କାନ୍ଥ ଚିତ୍ରାଙ୍କନରେ ସୀମିତ ୫-ଟି ବିଦ୍ୟାଳୟ

ମାଲକାନଗିରି,୨୫ା୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୭୦ରୁ ଊର୍ଦ୍ଧ୍ୱ ଉଚ୍ଚ ବିଦ୍ୟାଳୟ ୫-ଟିରେ ରୂପାନ୍ତର ହୋଇଛନ୍ତି। ଏଥିପାଇଁ ଆସୁଥିବା ଅନୁଦାନରେ ବିଦ୍ୟାଳୟରେ ଭିତ୍ତିଭୂମି, ପାଠାଗାର, କମ୍ପ୍ୟୁଟର,ଶିକ୍ଷା, ସ୍ମାର୍ଟ କ୍ଲାସ୍‌, ଚିତବିନୋଦନ, କ୍ରୀଡା, ପାନୀୟ ଜଳ, ପରିମଳ, ସୁନ୍ଦର ବଗିଚା, ଶିଶୁ ଉଦ୍ୟାନ, ବିଦ୍ୟାଳୟ ଚତୁଃପାର୍ଶ୍ୱ ପାଚେରିରେ ବିଭିନ୍ନ ମହାପୁରୁଷଙ୍କ ସୁନ୍ଦର ପ୍ରତିଛବି ଅଙ୍କାଯିବା ବ୍ୟବସ୍ଥା ରହିଛି। ମାତ୍ର ମାଲକାନଗିରି ଜିଲାର କେତେକ ବିଦ୍ୟାଳୟରେ କେବଳ ପାଚେରିରେ ଚିତ୍ରାଙ୍କନରେ ଭିତ୍ତିଭୂମିର ଉନ୍ନତି ସୀମିତ ରହିଛି। କୋରୁକୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟରେ ଏପରି ଦେଖିବାକୁ ମିଳଛି। ଏହି ବିଦ୍ୟାଳୟରେ ୬୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ପ୍ରବଳ ଗ୍ରୀଷ୍ମତାପରେ ଛାତ୍ରୀଛାତ୍ରମାନେ ପାନୀୟ ଜଳ ମୁନ୍ଦେ ପାଇଁ ହଇରାଣ ହେଉଛନ୍ତି। ତେବେ ୫-ଟି ରୂପାନ୍ତରରେ ବିଦ୍ୟାଳୟର ବିଦ୍ୟାଳୟର ମୌଳିକ ସମସ୍ୟାକୁ ଗୁରୁତ୍ୱ ନ ଦେଇ କେବଳ ପାଚେରିରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ଅର୍ଥ ବ୍ୟୟ କରାଯାଉଥିବା କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ନିକଟରେ ୪ ଦିନ ଧରି ଏହି ବିଦ୍ୟାଳୟରେ ୧୦୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ବ୍ଲକ ସତେଜ କାର୍ଯ୍ୟକ୍ରମ ଚାଲିଥିଲା। ଏହି ଦିନଗୁଡିକେରେ ବିଦ୍ୟାଳୟରେ ପାନୀୟ ଜଳ ଏବଂ ପାଇଖାନା ବ୍ୟବହାର ନେଇ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଫା ହେଉ ନ ଥିବାରୁ ବିଦ୍ୟାଳୟର ପାଇଖାନାଗୁଡିକ ଅତି ଅପରିସ୍କାର ହୋଇପଡିଥିଲା। ଯାହାକୁ ବ୍ୟବହାର କରିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ କ୍ଷେତ୍ରରେ ସମ୍ଭବ ହୋଇ ନ ଥିଲା। ତେବେ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିମାନେ ବିଦ୍ୟାଳୟ ପରିଦର୍ଶନରେ ଯିବା ବେଳେ ଏହି ଚିତ୍ର ଦେଖି ଖୁସି ହେଉଛନ୍ତି ସତ, ମାତ୍ର ମୌଳିକ ସମସ୍ୟା ଦୂରପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ମାନସ ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri