୫-ଟି ସ୍କୁଲର ବିକଳ ଚିତ୍ର

ସୋନପୁର,୧୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ଉଚ୍ଚ ବିଦ୍ୟାଳୟଗୁଡିକରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ପଦ ଖାଲି ପଡିଛି । ସରକାର ନୂତନ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ଜିଲାର ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୨୦୨୨-୨୩ ଆର୍ଥତ୍କ ବର୍ଷରେ ୫-ଟିରେ ସାମିଲ କରିଛନ୍ତି। ବିଦ୍ୟାଳୟର ଭିତ୍ତିଭୂମିକୁ ରୂପାନ୍ତରଣ କରି ଚକାଚକ୍‌ କରାଯାଇଛି। କିନ୍ତୁ ବିଦ୍ୟାଳୟରେ ଶିକ୍ଷକ, କର୍ମଚାରୀ ଅଭାବ ଯୋଗୁ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳର ଛାତ୍ରୀଛାତ୍ର ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ମୋ ସ୍କୁଲ ଅଭିଯାନ, ପୋଷ୍ୟ ସ୍କୁଲ ଅଭିଯାନ ଓ ୫-ଟିରେ ଅନ୍ତର୍ଭୁକ୍ତ କରିବା ମୂଲ୍ୟହୀନ ହୋଇପଡିଛି।
୧୯୮୪ ମସିହାରେ ସ୍ଥାପିତ ଏହି ଉଚ୍ଚ ବିଦ୍ୟାଳୟରେ ସିଂଘିଯୁବା, ଭଣ୍ଡାର ଓ ବାଙ୍କିଘିର୍ଡି ପଞ୍ଚାୟତର ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୧୯୯୧ ମସିହାରେ ଏହି ବିଦ୍ୟାଳୟ ଅନୁଦାନପ୍ରାପ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେଲା। ୧।୬।୧୯୯୪ ଠାରୁ ଏହି ଉଚ୍ଚ ବିଦ୍ୟାଳୟ ସରକାରୀ ପୂର୍ଣ୍ଣ ଅନୁଦାନ ପାଇଆସୁଛି । ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଯାଏ ବିଦ୍ୟାଳୟରେ ପାଠ ପଢାଯାଉଛି । ୧୫୬ ଜଣ ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି । ସେମାନଙ୍କ ଶିକ୍ଷାଦାନ ପାଇଁ ୮ ଜଣ ଶିକ୍ଷକ ରହିବା କଥା। ମାତ୍ର ଏବେ ବିଜ୍ଞାନ ଓ ହିନ୍ଦୀ ଶିକ୍ଷକରେ ବିଦ୍ୟାଳୟର ପାଠ ପଢା ଚାଲିଛି। ବିଜ୍ଞାନ ଶିକ୍ଷକ ଭରତ ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅଛନ୍ତି। ହିନ୍ଦୀ ଶିକ୍ଷକ ପଦ୍ମନାଭ ମାହାନା ଆଉ ୭ ରୁ ୮ ମାସ ପରେ ଚାକିରିରୁ ଅବସର ନେବେ। ଗଣିତ, ସାମାଜିକ ବିଜ୍ଞାନ, ଓଡିଆ, ଇଂରାଜୀ ଓ କମ୍ପ୍ୟୁଟର ଶିକ୍ଷକ ନ ଥିବାରୁ ଏହି ବିଷୟରେ ପାଠପଢା ବାଧାପ୍ରାପ୍ତ ହୋଇଛି। କ୍ରୀଡା ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଶାରୀରିକ ଶିକ୍ଷା ଦିଆ ଯାଇପାରୁନି। ରାତ୍ରି ଜଗୁଆଳି ନ ଥିବାରୁ ସବୁବେଳେ ଚୋରି ଭୟ ରହୁଛି। ଏହି ୫-ଟି ବିଦ୍ୟାଳୟରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ୫-ଟିରେ ସାମିଲ ପରେ ୨ଟି ସ୍ମାର୍ଟ କ୍ଲାସ ରୁମ, ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବ୍ରେରୀ ଆଦି ନିର୍ମାଣ ହୋଇଛି। କିନ୍ତୁ କମ୍ପ୍ୟୁଟର ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆ ଯାଇପାରୁନାହିଁ।
ବିଦ୍ୟାଳୟର ଅବସ୍ଥିତି, ପରିବେଶ ଓ ଉତ୍ତମ ଶିକ୍ଷାଦାନ ପାଇଁ ଏହି ବିଦ୍ୟାଳୟ କିଛି ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଥିଲା। ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢୁଥିଲେ। ସୁନ୍ଦର ପରିବେଶ, ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ୨୦୧୫ରେ ପ୍ରକୃତି ମିତ୍ର ପୁରସ୍କାର ମିଳିଥିଲା। ମାଟ୍ରିକ୍‌ ପରୀକ୍ଷା ଫଳକୁ ଦେଖି ୨୦୧୮ରେ ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା ଦେବା ସହ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ମାତ୍ର ଶିକ୍ଷକ ଅଭାବ ଏବେ ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିଛି। ସରକାର ଏହି ବର୍ଗର ବିଦ୍ୟାଳୟଗୁଡିକରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରତି ଆଖି ବୁଜି ଦେଇଛନ୍ତି। ଶିକ୍ଷକମାନେ ଅବସରଗ୍ରହଣ କରିବା ପରେ ସେହି ପଦବୀ ଆଉ ପୂରଣ ହେଉନି। ଏଭଳି ଲାଗି ରହିଲେ ଆଉ ଅଳ୍ପ କିଛି ବର୍ଷ ପରେ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇପଡିବ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ ପଣ୍ଡା କୁହନ୍ତି, ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ରହିଥିବା ଖାଲି ପଦବୀ ପୂରଣ କରାଯାଉନି। ଦୀର୍ଘ ବର୍ଷ ଧରି ଆଦୌ ଶିକ୍ଷକ ନିଯୁକ୍ତି ନ ହେବା ଫଳରେ ଏହି ବିଦ୍ୟାଳୟ ଭଳି ରାଜ୍ୟର ମୋଟ ୬୫୦ଟି ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହେବାକୁ ବସିଲାଣି। ତେବେ ବିଦ୍ୟାଳୟର ଶିକ୍ଷକ ଅଭାବ ଦୂର କରିବା ପାଇଁ ସରକାର ତ୍ୱରିତ ପଦକ୍ଷେପ ନେବାକୁ ଅଭିଭାବକ ଓ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?