୫-ଟି ସ୍କୁଲର ବିକଳ ଚିତ୍ର

ସୋନପୁର,୧୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ଉଚ୍ଚ ବିଦ୍ୟାଳୟଗୁଡିକରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ପଦ ଖାଲି ପଡିଛି । ସରକାର ନୂତନ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ଜିଲାର ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୨୦୨୨-୨୩ ଆର୍ଥତ୍କ ବର୍ଷରେ ୫-ଟିରେ ସାମିଲ କରିଛନ୍ତି। ବିଦ୍ୟାଳୟର ଭିତ୍ତିଭୂମିକୁ ରୂପାନ୍ତରଣ କରି ଚକାଚକ୍‌ କରାଯାଇଛି। କିନ୍ତୁ ବିଦ୍ୟାଳୟରେ ଶିକ୍ଷକ, କର୍ମଚାରୀ ଅଭାବ ଯୋଗୁ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳର ଛାତ୍ରୀଛାତ୍ର ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ମୋ ସ୍କୁଲ ଅଭିଯାନ, ପୋଷ୍ୟ ସ୍କୁଲ ଅଭିଯାନ ଓ ୫-ଟିରେ ଅନ୍ତର୍ଭୁକ୍ତ କରିବା ମୂଲ୍ୟହୀନ ହୋଇପଡିଛି।
୧୯୮୪ ମସିହାରେ ସ୍ଥାପିତ ଏହି ଉଚ୍ଚ ବିଦ୍ୟାଳୟରେ ସିଂଘିଯୁବା, ଭଣ୍ଡାର ଓ ବାଙ୍କିଘିର୍ଡି ପଞ୍ଚାୟତର ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୧୯୯୧ ମସିହାରେ ଏହି ବିଦ୍ୟାଳୟ ଅନୁଦାନପ୍ରାପ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେଲା। ୧।୬।୧୯୯୪ ଠାରୁ ଏହି ଉଚ୍ଚ ବିଦ୍ୟାଳୟ ସରକାରୀ ପୂର୍ଣ୍ଣ ଅନୁଦାନ ପାଇଆସୁଛି । ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଯାଏ ବିଦ୍ୟାଳୟରେ ପାଠ ପଢାଯାଉଛି । ୧୫୬ ଜଣ ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି । ସେମାନଙ୍କ ଶିକ୍ଷାଦାନ ପାଇଁ ୮ ଜଣ ଶିକ୍ଷକ ରହିବା କଥା। ମାତ୍ର ଏବେ ବିଜ୍ଞାନ ଓ ହିନ୍ଦୀ ଶିକ୍ଷକରେ ବିଦ୍ୟାଳୟର ପାଠ ପଢା ଚାଲିଛି। ବିଜ୍ଞାନ ଶିକ୍ଷକ ଭରତ ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅଛନ୍ତି। ହିନ୍ଦୀ ଶିକ୍ଷକ ପଦ୍ମନାଭ ମାହାନା ଆଉ ୭ ରୁ ୮ ମାସ ପରେ ଚାକିରିରୁ ଅବସର ନେବେ। ଗଣିତ, ସାମାଜିକ ବିଜ୍ଞାନ, ଓଡିଆ, ଇଂରାଜୀ ଓ କମ୍ପ୍ୟୁଟର ଶିକ୍ଷକ ନ ଥିବାରୁ ଏହି ବିଷୟରେ ପାଠପଢା ବାଧାପ୍ରାପ୍ତ ହୋଇଛି। କ୍ରୀଡା ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଶାରୀରିକ ଶିକ୍ଷା ଦିଆ ଯାଇପାରୁନି। ରାତ୍ରି ଜଗୁଆଳି ନ ଥିବାରୁ ସବୁବେଳେ ଚୋରି ଭୟ ରହୁଛି। ଏହି ୫-ଟି ବିଦ୍ୟାଳୟରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ୫-ଟିରେ ସାମିଲ ପରେ ୨ଟି ସ୍ମାର୍ଟ କ୍ଲାସ ରୁମ, ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବ୍ରେରୀ ଆଦି ନିର୍ମାଣ ହୋଇଛି। କିନ୍ତୁ କମ୍ପ୍ୟୁଟର ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆ ଯାଇପାରୁନାହିଁ।
ବିଦ୍ୟାଳୟର ଅବସ୍ଥିତି, ପରିବେଶ ଓ ଉତ୍ତମ ଶିକ୍ଷାଦାନ ପାଇଁ ଏହି ବିଦ୍ୟାଳୟ କିଛି ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଥିଲା। ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢୁଥିଲେ। ସୁନ୍ଦର ପରିବେଶ, ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ୨୦୧୫ରେ ପ୍ରକୃତି ମିତ୍ର ପୁରସ୍କାର ମିଳିଥିଲା। ମାଟ୍ରିକ୍‌ ପରୀକ୍ଷା ଫଳକୁ ଦେଖି ୨୦୧୮ରେ ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା ଦେବା ସହ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ମାତ୍ର ଶିକ୍ଷକ ଅଭାବ ଏବେ ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିଛି। ସରକାର ଏହି ବର୍ଗର ବିଦ୍ୟାଳୟଗୁଡିକରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରତି ଆଖି ବୁଜି ଦେଇଛନ୍ତି। ଶିକ୍ଷକମାନେ ଅବସରଗ୍ରହଣ କରିବା ପରେ ସେହି ପଦବୀ ଆଉ ପୂରଣ ହେଉନି। ଏଭଳି ଲାଗି ରହିଲେ ଆଉ ଅଳ୍ପ କିଛି ବର୍ଷ ପରେ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇପଡିବ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ ପଣ୍ଡା କୁହନ୍ତି, ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ରହିଥିବା ଖାଲି ପଦବୀ ପୂରଣ କରାଯାଉନି। ଦୀର୍ଘ ବର୍ଷ ଧରି ଆଦୌ ଶିକ୍ଷକ ନିଯୁକ୍ତି ନ ହେବା ଫଳରେ ଏହି ବିଦ୍ୟାଳୟ ଭଳି ରାଜ୍ୟର ମୋଟ ୬୫୦ଟି ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହେବାକୁ ବସିଲାଣି। ତେବେ ବିଦ୍ୟାଳୟର ଶିକ୍ଷକ ଅଭାବ ଦୂର କରିବା ପାଇଁ ସରକାର ତ୍ୱରିତ ପଦକ୍ଷେପ ନେବାକୁ ଅଭିଭାବକ ଓ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri