍ୱ ଏକ ଉପରଠାଉରିଆ ସ୍ତରରେ ଆସି ପହଞ୍ଚତ୍ଥିବାରୁ ପରସ୍ପରକୁ ସନ୍ଦେହ କରିବା ଦେଖାଦେଲାଣି। ଏଭଳି ପ୍ରଚ୍ଛଦପଟରେ ଭିକ୍ଟୋରିଆଙ୍କ ଭଳି ମାତା ଅତ୍ୟନ୍ତ ସ୍ବାର୍ଥପରତାରେ ମାତାଲ ହୋଇଯାଉଥିବା ବୁଝାପଡ଼ୁଛି। କିନ୍ତୁ ସେ ଏକୁଟିଆ ନୁହନ୍ତି; ସୁଯୋଗ ମିଳିଲେ ତାଙ୍କ ଭଳି ମାରାତ୍ମକ ମାତା ସୃଷ୍ଟି ହେଲେ କେହି ଆଶ୍ଚର୍ଯ୍ୟ ହେବା କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?