୨ ଦିନିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ

ଭବାନୀପାଟଣା/କେସିଙ୍ଗା/ଏମ୍‌.ରାମପୁର,୨୦।୫(ସ୍ବ.ପ୍ର./ଡି.ଏନ.ଏ.): ୫-ଟି ସଚିବ ଭି.କେ. ପାଣ୍ଡିୟାନ ଶୁକ୍ରବାର ଦୁଇ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସଚିବ ଜିଲାର ଏମ.ରାମପୁର, କେସିଙ୍ଗା, ନର୍ଲା, ଭବାନୀପାଟଣା ଓ ଜୁନାଗଡ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିବା ଓ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ଉକେତ୍ଲାସ୍ଥିତ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ପ୍ରଥମ ଦିନରେ ସେ କେସିଙ୍ଗା ବେଲଖଣ୍ଡିସ୍ଥିତ ପ୍ରାଚୀନ ଶୈବପୀଠ ଯାଇଥିଲେ। ସେଠାରେ ତାଙ୍କୁ ଘୁମୁରା ଓ ଗଣ୍ଡାବାଜା ତାଳେ ତାଳେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, କେସିଙ୍ଗା ଓ କର୍ଲାମୁଣ୍ଡା ବିଡିଓ ତାଙ୍କୁ ସ୍ବାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଧବଳେଶ୍ବର ଶିବ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ଚଣ୍ଡୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ସଭାସ୍ଥଳକୁ ଯାଇ ଉପସ୍ଥିତ ମା’ଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମା’ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ଭଲ କାମ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। ଧବଳେଶ୍ବର ଶୈବପୀଠର ଉନ୍ନତି ପାଇଁ ୧୫ ଦିନ ଭିତରେ ଜିଲା ପ୍ରଶାସନ ଏକ ରିପୋର୍ଟ ଦେଲେ ମୁଖ୍ୟମନ୍ତ୍ରୀ ଅନୁଦାନ ଦେବେ ବୋଲି କହିଥିଲେ। ପରେ ଏମ.ରାମପୁର ଡାକ୍ତରଖାନା, ସାନ୍ଦୁଲ ନଦୀ ପ୍ରକଳ୍ପ, ନର୍ଲାର ମିଶନ ଶକ୍ତି କେଫେ, ମିନି ଷ୍ଟାଡିୟମ୍‌ ଆଦି ସ୍ଥାନ ପରିଦର୍ଶନ କରିବା ସହିତ ସ୍ଥାନୀୟ ଲୋକଙ୍କ ସହ ଉନ୍ନତୀକରଣ ଦିଗରେ ଆଲୋଚନା କରିଥିଲେ। ପରେ ଭବାନୀପାଟଣା ପୋଲିସ ହାଇସ୍କୁଲର ଛାତ୍ରୀଛାତ୍ରମାନଙ୍କ ସହିତ ଶିକ୍ଷା ତାଙ୍କ ଅନୁଭୂତି ଉପରେ ଆଲୋଚନା କରିଥିଲେ। ସେହିପରି ସ୍ଥାନୀୟ ଆଶା ସାଗର ପରିଦର୍ଶନ କରି ଏହାର ସମୀକ୍ଷା କରିବା ସହ ଉନ୍ନତୀକରଣ ଉପରେ ଆଲୋଚନା କରିଥିଲେ। ଅପରାହ୍ନରେ ୪ଟା ୩୦ରେ ୫-ଟି ସଚିବ ଜୁନାଗଡ ସହରସ୍ଥିତ ମା’ ଲଙ୍କେଶ୍ୱରୀଙ୍କ ମନ୍ଦିର ପହଞ୍ଚତ୍ ମା’ଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ୫-ଟି ସଚିବ ବ୍ୟାରିକେଡ ପାର୍ଶ୍ୱକୁ ଯାଇ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ସହ ହାତ ମିଳାଇଥିଲେ। ପରେ ହାଇସ୍କୁଲ ପଡିଆଠାରେ ଏକ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଧର୍ମଗଡ ଉପଜିଲାପାଳ ଦାୟିତ୍ୱରେ ଥିବା ବେଳେ ତାଙ୍କ ଅନୁଭୂତି କହିଥିଲେ। ପୁଅର ଜନ୍ମ ନ ହେବା ପୂର୍ବରୁ ଜୁନାଗଡକୁ ସ୍ତ୍ରୀ ସହିତ ଆସି ସିଟି ସ୍କାନ କରିଥିଲି ବୋଲି କହିଥିଲେ। ୨୦ବର୍ଷ ତଳେ ମା’ଲଙ୍କେଶ୍ୱରୀଙ୍କ ମନ୍ଦିରକୁ ଆସିଥିଲି। ଏବେ ମା’ଲଙ୍କେଶ୍ୱରୀଙ୍କ ମନ୍ଦିରର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଢେଇ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଖୁବଶୀଘ୍ର ମନ୍ଦିରର ଉନ୍ନତି କାର୍ଯ୍ୟ ଆରମ୍ଭ କରାଯାଇ ଶେଷ କରାଯିବ ବୋଲି କହିଥିଲେ। ସେହିପରି ଉପସ୍ଥିତ ମିଶନ ଶକ୍ତିର ମହିଳାମାନଙ୍କୁ ୨ଟି ପ୍ରଶ୍ନ ପଚାରିଥିଲେ। ଏସ୍‌ଏଚ୍‌ଜି ମହିଳାଙ୍କୁ ୫ ଲକ୍ଷ ଟଙ୍କା ପାଇଁ ବିନା ସୁଧରେ ଋଣ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ସ୍ବାସ୍ଥ୍ୟସେବା ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବା ଉପରେ ପ୍ରଶ୍ନ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଖୁବ ଭଲ ପାଅନ୍ତି। ମହିଳାଙ୍କ ଉନ୍ନତି ହେଲେ ଓଡିଶା ସଶକ୍ତ ହେବ ବୋଲି କହିଥିଲେ। ସେଠାରୁ ସେ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରି ଏହାର ଉନ୍ନତୀକରଣ କାର୍ଯ୍ୟଗୁଡିକୁ ବୁଲି ଦେଖିଥିଲେ। ପରେ ସ୍ଥାନୀୟ ଝିଅପୁଅ କ୍ରୀଡାବିତମାନଙ୍କୁ ସାକ୍ଷାତ କରି ଉତ୍ସାହିତ କରିଥିଲେ। ଜୁନାଗଡରେ ଏହି ଗସ୍ତ ବେଳେ ତାଙ୍କ ସହ କ୍ରୀଡ଼ା ସଚିବ ଭିନାଲ କ୍ରୀଷ୍ଣା, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି ଜିଲାପାଳ ପି.ଅନ୍ବେଷା ରେଡ୍ଡୀ, ଏସ୍‌ପି ଅଭିଳାଷ ଜି, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ଉପଜିଲାପାଳ ବେଦଭୂଷଣ, ନଗରପାଳ ମୁକେଶ ଅଗ୍ରୱାଲ, ଇଓ ବିଶ୍ୱମ୍ବର ମିଶ୍ର, ବିଡିଓ ଦୁଲାରାମ ମାରାଣ୍ଡି, ତହସିଲଦାର ଶୁଭଦିପ୍ତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ୫-ଟି ସଚିବ ଭବାନୀପାଟଣା ମେଡିକାଲ କଲେଜ ପରଦର୍ଶନ କରିଥିଲେ। କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ଲାସରୁମ୍‌, ଇ-ଲାଇବ୍ରେରି, ପରୀକ୍ଷାଗାର ଓ ଅନ୍ୟ ସୁବିଧା ସ୍ମାର୍ଟ ହେବ। ଉତ୍କେଲା ଏୟାରଷ୍ଟ୍ରିପ୍ର ରନେ୍‌ୱ ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ସମ୍ପ୍ରସାରଣ କରାଯିବ। ଭବାନୀପାଟଣା ବସ୍‌ ଟର୍ମିନାଲକୁ ଯାଇ କାମ ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଦାରିତ ସମୟରେ ଶେଷ କରିବାକୁ କହିଛନ୍ତି। ସେ କଳାହାଣ୍ଡି ମେଡିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି ଓ ପରୀକ୍ଷାଗାରର ବିକାଶ କରାଯିବ ବୋଲି ୫-ଟି ସଚିବ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri